ବିଦା ହେବା ପରେ ବୁଦ୍ଧି ଶିଖି ଯାଇଥିବେ : ସୌମ୍ୟ

ଭୁବନେଶ୍ୱର- ସାମ୍ବାଦିକ ସମ୍ମିଳନୀରେ ଶ୍ରୀକାନ୍ତ ଜେନା ଉଠାଇଥିବା ପ୍ରଶ୍ନର ଉତ୍ତର ରଖିଛନ୍ତି ସାଂସଦ ସୌମ୍ୟରଂଜନ ପଟ୍ଟନାୟକ । ଶ୍ରୀକାନ୍ତଙ୍କ ଅଭିଯୋଗକୁ ଭିତ୍ତୀହିନ ଓ ଅବାସ୍ତବ ବୋଲି କହିବା ସହ ପରିବାର କୁ ନେଇ ରାଜନୀତି ଭିତରକୁ ନଟାଣିବାକୁ ଶ୍ରୀକାନ୍ତଙ୍କୁ ପରାମର୍ଶ ଦେଇଛନ୍ତି ସୌମ୍ୟରଂଜନ ।

ସେ କହିଛନ୍ତି- “ମୁଁ ଏଭଳି ଅଭିଯୋଗର ଉତ୍ତର ଦେବାକୁ ଉଚିତ ମନେ କରୁନି । ଏଭଳି ଅବାସ୍ତବ ଭିତ୍ତିହୀନ କଥା ଉପରେ ଆଲୋଚନା ହେଲେ ବିଚାର ବିଭ୍ରାଟପୂର୍ଣ୍ଣ ମନ୍ତବ୍ୟକୁ ଅଧିକ ଗୁରୁତ୍ୱ ଦିଆଯିବ ଓ ସେ ବ୍ୟକ୍ତିଙ୍କୁ ଅଧିକ ଗୁରୁତ୍ୱ ଦିଆଯିବ । ମୁଁ କେବଳ ଏତିକି ନିବେଦନ କରିବି, ସେ ତାଙ୍କ ରାଜନୀତି ନିଜ ଢ଼ଙ୍ଗରେ କରନ୍ତୁ । ମୁଁ ସବୁ ଦଳ ବୁଲି ଆସିଲିଣି କିନ୍ତୁ କିଛି ଲୋକ, ସାମ୍ବାଦିକ ଓ ମୋ ଦଳର ସହକର୍ମୀ ମୋତେ ବୁଝି ପାରିଲେ ନାହିଁ । ମୋ ପାରିବାରିକ ସମ୍ପର୍କ ଯାହା ଥିଲେ ବି ମୁଁ ମୋ ରାଜନୀତି ମୋ ଢ଼ଙ୍ଗରେ କରୁଛି । ମୋ ପାରିବାରିକ ସମ୍ପର୍କକୁ ନେଇ ରାଜନୀତି କରନ୍ତୁ ନାହିଁ ସେଥିରେ ତାଙ୍କର କ୍ଷତି ହେବ, ମୋର ବିଶେଷ କିଛି କ୍ଷତି ହେବ ନାହିଁ କହିବା ସହ ତାଙ୍କର କଂଗ୍ରେସ ସହ କିମ୍ବା ରାଜନୀତିକ ଦୃଷ୍ଟିକୋଣରୁ ପରିବାର ସହ କିଛି ସମ୍ପର୍କ ନାହିଁ ବୋଲି ସୌମ୍ୟ କହିଛନ୍ତି ।

ସେହିଭଳି ସେ ଆହୁରି ମଧ୍ୟ କହିଛନ୍ତି, “ ଶ୍ରୀକାନ୍ତ ବାବୁ ଏବେ ବୁଝି ପାରୁଥିବେ, ସେ ଯାହା କହିବାକୁ ଚାହୁଁଥିଲେ ତାହା ସତ ନଥିଲା ବୋଲି । ନିରଂଜନ ପଟ୍ଟନାୟକ ମୋ ପରିବାରର ନୁହଁନ୍ତି ବୋଲି ଓ ଇନ୍ଦ୍ରାଣୀ ପଟ୍ଟନାୟକ ମୋ ଭାଉଜ ନୁହଁନ୍ତି ବୋଲି ମୁଁ କହି ପାରିବି କି ? ମୁଁ କେବେ କାହା ପରିବାରକୁ ନେଇ କେବେ ରାଜନୀତି କରିଛି କି ? ସାମ୍ବାଦିକ ମାନେ ଏହାକୁ ନେଇ ଏତେ ଉତ୍ସାହିତ ହେଉଛନ୍ତି କାହିଁକି ? ମୋର ଖଣି ଅଛି କି ନାହିଁ କିମ୍ବା ମୁଁ ଖଣିବାଲାଙ୍କ ସହ ସମ୍ପୃକ୍ତ ରହି କେଉଁ ଦୁର୍ନୀତି କରିଛି ତାହାକୁ ପ୍ରମାଣିତ କରନ୍ତୁ । ନିଜ ସ୍ୱାର୍ଥ ଦୃଷ୍ଟିରୁ କିଏ କଣ କହିଲା ତାହାକୁ ନେଇ ଆଲୋଚନା କଲେ ରାଜନୀତିରେ ସାମୟିକ ହଟଚମଟ ହୁଏ, ତାହା ସବୁଦିନ ପାଇଁ ରୁହେନାହିଁ ।” ବୋଲି ସୌମ୍ୟ ରଂଜନ ନିଜ ପ୍ରତିକ୍ରିୟାରେ କହିଛନ୍ତି ।

Related Posts