ଜରୁରୀ ପରିସ୍ଥିତି ଘୋଷଣା ପରେ ମଧ୍ୟ ଶ୍ରୀଲଙ୍କାରେ ନିୟନ୍ତ୍ରଣକୁ ଆସୁନି ସ୍ଥିତି, କଲୋମ୍ୱୋରେ ଲାଗିଲା କର୍ଫ୍ୟୁ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଜାତୀୟ ଜରୁରୀ ସ୍ଥିତି ଘୋଷଣା ପରେ ମଧ୍ୟ ଶ୍ରୀଲଙ୍କାରେ ଅରାଜକତା ନିୟନ୍ତ୍ରଣକୁ ଆସୁନି ।ରାଜଧାନୀ କଲୋମ୍ବୋରେ ସ୍ଥିତି ଅଣାୟତ ହେବାରେ ଲାଗିଥିବାରୁ ଆଜି ମଧ୍ୟାହ୍ନ ୧୨ ରୁ ଆସନ୍ତାକାଲି ସକାଳ ୫ ଯାଏ କର୍ଫ୍ୟୁ ଘୋଷଣା କରାଯାଇଛି । ଏହି କର୍ଫ୍ୟୁ ଅବଧି ମଧ୍ୟରେ କେବଳ ଜରୁରୀସେବାକୁ ଛାଡି ଦେଲେ ଅନ୍ୟ ସମସ୍ତ ଆନ୍ଦୋଳନ, ବିକ୍ଷୋଭ ପରି ଗତିବିଧି ଉପରେ କଡା କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ମିଳିଛି ।

ଆନ୍ଦୋଳନକାରୀ ମାନେ ଦେଶର ରାଜଧାନୀରେ ଏବେ ମଧ୍ୟ ପ୍ରତିବାଦ ଜାରି ରଖିଛନ୍ତି। ଏଥିସହ ରାଷ୍ଟ୍ରପତି ଭବନ ସମେତ ଅନ୍ୟ କିଛି ଗୁରୁତ୍ବପୂର୍ଣ୍ଣ ସରକାରୀ କାର୍ୟ୍ୟାଳୟକୁ ମଧ୍ୟ ନିଜ ନିୟନ୍ତ୍ରଣରେ ରଖିଛନ୍ତି ।ଦେଶରେ ଜାତୀୟ ଜରୁରୀ ପରିସ୍ଥିତି ଜାରି ହୋଇଛି । ସହରରେ ବ୍ୟାପକ ସେନା ଓ ପୋଲିସ ବଳ ନିୟୋଜନ ପରେ ମଧ୍ୟ ସ୍ଥିତି ନିୟନ୍ତ୍ରଣକୁ ନଆସିବାରୁ କର୍ଫ୍ୟୁ ଜାରି କରି ରାଜଧାନୀ କଲୋମ୍ବୋକୁ ଆନ୍ଦୋଳନକାରୀଙ୍କ ଠାରୁ ମୁକ୍ତ କରିବାକୁ ଚେଷ୍ଟା କରାଯାଉଛି ।

Related Posts