ଟିମ ଇଣ୍ଡିଆକୁ ପରାଜୟକୁ ଏକ ସଫଳତା ଭାବରେ ଗ୍ରହଣ କରି ଆଗକୁ ବଢିବା ଆବଶ୍ୟକ: ହାର୍ଦ୍ଦିକ ପାଣ୍ଡ୍ୟା

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପରେ ଭାରତର ବିଫଳତା ସମଗ୍ର ଦେଶବାସୀଙ୍କୁ ନିରାଶ କରି ଦେଇଛି । ନିଜ ପ୍ରଦର୍ଶନକୁ ନେଇ ଖୋଦ୍ ନିରାଶ ଭାରତୀୟ ଅଧିନାୟକ ତଥା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା। ଅନେକ ଭାରତୀୟ ଟିମ୍ ର ଏହି ବିଫଳତା ପାଇଁ ଟାର୍ଗେଟ୍ କରି ଆସୁଥିବା ବେଳେ, ମୁହଁ ଖୋଲିଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା ।

ଏହି ସିରିଜ ଆରମ୍ଭ ପୂର୍ବରୁ ହାର୍ଦ୍ଦିକ କହିଛନ୍ତି, ବିଶ୍ୱକପ୍‌ ଭଳି ପ୍ରତିଯୋଗିତାରେ ସେମିଫାଇନାଲରୁ ବାଦ୍‌ ପଡିବା ନିହାତି ଦୁଃଖଦାୟକ। ଟିମ ଇଣ୍ଡିଆକୁ ପରାଜୟକୁ ଏକ ସଫଳତା ଭାବରେ ଗ୍ରହଣ କରି ଆଗକୁ ବଢିବା ଆବଶ୍ୟକ। ଆମେ ପେସାଦାର ଖେଳାଳି ଏବଂ ଆମର ପରାଜୟକୁ ସେହିଭଳି ଢଙ୍ଗରେ ନେବା ଆବଶ୍ୟକ।

ଟି -୨୦ ବିଶ୍ୱକପ ୨୦୨୪ ପାଇଁ ରୋଡମ୍ୟାପ ଆରମ୍ଭ ହୋଇଛି, କିନ୍ତୁ ବର୍ତ୍ତମାନ ଦଳର ସମ୍ପୂର୍ଣ୍ଣ ଧ୍ୟାନ ନ୍ୟୁଜିଲାଣ୍ଡ ଗସ୍ତ ଉପରେ ରହିଛି। ଗତ କିଛି ବର୍ଷ ମଧ୍ୟରେ ନ୍ୟୁଜିଲାଣ୍ଡ ଏକ ବଡ଼ ଦଳ ହୋଇପାରିଛି। ଯେ ସେମାନେ ସର୍ବଦା ବହୁତ ଭଲ ପ୍ରଦର୍ଶନ କରିଛନ୍ତି । ଏହି ସିରିଜରେ ଯୁବ ଖେଳାଳି ଦଳରେ ନିଜର ମୂଲ୍ୟ ପ୍ରମାଣ କରିବା ଏବଂ ଭଲ ପ୍ରଦର୍ଶନ କରିବା ପାଇଁ ଏକ ବଡ଼ ସୁଯୋଗ ପାଇବେ।

ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଟି-୨୦ ସିରିଜ ଶୁକ୍ରବାର ଠାରୁ ଆରମ୍ଭ ହେବ। ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜରେ ହାର୍ଦ୍ଦିକଙ୍କୁ ଭାରତର ଅଧିନାୟକ କରାଯାଇଛି। ନ୍ୟୁଜିଲାଣ୍ଡ ଗସ୍ତରେ ଭାରତକୁ ୧୮ ରୁ ୩୦ ନଭେମ୍ବର ପର୍ଯ୍ୟନ୍ତ ତିନୋଟି ଟି-୨୦ ଏବଂ ତିନୋଟି ଦିନିକିଆ ସିରିଜ ଖେଳିବାକୁ ପଡିବ ।

Related Posts