ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିବା ଚିଠି ସାର୍ବଜନୀନ କରିବାରୁ ରାଜ୍ୟପାଳଙ୍କ ଉପରେ ଖପ୍ପା ବେଙ୍ଗଲ ସରକାର

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନକଡ ଏବଂ ବେଙ୍ଗଲ ସରକାରଙ୍କ ମଧ୍ୟରେ ପୁଣି ଥରେ ବିବାଦ ସୃଷ୍ଟି ହୋଇଛି। ଏଥର ବିବାଦ ଲେଟର ଲିକ୍ କୁ ନେଇ। ରାଜ୍ୟପାଳ ଜଗଦୀପ ଧନକଡ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଲେଖିଥିବା ଏକ ଚିଠିକୁ ସାର୍ବଜନୀନ କରିବାକୁ ନେଇ ବିବାଦ ସୃଷ୍ଟି ହୋଇଛି । ଚିଠି ଲିକ୍ କରିବା ଘଟଣାକୁ ନେଇ ପଶ୍ଚିମବଙ୍ଗ ସରକାର ରାଜ୍ୟପାଳଙ୍କ ଉପରେ ଖପ୍ପା ହୋଇଛନ୍ତି। ରାଜ୍ୟପାଳ ମୁଖ୍ଯମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଲେଖିଥିବା ଏହି ଚିଠିରେ ଉଲ୍ଲେଖ କରିଛନ୍ତି, ବେଙ୍ଗଲରେ ହୋଇଥିବା ନିର୍ବାଚନୀ ପରବର୍ତ୍ତୀ ହିଂସାକୁ ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କାହିଁକି ଚୁପ୍ ଅଛନ୍ତି ଓ ପୀଡ଼ିତାଙ୍କୁ ପୁନଃ ଥଇଥାନ ଏବଂ କ୍ଷତିପୂରଣ ଦେବାରେ କିଛି ବି ପଦକ୍ଷେପ ନେଇ ନଥିବା ସେ ଅଭିଯୋଗ କରିଛନ୍ତି। ଏଥିସହ ସେ ମମତାଙ୍କ ଉପରେ ମନଇଚ୍ଛା ବର୍ଷିଛନ୍ତି। ଏହି ଚିଠିକୁ ସେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ପଠାଇବା ସହିତ ସାର୍ବଜନୀନ କରିଦେଇଛନ୍ତି। ଏହା ପରେ ବେଙ୍ଗଲ ସରକାରଙ୍କ ଗୃହ ବିଭାଗର ଟ୍ୱିଟର ହ୍ୟାଣ୍ଡେଲରେ ଏକାଧିକ ଟ୍ବିଟ୍ କରି ଚିଠି ଲିକ୍ ଘକଣାକୁ ନେଇ ରାଜ୍ୟପାଳଙ୍କ ଉପରେ ବର୍ଷିଛି । ଗୃହ ବିଭାଗ ଟ୍ୱିଟ୍ କରି କହିଛି ଯେ , ପଶ୍ଚିମବଙ୍ଗ ସରକାର ଦୁଃଖର ସହ କହୁଛନ୍ତି ଯେ ମାନ୍ୟବର ରାଜ୍ୟପାଳ ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିବା ଏକ ଚିଠିକୁ ସାର୍ବଜନୀନ କରିଛନ୍ତି। ହେଲେ ଏଥିରେ ଥିବା ଦାବିରେ କୌଣସି ସତ୍ୟତା ନାହିଁ।

