ସାମ୍ନାକୁ ଆସିଲା ପୁଣି ନୂଆ ତଥ୍ୟ, ୧୦୦ରୁ ଅଧିକ ଅଶ୍ଳୀଳ ଫିଲ୍ମ ତିଆରି କରିଛନ୍ତି ରାଜ କୁନ୍ଦ୍ରା

raj

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: କିଛିଦିନ ପୂର୍ବରୁ ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଠିଙ୍କ ସ୍ୱାମୀ ତଥା ବିଜେନେସମ୍ୟାନ ରାଜ କୁନ୍ଦ୍ରା ଅଶ୍ଳୀଳ ଫିଲ୍ମ ନିର୍ମାଣ ଅଭିଯୋଗରେ ଗିରଫ ହୋଇଥିଲେ । ଗିରଫ ହେବା ପରେ ରାଜ କୁନ୍ଦ୍ରାଙ୍କ ବିରୋଧରେ ପ୍ରତ୍ୟେକ ଦିନ ଭିନ୍ନ ଭିନ୍ନ ତଥ୍ୟ ସାମ୍ନାକୁ ଆସୁଛି । ତେବେ ୨୦୧୯ ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ରାଜ କୁନ୍ଦ୍ରା ପ୍ରାୟ ୧୦୦ ରୁ ଅଧିକ ଫିଲ୍ମ ନିର୍ମାଣ କରିଥିବାର କଥା ସାମ୍ନାକୁ ଆସିଛି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଅପରିପକ୍ଷରେ ଯାଞ୍ଚ କରୁଥିବା ସମୟରେ ପୁଲିସ ଅଧିକାରୀଙ୍କୁ ହେପାଜତରେ ରାଜ କୁନ୍ଦ୍ରା ସହଯୋଗ କରୁ ନାହାଁନ୍ତି ବୋଲି ଜଣେ ପୁଲିସ ଅଧିକାରୀ କହିଛନ୍ତି ।

