୨୧ରେ ଇଡି ସାମ୍ନାରେ ହଜାର ହେବେ ସୋନିଆ ଗାନ୍ଧୀ, ସେହିଦିନ ସାରା ଦେଶରେ ଆନ୍ଦୋଳନ କରିବାକୁ କଂଗ୍ରେସ ର ସଜବାଜ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ) : ବହୁ ଚର୍ଚ୍ଚିତ ନ୍ୟାଶନାଲ ହେରାଲ୍ଡ ମାମଲାରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ସମନ ପଠାଇଛି। ଏହାକୁ ବିରୋଧ କରି କଂଗ୍ରେସ ସାରା ଦେଶରେ ଆନ୍ଦୋଳନ କରିବାର ଯୋଜନା କରିଛି । ଦଳୀୟ ବୈଠକରେ ଏହି ଆନ୍ଦୋଳନର ନିଷ୍ପତ୍ତି ନିଆଯାଇଛି । ଇଡି କଂଗ୍ରେସ ଅଧ୍ୟକ୍ଷାଙ୍କୁ ୨୧ ଜୁଲାଇରେ ହାଜର ହେବାକୁ ସମନ ଜାରି କରିଛି ।ସେହିଦିନ ସାରା ଦେଶରେ କଂଗ୍ରେସ ଆନ୍ଦୋଳନ କରିବ ବୋଲି ଘୋଷଣା କରିଛି ।

ମିଳିଥିବା ସୂଚନା ଅନୁଯାୟୀ, ୨୧ ଜୁଲାଇରେ ନୂଆଦିଲ୍ଲୀ ସ୍ଥିତ ଇଡି କାର୍ଯ୍ୟାଳୟରେ ସକାଳ ୧୧ଟାରେ ହାଜର ହେବାକୁ ସୋନିଆଙ୍କୁ ନୋଟିସ ଜାରି କରାଯାଇଛି । ଜୁନରେ ୫ ତାରିଖ ଦିନ ମଧ୍ୟ ଇଡି ଏହି ମାମଲାରେ ରାହୁଲ ଗାନ୍ଧୀଙ୍କୁ ପଚରା ଉଚରା କରିଥିଲା । ସେହିଦିନ ମଧ୍ୟ କଂଗ୍ରେସ ନେତା ଓ କର୍ମୀମାନେ କେନ୍ଦ୍ର ସରକାରଙ୍କ ବିରୋଧରେ ସାରା ଦେଶରେ ବିରୋଧ ପ୍ରଦର୍ଶନ କରିଥିଲେ।

ଆଜି ପୁଣିଥରେ କଂଗ୍ରେସ ଏକ ବୈଠକ ଡାକିଛି । ବୈଠକରେ ଦଳର ସମସ୍ତ ମହାସଚିବ, ରାଜ୍ୟ ପ୍ରଭାରୀ ଓ ପିସିସି ମୁଖ୍ୟ ଯୋଗଦେବେ। ଏହି ବୈଠକରେ ଦଳ ଦ୍ୱାରା କିପରି ୨୧ ତାରିଖରେ ବିରୋଧ ପ୍ରଦର୍ଶନ, ରାଲି କରାଯିବ ସେନେଇ ଆଲୋଚନା କରାଯିବ ।

Related Posts