(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ରହିଥିବା ପଞ୍ଜାବ କଂଗ୍ରେସ ସଭାପତି ନବଜୋତ ସିଂ ସିଦ୍ଧୁଙ୍କ ପରାମର୍ଶଦାତା ମାଲବିନ୍ଦର ସିଂ ମାଲି ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। କାଶ୍ମୀର ଉପରେ ବିବାଦୀୟ ବିବୃତ୍ତି ଦେବା ପରେ ମାଲିଙ୍କ ଅଡୁଆ ବଢିବାରେ ଲାଗିଥିଲା ଏବଂ କଂଗ୍ରେସ ମଧ୍ୟ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚିନ୍ତା କରୁଥିଲା। 

ଗତ ସପ୍ତାହମାନଙ୍କରେ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଏବଂ ତାଙ୍କ ସହଯୋଗୀମାନଙ୍କୁ ସମାଲୋଚନା କରି ଆସୁଥିବା ଦୁଇ ଉପଦେଷ୍ଟା ମଲ୍‌ୱିନ୍ଦର୍‌ ସିଂହ ମାଲି ଏବଂ ପ୍ୟାରେ ଲାଲ୍‌ ଗର୍ଗଙ୍କୁ ବହିଷ୍କାର କରିବାର ଚେତାବନୀ ଦେଇଥିଲେ ପଞ୍ଜାବ କଂଗ୍ରେସ ପ୍ରଭାରୀ ହରିଶ ରାୱତ୍‌ କହିଥିଲେ। 

ପଞ୍ଜାବ କଂଗ୍ରେସରେ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଏବଂ ସିଦ୍ଧୁଙ୍କ ମଧ୍ୟରେ ତିକ୍ତତା ଚରମ ସୀମାରେ ପହଞ୍ଚିଛି। ମାଲିଙ୍କ ବୟାନ ପରେ ସିଦ୍ଧୁଙ୍କୁ ବ୍ୟାକ୍ ଫୁଟ କୁ ଆସିବାକୁ ପଡିଛି। କଂଗ୍ରେସର ବଡ ବଡ ନେତାମାନେ ମଧ୍ୟ ତାଙ୍କୁ ଟାର୍ଗେଟ କରୁଥିଲେ। 

ପଞ୍ଜାବ କଂଗ୍ରେସରେ ଚାଲିଥିବା ତିକ୍ତତାକୁ ନେଇ ପଞ୍ଜାବ କଂଗ୍ରେସ ଦାୟିତ୍ୱରେ ଥିବା ହରିଶ ରାୱତ ‘ଟାଇମ୍ସ ନାଓ ନବ ଭାରତ’ କୁ କହିଛନ୍ତି ଯେ ଗତକାଲି ପଞ୍ଜାବର କିଛି ସହକର୍ମୀ ଆମକୁ ଭେଟିଥିଲେ। ସେ ୨୦୨୨ ବିଧାନସଭାର ନିର୍ବାଚନ ବିଷୟରେ ଆଲୋଚନା କରିଥିଲେ। ତାଙ୍କର କିଛି ଚିନ୍ତା ମଧ୍ୟ ଅଛି ।

ଆମେ ସେଗୁଡ଼ିକର ସମାଧାନ କରିବୁ। ଏହି ବିଷୟରେ କ୍ୟାପଟେନ ଅମରିନ୍ଦର ସିଂଙ୍କ ସହ ଆଲୋଚନା ହୋଇଛି ବୋଲି ସେ କହିଛନ୍ତି । ଅନ୍ୟ ପକ୍ଷରେ ମଲ୍‌ୱିନ୍ଦର୍‌ ‌ସିଂହ ମାଲି ପଦ ଛାଡ଼ିବା ପରେ କହିଛନ୍ତି ଯେ , ପଞ୍ଜାବ କଂଗ୍ରେସ ସଭାପତି ନବଜୋତ୍‌ ସିଂହ ସିଧୁଙ୍କୁ ପରାମର୍ଶ ଦେବାଲାଗି ଦେଇଥିବା ସମ୍ମତିକୁ ମୁଁ ପ୍ରତ୍ୟାହାର କରୁଛି।