ରାଜନିତୀକୁ ସବୁଦିନ ପାଇଁ ଗୁଡବାଏ କଲେ ସାଉଥ୍ ସୁପରଷ୍ଟାର ରଜନୀକାନ୍ତ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ସବୁଦିନ ପାଇଁ ରାଜନିତୀକୁ ଗୁଡବାଏ କଲେ ସାଉଥ୍ ସୁପରଷ୍ଟାର ରଜନୀକାନ୍ତ। ସୁପରଷ୍ଟାର ରଜନୀକାନ୍ତ ସୋମବାର ଦିନ ଘୋଷଣା କରିଛନ୍ତି ଯେ ତାଙ୍କର ରାଜନୀତିରେ ପ୍ରବେଶ କରିବାର କୌଣସି ଯୋଜନା ନାହିଁ । ଏବଂ ତାଙ୍କର ରାଜନୈତିକ ଦଳ ‘ରଜନୀ ମକ୍କଲ ମନ୍ଦ୍ରମ’କୁ ଭାଙ୍ଗି ଦେଇଛନ୍ତି। ଏଥିସହ ସେ ଆଉ କେବେ ବି ପଛକୁ ଛାହିଁବେ ନାହିଁ କି ରାଜନୀତିରେ ପ୍ରବେଶ କରିବେ ନାହିଁ ବୋଲି କହିଛନ୍ତି। ତାଙ୍କ ରାଜନୈତିକ ପାର୍ଟିର ଭବିଷ୍ୟତ ବିଷୟରେ ଆଲୋଚନା କରିବା ପାଇଁ ସୋମବାର ଏକ ବୈଠକ କରି ଥିଲେ, ଏହାପରେ ସବୁଦିନ ପାଇଁ ରାଜନିତୀକୁ ଗୁଡବାଏ କରିବା ନେଇ ଘୋଷଣା କରିଛନ୍ତି। ରଜନୀକାନ୍ତ କହିଛନ୍ତି ଯେ ଗଠିତ ସଂଗଠନ ବର୍ତ୍ତମାନ ରଜନୀ ରସିଗର ନରପାନି ମନ୍ଦରାମ ନାମରେ ଜନସାଧାରଣଙ୍କ ମଙ୍ଗଳ ପାଇଁ କାମ କରିବ।

ସାଉଥ୍ ସୁପରଷ୍ଟାର ରଜନୀକାନ୍ତ କହିଛନ୍ତି ଯେ “ମୁଁ ରାଜନୀତିରେ ପ୍ରବେଶ ନକରିବା ନିଷ୍ପତ୍ତି ନେବା ପରେ ଶୁଭେଚ୍ଛୁ ଏବଂ ପାର୍ଟି କର୍ମୀଙ୍କ ମଧ୍ୟରେ ଅନେକ ପ୍ରଶ୍ନ ଉଠିଥିଲା। ‘ରଜନୀ ମକ୍କଲ ମନ୍ଦ୍ରମ’ର ଭବିଷ୍ୟତକୁ ନେଇ ସମସ୍ତେ ଚିନ୍ତିତ ଥିଲେ। ମୁଁ ରାଜନୀତିରେ ପ୍ରବେଶ ନକରିବାକୁ ନିଷ୍ପତ୍ତି ନେଇଥିବାରୁ ଆମେ ‘ରଜନୀ ମକ୍କଲ ମନ୍ଦ୍ରମ’କୁ ରଜନୀ ‘ରସିଗର ନରପାନି ମନ୍ଦରାମ’ ପରିଣତ କରିଛୁ। ଆମେ ଜିଲ୍ଲା ସ୍ତରରୁ ରାଜ୍ୟ ସ୍ତର ପର୍ଯ୍ୟନ୍ତ ବିଭିନ୍ନ ପଦବୀ, ସଙ୍ଗଠନ ସୃଷ୍ଟି କରିଛୁ।  ଅପ୍ରତ୍ୟାଶିତ ପରିସ୍ଥିତି ହେତୁ, ଆମେ ଯାହା ଚାହୁଁଥିଲୁ ତାହା ହାସଲ କରିବାକୁ ସମର୍ଥ ହୋଇ ପାରିଲୁ ନାହିଁ । ଭବିଷ୍ୟତରେ ରାଜନୀତିରେ ପ୍ରବେଶ କରିବାକୁ ମୋର କୌଣସି ବି ଯୋଜନା ନାହିଁ।  ପୂର୍ବ ପରି କଲ୍ୟାଣକାରୀ କାର୍ଯ୍ୟ କରିବା ପାଇଁ ରଜନୀ ‘ରସିଗର ନରପାନି ମନ୍ଦରାମ’ ଭାବରେ କାର୍ଯ୍ୟ ଜାରି ରଖିବ ବୋଲି ସେ କହିଛନ୍ତି।

      2017 ମସିହାରେ ରଜନୀକାନ୍ତ ଘୋଷଣା କରିଥିଲେ ଯେ ସେ ରାଜନୀତିରେ ପ୍ରବେଶ କରିବେ। ସେବେଠାରୁ ସେ ଆରଏମଏମ କାର୍ଯ୍ୟକର୍ତ୍ତାଙ୍କ ସହ ଅନେକ ଥର ବୈଠକ କରିଥିଲେ ଏବଂ ତାମିଲନାଡୁ ରାଜନୀତି ତଥା ଅନ୍ୟାନ୍ୟ ପ୍ରସଙ୍ଗରେ ନିଜର ମତ ରଖିଥିଲେ। ୩ ଡିସେମ୍ବର ୨୦୨୦ ରେ ରଜନୀକାନ୍ତ ଘୋଷଣା କରିଥିଲେ ଯେ ସେ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ଜାନୁଆରୀରେ ଏକ ପାର୍ଟି ଗଠନ କରିବେ ଏବଂ ଡିସେମ୍ବର ୩୧ ରେ ଏହାର ନାମ ଘୋଷଣା କରାଯିବ। କିନ୍ତୁ , ୨୯ ଡିସେମ୍ବର ୨୦୨୦ ରେ ଘୋଷଣା କରିଥିଲେ ଯେ ସେ ରାଜନୀତିରେ ଯୋଗ ଦେବେ ନାହିଁ। କାରଣ ସ୍ୱାସ୍ଥ୍ୟବସ୍ଥା ଏବଂ ମହାମାରୀ ଏକ ବଡ ସମସ୍ୟା  ସେ କହିଛନ୍ତି ଯେ ସେ ରାଜନୀତିରେ ପ୍ରବେଶ ନକରି ଜନସାଧାରଣଙ୍କ ସେବା ଜାରି ରଖିବେ । ରଜନୀକାନ୍ତଙ୍କ ଏହି ଘୋଷଣା ପରଠାରୁ ଅନେକ କାର୍ଯ୍ୟକର୍ତ୍ତା ଡିଏମକେ ସମେତ ଅନ୍ୟ ରାଜନୈତିକ ଦଳରେ ଯୋଗ ଦେଇଥିଲେ।

Related Posts