ପଞ୍ଜାବ କ୍ୟାବିନେଟର ପ୍ରଥମ ବୈଠକରେ ୨୫ ହଜାର ସରକାରୀ ନିଯୁକ୍ତି ପ୍ରସ୍ତାବ ପାରିତ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପଞ୍ଜାବ କ୍ୟାବିନେଟର ପ୍ରଥମ ବୈଠକରେ ୨୫ ହଜାର ସରକାରୀ ନିଯୁକ୍ତି ପ୍ରସ୍ତାବ ପାରିତ । ଏଥିରୁ ପଞ୍ଜାବ ପୋଲିସ ବିଭାଗରେ ୧୦ ହଜାର ନିଯୁକ୍ତି ଏବଂ ଅନ୍ୟ ସରକାରୀ ବିଭାଗରେ ୧୫ ହଜାର ନିଯୁକ୍ତି ସାମିଲ୍।ଏହା ପୂର୍ବରୁ ଚଣ୍ଡିଗଡରେ ୧୦ ବିଧାୟକ ମନ୍ତ୍ରୀ ପଦର ଶପଥ ନେଇଛନ୍ତି। ସର୍ବ ପ୍ରଥମେ ହରପାଲ ଚିମା ଶପଥ ନେଇଥିଲେ। ସମାରୋହରେ ମୁଖ୍ୟମନ୍ତ୍ରୀ ଭଗଓ୍ଵନ୍ତ ମାନଙ୍କ ପୁଅ ଏବଂ ଝିଅ ଭିଭିଆଇପିର ଦ୍ଵିତୀୟ ଧାଡିରେ ବସିଥିଲେ।

ଚି ମାଙ୍କ ପରେ ବିଧାୟକ ବଲଜିତକୌର ଶପଥ ନେଇଥିଲେ। ଚକ୍ଷୁ ବିଶେଷଜ୍ଞ ଡ. ବଲଜିତ କୌର ଏକ ମାତ୍ର ମହିଳା ବିଧାୟକ। ସେ ପୂର୍ବତନ ଆପ୍ ସାଂସଦ ସାଧୁ ସିଂହଙ୍କ ଝିଅ।ସେପଟେ ମୁଖ୍ୟମନ୍ତ୍ରୀ ପଦରେ ଶପଥ ନେବା ପୂର୍ବରୁ ମାନ ସରକାର ପଞ୍ଜାବରେ ଭିଭିଆଇପିଙ୍କ ସୁରକ୍ଷା ହ୍ରାସ କରିଛନ୍ତି। ପୂର୍ବତନ ବିଧାୟକ ଏବଂ ପୂର୍ବତନ ମନ୍ତ୍ରୀଙ୍କଠୁ ସୁରକ୍ଷା ବ୍ୟବସ୍ଥା ପ୍ରତ୍ୟାହାର କରି ନିଆଯାଇଛି।

Related Posts