ଏହା ସାମ୍ବିଧାନିକ ମର୍ଯ୍ୟାଦାକୁ ଉଲ୍ଲଙ୍ଘନ କରୁଛି। ଗୃହ ବିଭାଗ ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ଯେ, ନିର୍ବାଚନ କମିଶନ ରାଜ୍ୟର ଆଇନ ଶୃଙ୍ଖଳା ଦାୟିତ୍ୱରେ ଥିବା ସମୟରେ ନିର୍ବାଚନୀ ପରବର୍ତ୍ତୀ ହିଂସା ଦେଖାଦେଇଥିଲା। ନୂତନ ସରକାର ଶପଥ ନେବା ପରେ ଆଇନଶୃଙ୍ଖଳା ଦାୟିତ୍ୱ କ୍ୟାବିନେଟ ହାତକୁ ଆସିଥିଲା। ଦାୟିତ୍ୱ ନେବା ପରେ ରାଜ୍ୟ ସରକାର ପୁଲିସ୍‌କୁ ସମସ୍ତ ଅପରାଧୀ କାର୍ଯ୍ୟକଳାପ ଘଟାଇଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସରକାର ସବୁବେଳେ ସମାଜରେ ଶାନ୍ତି ପ୍ରତିଷ୍ଠା ଓ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିବା ପାଇଁ ପ୍ରତିଶ୍ରୁତିବଦ୍ଧ ଅଛନ୍ତି । ରାଜ୍ୟପାଳ ସାର୍ବଜନୀନ କରିଥିବା ଚିଠି ସଂପୂର୍ଣ୍ଣ ଭାବେ ଏକପାଖିଆ ମନଗଢା ଏବଂ ଭିତ୍ତିହୀନ। ତେଣୁ ରାଜ୍ୟପାଳ ପ୍ରକୃତ ସତ୍ୟତା ନ ଜାଣି ଏଭଳି ଭିତ୍ତି ହୀନ ଚିଠି ଲେଖିବା ଆଦୌ ଗ୍ରହଣୀୟ ନୁହେଁ ବୋଲି ଗୃହ ବିଭାଗ କହିଛି। ସୂଚନାଯୋଗ୍ୟ ବେଙ୍ଗଲ ବିଧାନସଭାରେ ବିରୋଧୀ ଦଳର ନେତା ଶୁଭେନ୍ଦୁ ଅଧିକାରୀ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ରାଜ୍ୟପାଳଙ୍କୁ ଭେଟିଥିଲେ । ଏବଂ ଏହା ପୂର୍ବରୁ ଦିଲ୍ଲୀରେ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ମଧ୍ୟ ଭେଟିଥିଲେ । ଏପଟେ ମଙ୍ଗଳବାର ସନ୍ଧ୍ୟାରେ ରାଜ୍ୟପାଳ ଧନକଡ ଦିଲ୍ଲୀ ଗସ୍ତ କରିଛନ୍ତି। ସେ ଜୁନ୍ ୧୮ ତାରିଖରେ କୋଲକାତା ଫେରିବେ । ଏହା ମଧ୍ୟରେ ସେ ଦିଲ୍ଲୀରେ ବରିଷ୍ଠ ବିଜେପି ନେତାଙ୍କୁ ଭେଟିବେ ବୋଲି ସୂଚନା ମିଳିଛି।ରାଜ୍ୟପାଳ ଜଗଦୀପ ତାଙ୍କ ଚିଠିରେ ବେଙ୍ଗଲରେ ହୋଇଥିବା ନିର୍ବାଚନୀ ପରବର୍ତ୍ତୀ ହିଂସାକୁ ରୋକିବାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଫଳ ଓ ପୀଡ଼ିତାଙ୍କୁ ପୁନଃ ଥଇଥାନ ଏବଂ କ୍ଷତିପୂରଣ ଦେବାରେ କିଛି ବି ପଦକ୍ଷେପ ନେଇ ନଥିବା କହିଛନ୍ତି। ଏଥିସହ ସେ ମମତାଙ୍କଙ୍କ ଉପରେ ମନଇଚ୍ଛା ବର୍ଷିଛନ୍ତି। ଏହି ଚିଠି ସେ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ପଠାଇବା ସହ ଏହାକୁ ଟ୍ୱିଟରେ ଲିକ୍‌ ମଧ୍ୟ କରିଥିଲେ। ଯାହାକୁ ନେଇ ବେଙ୍ଗଲର ଗୃହ ବିଭାଗ ରାଜ୍ୟପାଳନଙ୍କୁ ଟାର୍ଗେଟ କରିଛି। ଗୃହ ବିଭାଗ ଟ୍ୱିଟ କରି କହିଛି ଯେ ପଶ୍ଚିମବଙ୍ଗ ସରକାର ଦୁଃଖର ସହ କହିବାକୁ ଚାହୁଁଛନ୍ତି ଯେ ମାନନୀୟ ରାଜ୍ୟପାଳ ହଠାତ୍ ମାନନୀୟ ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିବା ଏକ ଚିଠିକୁ ସର୍ବସାଧାରଣ ପ୍ଲାଟଫର୍ମରେ ପୋଷ୍ଟ କରିଛନ୍ତି। ହେଲେ ଏଥିରେ ଥିବା ଦାବିରେ କୌଣସି ସତ୍ୟତା ନାହିଁ। ମୁଖ୍ୟମନ୍ତ୍ରୀଙ୍କୁ ଲେଖାଯାଇଥିବା ଚିଠିକୁ ଏପରି ଟ୍ୱିଟ କରିବା ସମ୍ବିଧାନ ବିରୋଧୀ। ସାମ୍ବିଧାନିକ ମର୍ଯ୍ୟାଦାକୁ ଏହା ଉଲ୍ଲଙ୍ଘନ କରୁଛି। ସର୍ବସାଧାରଣ ସ୍ଥାନରେ ହଠାତ୍ ଓ ଏପରି ଏକପାଖିଆ ଅଭିଯୋଗକୁ ଲିକ୍‌ କରିବା ପଶ୍ଚିମବଙ୍ଗ ସରକାରକୁ ଆହୁରି ଚକିତ କରିଛି।

Related Posts