କୋଭିଡ ଚିକିତ୍ସାରେ ସବୁଠୁ ବଡ଼ ହିତାଧିକାରୀ ହେଉଛନ୍ତି ବିଜେଡି ସାଂସଦଙ୍କ ସଂସ୍ଥା କିମସ ହସ୍ପିଟାଲ, ୪ ଟି ଜିଲ୍ଲାରେ ନେଇଛନ୍ତି ୧୦୦ କୋଟି ଟଙ୍କା

ପ୍ରଦୀପ ପ୍ରଧାନ 

ଆବାହକ, ସୂଚନା ଅଧିକାର ଅଭିଯାନ

ରାଜ୍ୟରେ କୋଭିଡ ଚିକିତ୍ସା ବାବଦକୁ ଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ଉଦ୍ୟୋଗମାନେ ଶହ ଶହ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଏତେ ବିପୁଳ ଅର୍ଥ ଖର୍ଚ୍ଚ ସତ୍ତ୍ୱେ କୋଭିଡ ଚିକିତ୍ସାରେ ଗତ ବର୍ଷେ ହେଲା ପ୍ରତ୍ୟେକଦିନ ମାଳ ମାଳ ଅଭିଯୋଗ ସାମନାକୁ ଆସୁଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, କୋଭିଡ ଚିକିତ୍ସା ପ୍ରଦାନ ପ୍ରାୟତଃ ହାତଗଣତି ଘରୋଇ ହସପିଟାଲ ଙ୍କ ମୋନୋପୋଲି ରେ ସୀମିତ। ଏହାର ମୁଖ୍ୟ କାରଣ ହେଉଛି, ନବୀନ ବାବୁଙ୍କ ସରକାର ରାଜ୍ୟରେ ଥିବା ସରକାରୀ ସ୍ୱାସ୍ଥ୍ୟ ଅନୁଷ୍ଠାନଗୁଡିକର ଭିତ୍ତିଭୂମି ସଜାଡ଼ିବା ପରିବର୍ତ୍ତେ ପ୍ରାଇଭେଟ୍ ସଂସ୍ଥାଙ୍କୁ କୋଟି କୋଟି ଟଙ୍କା ଅଗ୍ରୀମ ଆକାରରେ ଦେଲେ ହସପିଟାଲ ଖୋଲିବାପାଇଁ। 

କିଛି  ଦିନ ତଳେ ଆମ୍ଭେ ସୂଚନା ଅଧିକାର ଆଇନ ଦ୍ୱାରା ପ୍ରଦତ୍ତ ତଥ୍ୟ ରେ ଉଲ୍ଲେଖ କରିଥିଲୁ ଯେ କରୋନା ରୋଗୀଙ୍କ ଚିକିତ୍ସା ବାବଦରେ ସମ କୋଭିଡ ହସ୍ପିଟାଲ 120 କୋଟି ଟଙ୍କା ନେଇଛି। ଏହି ଅର୍ଥ କୁ କେନ୍ଦ୍ରୀୟ ଉଦ୍ୟୋଗ Mahanadi Coalfields Limited ବା ଏମ୍ ସି ଏଲ ସଂସ୍ଥା ଭରଣା କରିଛି। 

ବର୍ତ୍ତମାନ ଅଚ୍ୟୁତ ସାମନ୍ତ ଙ୍କ ସଂସ୍ଥା KIMS ୪ ଟି ଜିଲ୍ଲା ଯଥା  କନ୍ଧମାଳ, ବଲାଙ୍ଗୀର , ମୟୁରଭଞ୍ଜ ଓ ଭୁବନେଶ୍ୱରରେ   କୋଭିଡ ହସ୍ପିଟାଲ  ପ୍ରତିଷ୍ଠା ଓ କୋଭିଡ ରୋଗୀ ସେବା ପାଇଁ ହାରାହାରି 100 କୋଟି ଟଙ୍କା Odisha Mining Corporation ରୁ ନେଇଛନ୍ତି । 

 ୪ ଟି ଜିଲ୍ଲାରେ ହୋଇଥିବା କିମସ କୋଭିଡ ହସ୍ପିଟାଲ ସମ୍ପୂର୍ଣ୍ଣ ସରକାରୀ ଅର୍ଥ ଅର୍ଥାତ ଲୋକଙ୍କ ଅର୍ଥରେ ହୋଇଛି । ଏଥିପାଇଁ ଅଚ୍ୟୁତ ସାମନ୍ତ ଗୋଟିଏ ବି ଟଙ୍କା ନିଜ ପକେଟରୁ ଖର୍ଚ୍ଚ କରି ନାହାନ୍ତି ।  ମାର୍ଚ୍ଚ 23,2020 ରେ ରାଜ୍ୟ ସରକାର କୋଭିଡ ଲକଡାଉନ ଘୋଷଣା କଲେ ।  ଏପ୍ରିଲ 3,2020 ରେ   ଭୁବନେଶ୍ୱର ରେ 500 ଶଯ୍ୟା ବିଶିଷ୍ଟ  କିମସ କୋଭିଡ଼ ହସ୍ପିଟାଲ ପ୍ରସ୍ତୁତ ହୋଇଗଲା ବୋଲି ଘୋଷଣା କରାଗଲା । ସେହିଦିନ କିମସ କୁ ସରକାର 12 କୋଟି ଟଙ୍କା ଅଗ୍ରୀମ ଦିଆଗଲା । ବାସ୍ତବରେ 500 ଶଯ୍ୟା ଅଛି କି ନାହିଁ କେହି ପ୍ରଶ୍ନ କଲେ ନାହିଁ ।  କେବଳ  କୋଭିଡ ହସ୍ପିଟାଲ ର ଫଟୋ ଘୁରି ବୁଲିଲା । ଆମର ଗଣ ମାଧ୍ୟମ ମଧ୍ୟ ଅନ୍ଧାଦୁନିଆ news କଲେ । ଯେଉଁ 12 କୋଟି ଅଗ୍ରୀମ ଦିଆଗଲା , ଏହି ଅର୍ଥରେ ଅନ୍ୟ ଜିଲ୍ଲାରେ କୋଭିଡ ହସ୍ପିଟାଲ ର ଭିତ୍ତି ଭୂମି ପଡିଲା । ଯଦି ଏହି ଅର୍ଥ ଆମ ସରକାରୀ ଡାକ୍ତରଖାନାରେ ଖର୍ଚ୍ଚ ହୋଇଥାନ୍ତା ତେବେ 30 ଟି ଜିଲ୍ଲାରେ କୋଭିଡ ହସ୍ପିଟାଲ ହୋଇ ପାରିଥାନ୍ତା ।  

