ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବାକୁ ସୋନିଆଙ୍କୁ ଅନୁରୋଧ କଲେ ବରିଷ୍ଠ କଂଗ୍ରେସ୍ ନେତା ଆଚାର୍ଯ୍ୟ ପ୍ରମୋଦ କ୍ରିଷ୍ଣମ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବରିଷ୍ଠ କଂଗ୍ରେସ ନେତା ଆଚାର୍ଯ୍ୟ ପ୍ରମୋଦ କ୍ରିଷ୍ଣମ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ସମର୍ଥନରେ ବାହାରିଛନ୍ତି। ସେ କଂଗ୍ରେସ ହାଇକମାଣ୍ଡଙ୍କୁ ମଧ୍ୟ ସମର୍ଥନ ଦେବାକୁ ଟୁଇଟ ଯୋଗେ ଅନୁରୋଧ କରିଛନ୍ତି। ପ୍ରମୋଦ ଟୁଇଟ୍‌ କରି କହିଛନ୍ତି, ପଣ୍ଡିତ ମୋତିଲାଲ ନେହେରୁଙ୍କଠାରୁ ଆଜି ପର୍ଯ୍ୟନ୍ତ କଂଗ୍ରେସ ସବୁବେଳେ ଶୋଷିତ, ବଞ୍ଚିତ ତଥା ଆଦିବାସୀମାନଙ୍କ ସହ ଛିଡା ହୋଇଛି। ରାଷ୍ଟ୍ରପତି ନିର୍ବାଚନରେ ଆଦିବାସୀ ମହିଳା ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ବିରୋଧ କରିବା ମୋ ବିଚାରରେ ଆଦୌ ଉଚିତ୍‌ ନୁହେଁ।ଦଳର ହାଇକମାଣ୍ଡ ସମର୍ଥନ ନିଷ୍ପତ୍ତି ଉପରେ ପୁନର୍ବିଚାର କରିବା ଉଚିତ୍‌।

ସୂଚନାଯୋଗ୍ୟ, ଆଜି କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ନିଜ ବାସଭବନ ୧୦ ଜନପଥରେ କଂଗ୍ରେସର ବରିଷ୍ଠ ନେତାଙ୍କ ବୈଠକ ଡାକିଛନ୍ତି। ଜୁଲାଇ ୧୮ରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ବ୍ୟତୀତ ଏହି ବୈଠକରେ ସଂସଦର ମୌସୁମୀ ଅଧିବେଶନ ଓ ଅନ୍ୟାନ୍ୟ ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରାଯିବ।ତେବେ କଂଗ୍ରେସର ଏହି ବୈଠକ ପୂର୍ବରୁ ପ୍ରମୋଦ କ୍ରିଷ୍ଣମଙ୍କ ଟୁଇଟ ଚର୍ଚ୍ଚାର ବିଷୟ ପାଲଟିଛି।

Related Posts