କିଛି ସପ୍ତାହ ପାଇଁ ସ୍ଥଗିତ ରହିବ କଂଗ୍ରେସର ନୂତନ ସଭାପତି ନିର୍ବାଚନ !

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କଂଗ୍ରେସର ନୂତନ ସଭାପତି ଚୟନ ପାଇଁ ହେବାକୁ ଥିବା ନିର୍ବାଚନ କିଛି ସପ୍ତାହ ପାଇଁ ସ୍ଥଗିତ ରହିବାର ସମ୍ଭାବନା ରହିଛି। ଏନେଇ ଅଗଷ୍ଟ ୨୮ ତାରିଖରେ ହେବାକୁ ଥିବା କଂଗ୍ରେସର ସିଡବ୍ଲୁସି ବୈଠକରେ ଚୂଡ଼ାନ୍ତ କାର୍ଯ୍ୟସୂଚୀ ସ୍ଥିର କରାଯିବ ବୋଲି ଗୁରୁବାର ଦିନ ଦଳୀୟ ସୂତ୍ରରୁ ସୂଚନା ମିଳିଛି।

ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ ଘୋଷଣା କରାଯାଇଥିଲା ଯେ ନିର୍ବାଚନ କାର୍ଯ୍ୟସୂଚୀ ଅଗଷ୍ଟ ୨୧ରୁ ସେପ୍ଟେଟର ୨୦ ପର୍ଯ୍ୟନ୍ତ ହେବ।ତେବେ ସଭାପତି ପଦ ପାଇଁ ନିର୍ବାଚନ ବର୍ତ୍ତମାନ କଂଗ୍ରେସ ପାଇଁ ଏକ ଚ୍ୟାଲେଞ୍ଜ ପାଲଟିଛି ଏବଂ ସଭାପତି ପଦ ପାଇଁ ରାହୁଲ ଗାନ୍ଧୀ ନିର୍ବାଚନ ଲଢିବାକୁ ଅନିଚ୍ଛା ପ୍ରକାଶ କରିଛନ୍ତି। କଂଗ୍ରେସ ଦଳ ଅଗଷ୍ଟ ୨୦ ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ନିର୍ବାଚନ ପ୍ରକ୍ରିୟା ଶେଷ କରିଛି। ଅଗଷ୍ଟ ୨୧ରୁ ସେପ୍ଟେଟର ୨୦ ମଧ୍ୟରେ ସଭାପତି ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ଦଳ ଘୋଷଣା କରିଥିଲା। କିନ୍ତୁ ଅନେକ ପ୍ରୟାସ ସତ୍ତ୍ୱେ ରାହୁଲ ଗାନ୍ଧୀ ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କ ଆଭିମୁଖ୍ୟକୁ ସ୍ପଷ୍ଟ କରିନାହାନ୍ତି।ଯଦି ରାହୁଲ ଗାନ୍ଧୀ ଏହି ପଦ ପାଇଁ ରାଜି ନ ହୁଅନ୍ତି ତେବେ ଅଶୋକ ଗେହଲଟ, ମଲ୍ଲିକାର୍ଜୁନ ଖାର୍ଗେ, କେସି ବେଣୁଗୋପାଳ, କୁମାରୀ ଶୈଲଜା ଏବଂ ମୁକୁଲ ୱାସନିକଙ୍କ ପରି ନେତାଙ୍କ ନାମ ମଧ୍ୟରୁ ଗୋଟିଏ ଉପରେ ସହମତି ସୃଷ୍ଟି କରିବାକୁ ଚେଷ୍ଟା ହୋଇପାରେ।

Related Posts