ପୁଣି ଏହି  ସଂସ୍ଥା କିପରି କୋଭିଡ ପାଇଁ ଆସୁଥିବା ଅର୍ଥରୁ  ଅଧିକ ଲାଭ ପାଇବେ , ସେଥିପାଇଁ ତୁରନ୍ତ ଏକ MOU sign କରାଯାଇ bed charge ଓ patient treatment charge ଅଲଗା କରାଯାଇ ହିସାବ କରାଗଲା । ଅର୍ଥାତ ରୋଗୀ ଥା ଆନ୍ତୁ କି ନଥାଆନ୍ତୁ , ସରକାର bed charge ଦେଇ ଚାଲିବେ । ଏପିଲ, 20 ରେ ସେଭଳି କୋଭିଡ ରୋଗୀ ନଥିଲା ବେଳେ କେବଳ bed charge ବାବଦରେ ସରକାର  4 କୋଟି ଟଙ୍କା ଦେଲେ । ସୂଚନା ଆଇନରେ ମିଳିଥିବା ତଥ୍ୟ ଅନୁଯାୟୀ ,ଦିଆଯାଇଥିବା  ସମୁଦାୟ ଅର୍ଥରୁ 90 ଭାଗ କେବଳ bed ଚାର୍ଜ । ସରକାର କରିଥିବା ବ୍ୟବସ୍ଥା ଅନୁଯାୟୀ ଦୈନିକ ordinary bed charge  Rs. 3000 ଟଙ୍କା ଓ ICU bed charge Rs. 5000 ଟଙ୍କା । ଏହି ବ୍ୟବସ୍ଥା କରାଯାଇଥିଲା ଯେଭଳି ସର୍ବାଧିକ ଫାଇଦା କିମସ ହସ୍ପିଟାଲକୁ ମିଳିପାରିବ।  

ସୂଚନା ଆଇନରେ  ମିଳିଥିବା ତଥ୍ୟ ଅନୁଯାୟୀ, ଭୁବନେଶ୍ବର ରେ ସବୁଠାରୁ ବେଶୀ କୋଭିଡ  ରୋଗୀ କିମସ  ହସ୍ପିଟାଲରେ ମରିଛନ୍ତି । ଆମେ ଟଙ୍କା ଦେଲୁ , ଆମ ଟଙ୍କାରେ କୋଭିଡ ହସ୍ପିଟାଲ ହେଲା । ଆମ ଲୋକ କୋଭିଡ ରେ ଆକ୍ରାନ୍ତ ହୋଇ ଉପଯୁକ୍ତ ଚିକିତ୍ସା ଅଭାବରୁ ମୃତ୍ୟୁ ବରଣ କଲେ । ସରକାର ବାହାଵ। ନେଲେ କୋଭିଡ ହସ୍ପିଟାଲ ଯଥାଶ୍ରିଘ୍ର  ହୋଇଗଲା ବୋଲି ।  ସରକାରୀ ଡାକ୍ତରଖାନା କୁ ସରକାର ବଢ଼େଇବା ପରିବର୍ତ୍ତେ ବୁଡ଼େଇ ଦେଲେ। ଫଳରେ ସରକାରୀ ଡାକ୍ତରଖାନା ଯେଉଁ ବରବାଦ କୁ ସେଇ ବରବାଦ। ଏହାହିଁ ନବୀନ ବାବୁଙ୍କ 5T ସରକାର । ରାଜ୍ୟ ସ୍ୱାସ୍ଥ୍ୟ ସେବା କିପରି  ଭୁଶୁଡିବାରେ ଲାଗିଛ , ଏଇଟା ସବୁଠାରୁ ବଡ ଉଦାହରଣ  । ସମସ୍ତ ତଥ୍ୟ ନିମ୍ନ ଲିଖିତ ଲିଙ୍କରେ ଦିଆଯାଇଛି ।

https://odishasoochana.blogspot.com/2021/07/fund-sanctioned-to-kims-covid-hospital.html

Related Posts