ସଲମାନ ଖାନଙ୍କୁ ଅଟକାଇ ଅଡୁଆରେ ଓଡିଆ ଯବାନ : ମୋବାଇଲ ଫୋନ ଜବତ କଲା ସିଆଇଏସଏଫ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ବଲିଉଡ୍ ଅଭିନେତା ସଲମାନ ଖାନଙ୍କୁ ଅଟକାଇ ଅଡୁଆରେ ପଡିଛନ୍ତି ଓଡ଼ିଆ ସିଆଇଏସଏଫ ଯବାନ ସୋମନାଥ ମହାନ୍ତି । ମୁମ୍ବାଇ ଏୟାରପୋର୍ଟରେ ସୋମନାଥ ସଲମାନଙ୍କୁ ଅଟକାଇ ଯାଂଚ କରିଥିଲେ । ଏହି ଘଟଣା ସମ୍ପର୍କରେ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ତାଙ୍କର ଅଡ଼ୁଆ ବଢିଛି । ସିଆଇଏସଏଫ ପକ୍ଷରୁ ସୋମନାଥ ମହାନ୍ତିଙ୍କ ମୋବାଇଲ ଜବତ କରାଯାଇଥିବା ଜଣାପଡ଼ିଛି । ଏ ସମ୍ପର୍କରେ ଗଣମାଧ୍ୟମକୁ ଜଣାଇବା ସିଆଇଏସଏଫ ପ୍ରୋଟକଲ ଉଲଂଘନ ହୋଇଥିବାରୁ ତାଙ୍କର ମୋବାଇଲ ଜବତ ହୋଇଥିବା କୁହାଯାଇଛି ।

ବଲିଉଡ୍ ର ଲୋକପ୍ରିୟ ଅଭିନେତା ସଲମାନ ଖାନଙ୍କୁ ସୁରକ୍ଷା ସଂପର୍କିତ ଯାଂଚ ପାଇଁ ଅଟକାଇ ଚର୍ଚ୍ଚାକୁ ଆସିଥିଲେ ଓଡିଆ ଯବାନ। ଟାଇଗର-ଥ୍ରୀର ସୁଟିଂ ପାଇଁ ଏକ ଘରୋଇ ଜେଟରେ ରୁଷିଆ ଯିବା ଲାଗି ମୁମ୍ବାଇ ବିମାନବନ୍ଦରରେ ପହଂଚିଥିଲେ ଅଭିନେତା ସଲମାନ ଖାନ । ଏହି ସମୟରେ ସଲମାନଙ୍କ ଫ୍ୟାନ ଏବଂ ଫଟୋଗ୍ରାଫରଙ୍କ ଭିଡ ଭିତରେ ସେ ବିମାନବନ୍ଦର ଗେଟରେ ପହଂଚିବା ପରେ ତାଙ୍କୁ ପାସପୋର୍ଟ ଓ ଅନ୍ୟାନ୍ୟ କାଗଜପତ୍ର ଯାଂଚ ପାଇଁ ଓଡ଼ିଆ ଯବାନ ସୋମନାଥ ଅଟକାଇଥିଲେ। ଏହାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହୋଇଥିଲା ।

Related Posts