ଭୁବନେଶ୍ୱରରେ ରେଭ୍ ପାର୍ଟି; ଚଢ଼ାଉ କରି ୨ଜଣକୁ ଗିରଫ୍‌ କଲା ପୋଲିସ୍‌

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାଜଧାନୀ ଭୁବନେଶ୍ୱର ଉପକଣ୍ଠରେ ଚାଲିଥିଲା ରେଭ୍ ପାର୍ଟି । ରାତି ଅଧ ପର୍ଯ୍ୟନ୍ତ ନିଶା ସାଙ୍ଗରେ ଜମୁଥିଲା ରଙ୍ଗୀନ୍ ଆସର । ମଦ ନିଶାରେ ଚୁର୍‌ ଥିଲେ ଅନେକ ଯୁବକ ଯୁବତୀ । ନିୟମକୁ ଖୋଲାଖୋଲି ଉଲ୍ଲଂଘନ ନେଇ କୌଣସି ସୂତ୍ରରୁ ଖବର ପାଇ ଘଟଣାସ୍ଥଳରେ ପୁଲିସ ଅତର୍କିତ ଚଢାଉ କରିଥିଲା । ଚଢାଉରେ ୨ ଜଣଙ୍କୁ ଗିରଫ କରିଛି ଚନ୍ଦକା ଥାନା ପୋଲିସ ।

ସୂଚନା ଅନୁସାରେ, ଭୁବନେଶ୍ୱରର ଚନ୍ଦକା ମେଣ୍ଢାଶାଳ ସ୍ଥିତ ଏକ ଘରୋଇ ରିସର୍ଟରେ ବିଳମ୍ବିତ ରାତି ଯାଏଁ ଚାଲୁଥିଲା ପାର୍ଟି । ନିଶା ସେବନ କରି ପାର୍ଟି ଚାଲୁଥିବା ନେଇ ଖବର ପାଇବା ପରେ ହଠାତ ଚନ୍ଦକା ପୋଲିସ ଚଢାଉ କରିଥିଲା । ବିନା ଅନୁମତିରେ ବିଳମ୍ବିତ ରାତି ଯାଏ ଏହି ପାର୍ଟି ଚାଲିଥିବା ନେଇ ସୂଚନା ମିଳିଛି । ଆଉ ଏହି ଘଟଣାରେ ରିସର୍ଟର ମାଲିକ ଓ ମ୍ୟାନେଜରଙ୍କୁ ଗିରଫ କରିଛି ପୋଲିସ । ରିସୋର୍ଟରୁ ୨୦ ଲିଟର ବିଅର ଓ ନିଶା ସାମଗ୍ରୀ ଜବତ କରାଯାଇଛି ।

Related Posts