ଜୁଲାଇ ୨୬ ପର୍ଯ୍ୟନ୍ତ ସ୍କୁଲ-କଲେଜ ବନ୍ଦ

ଗାଜିଆବାଦ : ଉତ୍ତରପ୍ରଦେଶର ଗାଜିଆବାଦ ଜିଲା ପ୍ରଶାସନ ପକ୍ଷରୁ ଜୁଲାଇ ୨୬ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ଏବଂ କଲେଜ ବନ୍ଦ କରିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି । ଶ୍ରାବଣ ମାସରେ କାଉଡ଼ି ଯାତ୍ରା ଭିଡ଼କୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି । ଏନେଇ ଗାଜିଆବାଦ ଜିଲା ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ବିଜ୍ଞପ୍ତି ଅନୁଯାୟୀ ଶ୍ରାବଣ ମାସରେ ଶ୍ରାବଣ ଶିବରାତ୍ରୀ ୨୬ ଜୁଲାଇରେ ପାଳନ କରାଯିବ। ଏହି ଅବସରରେ ବହୁ ସଂଖ୍ୟାରେ କାଉଡ଼ି ଯାତ୍ରା ଜିଲାରେ ସମ୍ପନ୍ନ ହେବ।ଏହାକୁ ଦୃଷ୍ଟିରେ ରଖି ଟ୍ରାଫିକ, ସୁରକ୍ଷା ବ୍ୟବସ୍ଥା ତଥା ଜିଲାର ସ୍କୁଲ ଏବଂ କଲେଜରେ ପଢୁଥିବା ଛାତ୍ରୀଛାତ୍ରମାନେ ସମସ୍ୟାର ସମ୍ମୁଖୀନ ହେବାର ଆଶଙ୍କା ରହିଛି।

ଏସବୁ ସମସ୍ୟାକୁ ସମସ୍ୟାକୁ ଏଡାଇବା ପାଇଁ ଜୁଲାଇ ୨୨ ରୁ ୨୬ ପର୍ଯ୍ୟନ୍ତ ୫ ଦିନ ପାଇଁ ଜିଲାର ସମସ୍ତ ସ୍କୁଲ କଲେଜଗୁଡ଼ିକୁ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି।

ଜିଲା ପ୍ରଶାସନ କହିଛି ଯେ ଯେଉଁ କଲେଜ କିମ୍ବା ସ୍କୁଲଗୁଡ଼ିକରେ ପରୀକ୍ଷା ଚାଲିଛି କିମ୍ବା ପରୀକ୍ଷା ସୂଚୀ ପ୍ରସ୍ତୁତ ଅଛି। ସେସବୁ ଶିକ୍ଷାନୁଷ୍ଠାନରେ ପୂର୍ବ ନିର୍ଦ୍ଧାରିତ ସମୟରେ ପରୀକ୍ଷା କରିବା ଉଚିତ।

Related Posts