ଝାରସୁଗୁଡା ଭଉଁରା ଗାଁରେ ଦୁଃଖଦ ଘଟଣା: ହାତୀ ଆକ୍ରମଣରେ ଭାଇ ଓ ଭଉଣୀ ମୃତ, ବାପା ଓ ମା ଗୁରୁତର

ଝାରସୁଗୁଡା: ଝାରସୁଗୁଡା ଜିଲ୍ଲା କିର୍ମିରା ବ୍ଳକ ଭଉଁରା ଗାଁ ରେ ଘଟିଛି ଏକ ଦୁଃଖଦ ଘଟଣା । ଇଟାଭାଟିରେ ହାତୀ ଆକ୍ରମଣରେରେ ଦୁଇ ଶିଶୁଙ୍କ ଶୋଚନୀୟ ମୃତ୍ୟୁ ହୋଇଛି। ଦୁଇ ଶିଶୁଙ୍କୁ ବଞ୍ଚାଇବାକୁ ଯାଇ ତାଙ୍କ ପିତାମାତା ମଧ୍ୟ ଗୁରୁତର ଆହତ ହୋଇଛନ୍ତି।

ମୃତ ଦୁଇ ଶିଶୁ ଦୁଇ ଭାଇ ହୋଇଥିବା ବେଳେ ସେମାନଙ୍କ ନାମ ଧନଞ୍ଜୟ ସତନମୀ(୯) ଏବଂ ଅଭୟ ସତନମୀ(୧୧) ବୋଲି ଜଣାଯାଇଛି। ମୃତ ଶିଶୁଙ୍କ ମାତା ଲେହେରାବାଈ ସତନମୀ ଏବଂ ପିତା ଉମେଶ ରାମ ସତନମୀଙ୍କୁ ଝାରସୁଗୁଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଇଟାଭାଟିରେ ପଲିଥିନ ତଳେ ଶୋଇଥିବା ବେଳେ ହାତୀ ଏମାନଙ୍କୁ ଆକ୍ରମଣ କରିଥିବା କୁହାଯାଉଛି। ପିତା ମାତାଙ୍କ ଆଗରେ ଦୁଇ ନାବାଳକ ପୁଅଙ୍କୁ ହାତୀ ଦଳିଦେଇ ଥିବା ଘଟଣା ଏହି ଅଂଚଳରେ ଶୋକର ଛାୟା ଖେଳାଇ ଦେଇଛି। ଏହି ଶ୍ରମିକ ପରିବାର ଇଟାଭାଟିରେ କାମ କରିବାକୁ ଛତିଶଗଡ଼ ରାଜ୍ୟର ଶକ୍ତି ଜିଲ୍ଲା ଅଞ୍ଚଳରୁ ଗତ ଦୁଇଦିନ ତଳେ ଆସିଥିଲେ। ବାଗଡିହି ଅଞ୍ଚଳରେ ବର୍ତ୍ତମାନ ୭ ଟିକିଆ ହାତୀପଲ ଉପଦ୍ରବ ଚଳାଇଥିବା ବେଳେ ବନ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ ବୋଲି ଅଭିଯୋଗ ହୋଇଛି ।

Related Posts