ଆସନ୍ତାକାଲି ଠାରୁ ରାଜ୍ୟବ୍ୟାପୀ କଂଗ୍ରେସର ପଦଯାତ୍ରା; ପ୍ରତି ଜିଲ୍ଲାରେ ୭୫ କିଲୋମିଟର ପଦଯାତ୍ରା କରିବ ଦଳ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆସନ୍ତାକାଲି ଠାରୁ ରାଜ୍ୟବ୍ୟାପୀ ପଦଯାତ୍ରା କରିବ କଂଗ୍ରେସ । ପ୍ରତି ଜିଲ୍ଲାରେ ୭୫ କିଲୋମିଟର ପଦଯାତ୍ରା କରିବ ଦଳ। ଏହି ପଦଯାତ୍ରା ସମୟରେ ଲୋକଙ୍କୁ ସ୍ବାଧୀନତାର ୭୫ବର୍ଷ ମଧ୍ୟରେ ଦେଶବାସୀଙ୍କ ପାଇଁ କଂଗ୍ରେସର ଅବଦାନ କଣ ତାହା ବୁଝାଇବ ଦଳ । ଭୁବନେଶ୍ବରର ପଟିଆରୁ ପିସିସି ସଭାପତି ଶରତ ପଟ୍ଟନାୟକ ଏହି ପଦଯାତ୍ରାର ଶୁଭାରମ୍ଭ କରିବେ ବୋଲି ସୂଚନା ମିଳିଛି।

ପଦଯାତ୍ରା ସମୟରେ ଲୋକେ ଆଗାମୀ ଦିନରେ କଂଗ୍ରେସକୁ କାହିଁକି ଭୋଟ ଦେବେ ସେ ନେଇ ଦଳ ପକ୍ଷରୁ ଲିଫଲେଟ ବଣ୍ଟାଯିବ । କେନ୍ଦ୍ର ସରକାରଙ୍କ ଅତ୍ୟାବଶ୍ୟକ ସାମଗ୍ରୀର ମନଇଚ୍ଛା ଦରଦାମ ବୃଦ୍ଧି, ଜିଏସଟି ବୃଦ୍ଧି କରିଛି ସେ ନେଇ ଲୋକଙ୍କ ଭିତରେ ସଚେତନତା ସୃଷ୍ଟି କରିବ ଦଳ । ଏଥିପାଇଁ ୩୦ ଜିଲ୍ଲାରେ ୩୦ ଜଣ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ କରିବା ସହ ଦଳ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ମଧ୍ୟ କରାଯାଇଥିବା ସୂଚନା ମିଳିଛି।

Related Posts