ଏସପିଙ୍କ କଲ୍ ରେକର୍ଡ଼ ରଖିଥିବା ଦାବି କରି ଅଡୁଆରେ ଶୁଭେନ୍ଦୁ ଅଧିକାରୀ : ମାମଲା ରୁଜୁ କଲା ବେଙ୍ଗଲ ପୋଲିସ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ” ତୁମର ସବୁ କଲ ରେକର୍ଡ ମୋ ପାଖରେ ଅଛି, କଶ୍ମୀର ଯିବା ଭଳି କାମ କର ନାହିଁ। ” ପାଗସେସ୍ ଜାସୁସି ନେଇ ସାରା ଦେଶରେ ବିରୋଧର ସ୍ବର ଉଠିଥିବା ବେଳେ ପଶ୍ଚିମବଙ୍ଗ ବିଧାନସଭାର ବିରୋଧୀ ଦଳର ନେତା ତଥା ବିଜେପି ବିଧାୟକ ଶୁଭେନ୍ଦୁ ଅଧିକାରୀ ଏବେ ଅଡୁଆରେ ପଡିଛନ୍ତି। ପଶ୍ଚିମବଙ୍ଗ ପୋଲିସ ଏବେ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ କରିଛି। ପୂର୍ବ ମେଦିନୀପୁର ପୋଲିସ ଅଧୀକ୍ଷକ (ଏସପି) ଅମରନାଥ କେଙ୍କ ଉଦ୍ଦେଶ୍ୟରେ ବିଜେପି ନେତାଙ୍କ ଏହି ବୟାନ ଉପରେ ମାମଲା ରୁଜୁ ହୋଇଛି।

 ସୋମବାର ତାମୁଲୁକସ୍ଥିତ ଏସପି କାର୍ଯ୍ୟାଳୟ ନିକଟରେ ବିଜେପି କର୍ମୀଙ୍କୁ ସମ୍ବୋଧିତ କରି ସୁଭେନ୍ଦୁ ଆଦିକାରୀ କହିଥିଲେ ଯେ ତାଙ୍କ ପାଖରେ ଏସପି ଅମରନାଥ କେଙ୍କ ବାର୍ତ୍ତାଳାପର ରେକର୍ଡିଙ୍ଗ ରଖିଥିବା କଥା କହିବା ସହ ତାଙ୍କୁ ସାବଧାନର ସହ କାମ କରିବାକୁ ଚେତାବନୀ ଦେଇଥିଲେ । ଆଇପିଏସ୍ ଅଧିକାରୀଙ୍କୁ ଶୁଭେନ୍ଦୁ ଅଧିକାରୀ ଚେତାବନୀ ଦେଇ କହିଥିଲେ ଯେ, “ଜଣେ ଯୁବକ ଅମରନାଥ କେ ଏଠାକୁ ଏସପି ହୋଇ ଆସିଛନ୍ତି । ସେ ଯାହା କରୁଛନ୍ତି ମୁଁ ଜାଣେ । ମୁଁ ଜଣେ ପୁରୁଣା ଖେଳାଳି। ମୁଁ ତାଙ୍କୁ କହିବାକୁ ଚାହେଁ ଯେ ଆପଣ ଜଣେ କେନ୍ଦ୍ରୀୟ କ୍ୟାଡର ଅଧିକାରୀ ତେଣୁ ଏଭଳି କୌଣସି ଜିନିଷରେ ଜଡିତ ହୁଅନ୍ତୁ ନାହିଁ, ଯାହା ପାଇଁ ଆପଣଙ୍କୁ କଶ୍ମୀରର ଅନନ୍ତନାଗ କିମ୍ବା ବାରାମୁଲ୍ଲାକୁ ପଠାଇ ଦିଆଯିବ। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା(ଟିଏମସି ସାଂସଦ ଅଭିଷେକ ବାନାର୍ଜୀ) କାର୍ଯ୍ୟାଳୟରୁ ଯେଉଁମାନେ ଆପଣଙ୍କୁ କଲ କରୁଛନ୍ତି, ମୁଁ ପ୍ରତ୍ୟେକ କଲର ରେକର୍ଡିଙ୍ଗ ରଖିଛି । ଯଦି ଆପଣଙ୍କ ସହିତ ରାଜ୍ୟ ସରକାର ଅଛନ୍ତି, ଆମ ସହିତ କେନ୍ଦ୍ର ସରକାର ଅଛନ୍ତି ।

ଶୁଭେନ୍ଦୁ ଅଧିକାରୀଙ୍କ ଏହି ମନ୍ତବ୍ୟକୁ ନେଇ ତାମୁଲକ ପୋଲିସ ଷ୍ଟେସନରେ ତାଙ୍କ ବିରୋଧରେ ଏକ ସୋ ମୋଟୋ ମାମଲା ଦାୟର କରାଯାଇଛି।  ପଶ୍ଚିମବଙ୍ଗ ବିରୋଧୀ ଦଳର ନେତାଙ୍କୁ ଜାତୀୟ ବିପର୍ଯ୍ୟୟ ପରିଚାଳନା ଆଇନ ଏବଂ ସରକାରୀ ସିକ୍ରେଟ୍ ଆକ୍ଟର ବିଭିନ୍ନ ଧାରାରେ ତାଙ୍କ ନାଁରେ ମାମଲା ରୁଜୁ କରାଯାଇଛି। ମଙ୍ଗଳବାର ଦିନ ଟିଏମସି ମୁଖପାତ୍ର କୁନାଲ ଘୋଷ ସୁଭେନ୍ଦୁ ଅଧିକାରୀଙ୍କ ଏହି ଦାବି ସମ୍ପର୍କରେ ତଦନ୍ତ ଦାବି କରିଥିଲେ। 

 ଘୋଷ ଏକ ଟୁଇଟ୍‌ରେ କହିଛନ୍ତି, “LOP (Limitless Opportunist) ଖୋଲାଖୋଲି ଭାବେ ପୋଲିସକୁ କହିଛି ଯେ ଆମର ନେତାଙ୍କ କାର୍ଯ୍ୟାଳୟର କଲ୍ ତାଲିକା, ସମସ୍ତ ରେକର୍ଡିଂ ତାଙ୍କ ପାଖରେ ଅଛି , ତେଣୁ ତାଙ୍କ ବିରୋଧରେ ତଦନ୍ତ କରାଯାଉ ।”

  ଗତ କିଛି ମାସ ମଧ୍ୟରେ ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ଶୁଭେନ୍ଦୁ ଅଧିକାରୀଙ୍କ ବିରୋଧରେ ଅନେକ ମାମଲା ଦାୟର କରାଯାଇଛି। ଯେଉଁଥିରେ ମ୍ୟୁନିସିପାଲିଟି ଗୋଡାଉନ୍‌ରୁ ବନ୍ୟା ସହାୟତା ସାମଗ୍ରୀ ଚୋରି ହୋଇଥିବା ଅଭିଯୋଗ ରହିଛି। ସେହିପରି 2018 ମସିହାରେ ସୁଭେନ୍ଦୁ ଅଧିକାରୀଙ୍କ ସୁରକ୍ଷା କର୍ମୀଙ୍କ ରହସ୍ୟମୟ ମୃତ୍ୟୁ ଘଟଣାର ମଧ୍ୟ ତଦନ୍ତ ଚାଲିଛି।

Related Posts