ସିନ୍ଦେ ସରକାରଙ୍କ କଡା ନିର୍ଦ୍ଦେଶ ସରକାରୀ କର୍ମଚାରୀ ଅଫିସରେ ହେଲୋ ବଦଳରେ କହିବେ ବନ୍ଦେ ମାତରଂ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଏଣିକି ମହାରାଷ୍ଟ୍ରର ସରକାରୀ କର୍ମଚାରୀମାନେ ଫୋନରେ ହ୍ୟାଲୋ ବଦଳରେ ବନ୍ଦେ ମାତରଂ କହିବେ। ଏନେଇ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଶନିବାର ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ବିଜ୍ଞପ୍ତି ଅନୁସାରେ ଏଣିକି ରାଜ୍ୟର ସମସ୍ତ ସରକାରୀ ଓ ସରକାରୀ ଅନୁଦାନ ପ୍ରାପ୍ତ କାର୍ଯ୍ୟାଳୟ ଗୁଡ଼ିକରେ କର୍ମଚାରୀ ମାନେ କୌଣସି ସାଧାରଣ ଜନତା କିମ୍ବା ସରକାରୀ ଅଧିକାରୀଙ୍କ ସହ କଥା ହେବା ସମୟରେ ଏଭଳି କହିବାକୁ ବାଧ୍ୟତାମୂଳକ କରାଯାଇଛି। ଏହି ‘ହ୍ୟାଲୋ’ ଶବ୍ଦ ପାଶ୍ଚାତ୍ୟ ସଂସ୍କୃତିକୁ ପ୍ରତିଫଳିତ କରୁଥିବାରୁ ଏଭଳି ନିୟମ କରାଯାଇଥିବା ବିଜ୍ଞପ୍ତିରେ ଉଲ୍ଲେଖ ରହିଛି।

ସୂଚନାଯୋଗ୍ୟ ଯେ, ନିକଟରେ ନୂତନ ମନ୍ତ୍ରୀ ରୂପେ ଶପଥ ନେବା ପରେ ରାଜ୍ୟ ସଂସ୍କୃତି ମନ୍ତ୍ରୀ ସୁଧୀର ମୁନଗଣ୍ଟିଓ୍ବାର ପ୍ରଥମେ ସରକାରୀ କର୍ମଚାରୀ ମାନେ ହ୍ୟାଲୋ ବଦଳରେ ବନ୍ଦେ ମାତରଂ କହିବାକୁ ପ୍ରସ୍ତାବ ଦେଇଥିଲେ। ମାତ୍ର ପରେ ସେ ବନ୍ଦେ ମାତରଂ ବଦଳରେ ଜାତୀୟତାକୁ ପ୍ରତିଫଳିତ କରୁଥିବା ସମାନ ଶବ୍ଦ ମଧ୍ୟ ବ୍ୟବହାର କରାଯାଇପାରିବ ବୋଲି କହିଥିଲେ।

Related Posts