ଏହି ମାମାଲାରେ ଅଧିକ ତଥ୍ୟ ପାଇଁ କ୍ରଇମବ୍ରାଞ୍ଚ ଅନ୍ଧେରି ୱେଷ୍ଟରେ ଥିବା ରାଜ କୁନ୍ଦ୍ରାଙ୍କ ଅଫିସରେ ଚଢାଉ କରିଥିଲା । ଏଥିରୁ ଅନେକ ଅଶ୍ଳୀଳ ଫିଲ୍ମକୁ ନେଇ ତଥ୍ୟ ମିଳିଥିବା ସହିତ ଏକାଧିକ ତଥ୍ୟକୁ ଡିଲିଟ କରାଯାଇଛି ବୋଲି କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ମିଳିଛି । ଅନ୍ୟପଟେ ଡିଲିଟ କରାଯାଇଥିବା ତଥ୍ୟକୁ ଖୁବଶୀଘ୍ର ହାସଲ କରାଯିବ ବୋଲି କ୍ରାଇମ ବ୍ରାଞ୍ଚ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ଯାଞ୍ଚବେଳେ ରାଜ କୁନ୍ଦ୍ରା କୌଣସି ପ୍ରଶ୍ନର ଉତ୍ତର ଠିକ ଭାବରେ ଦେଉନଥିବା ସହିତ ସେ ଅଶ୍ଳୀଳ ଫିଲ୍ମ ନିର୍ମାଣ କରୁନଥିଲେ ବୋଲି କହିଛନ୍ତି । ଯାଞ୍ଚରେ ସହଯୋଗ ନ କରୁଥିବାରୁ ରାଜ କୁନ୍ଦ୍ରାଙ୍କୁ ହେପାଜତର ସମୟ ସୀମାକୁ ବଢାଇବା ପାଇଁ କୋର୍ଟରେ କ୍ରାଇମବ୍ରାଞ୍ଚ ଆବେଦନ କରିଛନ୍ତି । ତେବେ ବାରମ୍ବାର ରାଜ କୁନ୍ଦ୍ରା ଅଶ୍ଳିୀଳ ଫିଲ୍ମ କରୁନଥିବାର କଥା କହୁଥିଲେ ମଧ୍ୟ କ୍ରାଇମବ୍ରାଞ୍ଚ ପାଖରେ ଏହାର ଯଥେଷ୍ଟ ପ୍ରମାଣ ରହିଛି ବୋଲି ଅଧିକାରୀମାନେ କହିଛନ୍ତି । ସବୁଠାରୁ ରୋଚକ କଥାଟି ହେଉଛି ରାଜ କୁନ୍ଦ୍ରାଙ୍କ ହଟଶଟ ଆପରେ ପ୍ରାୟ ୨୦ ଲକ୍ଷ ପେଡ ଗ୍ରାହକ ରହିଥିଲେ । ଯେଉଁମାନେ ଅଶ୍ଳୀଳ ଚଳଚ୍ଚିତ୍ର ଦେଖିବା ପାଇଁ ମେମ୍ବରସିପ ମଧ୍ୟ ନେଇଥିଲେ । ଏଥିରେ ରାଜ କୋଟି କୋଟି ଟଙ୍କା ଆୟ କରୁଥିଲେ । କେବଳ ଏତିକି ନୁହେଁ ବରଂ ରାଜ ଅଶ୍ଳୀଳ ଚଳଚ୍ଚିତ୍ର ଅପଲୋଡ କରିବା ପାଇଁ ଏକ ମୋବାଇଲ ଆପ ମଧ୍ୟ ତିଆରି କରିଥିଲେ । କାରଣ ଏହା ୱେବସାଇଟ ଅପେକ୍ଷା ଅଧିକ ସହଜ ବୋଲି ଜଣେ ପୁଲିସ ଅଧିକରୀ କହିଛନ୍ତି ।

ରାଜ ବିବାଦରେ ଛନ୍ଦି ହେବା ପରେ କିଛି ଲୋକ ତାଙ୍କ ସମର୍ଥନରେ ଛିଡା ହୋଇଥିବା ବେଳେ ଅନେକ ତାଙ୍କ ବିରୋଧରେ ବାହାରିଛନ୍ତି । ତେବେ ଗହନା ବଶିଷ୍ଠ ବୋଲି ଜଣେ ଅଭିନେତ୍ରୀ ଏଥିରେ ସାମିଲ ଥିବାର ଖବର ସାମ୍ନାକୁ ଆସିଛି । ସେ କୁନ୍ଦ୍ରାଙ୍କ ଶାଳୀ ଶମିତା ଶେଷ୍ଠିଙ୍କୁ ନେଇ ଏକ ବଡ ବୟାନ ଦେଇଛନ୍ତି । ଖୁବଶୀଘ୍ର ତାଙ୍କ ଶାଳିଙ୍କୁ ରାଜ ଡେବ୍ୟୁ କରାଇବା ପାଇଁ ଯାଉଥିଲେ ବୋଲି ଗଣମାଧ୍ୟମ ନିକଟରେ କହିଛନ୍ତି । ଏହି ଖବର ସାମ୍ନାକୁ ଆସିବା ପରେ ସମଗ୍ର ବଲିଉଡ ଜଗତରେ ଚର୍ଚ୍ଚାର ବିଷୟ ପାଲଟିଛି । ଅପରିପକ୍ଷେ ପତ୍ନୀ ଶିଳ୍ପା ସେଟ୍ଟୀ କୁନ୍ଦ୍ରାଙ୍କ ଜେଲ ଯିବା ପରେ ପ୍ରଥମଥର ପାଇଁ ସୋସିଆଲ ମିଡିଆରେ ପୋଷ୍ଟ ସେୟାର କରିଥିଲେ ।

Related Posts