ସତ୍ୟପାଠ ବ୍ୟୁରୋ; କଟକ ୧୮.୦୫.୨୧
ଅକ୍ସିଜେନ୍ ସଙ୍କଟ କୋଭିଡ଼ ଦ୍ବିତୀୟ ଲହରରେ ସଵୁଠାରୁ ବଡ଼ ସମସ୍ୟା ରୂପେ ଦେଖା ଦେଇଛି। ଏଭଳି ଏକ ମହାବିପତ୍ତି ସମୟରେ ଆଉ ଏକ ଗୁରୁତର ସମସ୍ୟା ହେଉଛି ଆବଶ୍ୟକ ସ°ଖ୍ୟକ ଆମ୍ବୁଲାନ୍ସ ର ଅଭାବ। ଏହାକୁ ଆଖିରେ ରଖି ଆଜି କଟକ ଜିଲ୍ଲା କ°ଗ୍ରେସ ପକ୍ଷରୁ ଅକ୍ସିଜେନ୍ ସୁବିଧା ଥିବା ଆମ୍ବୁଲାନ୍ସ ସେଵା ଆରମ୍ଭ କରାଯାଇଛି। ପ୍ରଥମ ଦଫାରେ ୨ ଟି ଆମ୍ଵୁଲାନ୍ସ ଜିଲ୍ଲା କ°ଗ୍ରେସ ପକ୍ଷରୁ ଯୋଗାଇ ଦିଆଯାଇଛି।
ଦୁଇଟିଯାକ ଆମ୍ଵୁଲାନ୍ସ ରେ ଅକ୍ସିଜେନ୍ ବ୍ୟବସ୍ଥା ସହ ଅନ୍ୟାନ୍ୟ ଜରୁରୀ ସେଵା ଉପକରଣ ଅଛି। ଏହି ଆମ୍ଵୁଲାନ୍ସ ସେଵା ସମ୍ପୂର୍ଣ୍ଣ ନିଶ୍ଳୁକ ଏବଂ ୨୪ ଘଣ୍ଟିଆ କାର୍ଯ୍ୟ କରିବ ବୋଲି କଟକ ଜିଲ୍ଲା କ°ଗ୍ରେସ ସଭାପତି ମାନସ ଚୈ।ଧୁରୀ କହିଛନ୍ତି। ଏଥିସହିତ ଜିଲ୍ଲା ସଙ୍ଗଠନ ତରଫରୁ କୋଭିଡ଼ ପଜିଟିଭ ରୋଗୀଙ୍କୁ ୧୫ ଦିନ ପାଇଁ ଭିଟାମିନ ଵଟିକା ଯୋଗାଇ ଦିଆଯାଉଛି ଵୋଲି ମାନସ କହିଛନ୍ତି। ଆଜି ଜିଲ୍ଲା କାର୍ଯାଳୟ ଠାରେ କ°ଗ୍ରେସ ନେତା ସତ୍ୟ ପ୍ରକାଶ ନାୟକ ଓ ଛାତ୍ର କ°ଗ୍ରେସ ରାଜ୍ୟ ସଭାପତି ୟାସିର ନଓ୍ଵାଜ ଦଳୀୟ ପତାକା ଦେଖାଇ ଆମ୍ଵୁଲାନ୍ସ ସେଵା ର ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ରାଜ୍ୟ ଯୁବକ°ଗ୍ରେସ ସମ୍ପାଦକ ଵିପ୍ଲବ ଶିଲାଦିତ୍ୟ ଓ ଜିଲ୍ଲା ଛାତ୍ର କ°ଗ୍ରେସ ସଭାପତି ଦୀପକ ଵେହେରା ପ୍ରମୁଖ ଉପସ୍ଥିତ ଥିଲେ।