ପଞ୍ଜାବ କଂଗ୍ରେସ କନ୍ଦଳରେ ପଡିଲା ପୂର୍ଣ୍ଣଛେଦ : ନବଜୋତ୍ ସିଂ ସିଦ୍ଧୁ ହେଲେ ଦଳର ରାଜ୍ୟ ସଭାପତି

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ବିଧାନସଭା ନିର୍ବାଚନକୁ କିଛି ମାସ ବାକିଥିବା ବେଳେ ପଞ୍ଜାବ କଂଗ୍ରେସ କନ୍ଦଳ ଦଳର ଶୀର୍ଷ ନେତୃତ୍ୱଙ୍କ ପାଇଁ ଚିନ୍ତାର କାରଣ ପାଲଟିଥିଲା। ତେବେ ଦୀର୍ଘ ଦିନ ଦେଖାଦେଇଥିବା ରାଜନୈତିକ ସଙ୍କଟର ଅନ୍ତ ଘଟିଛି। ଶେଷରେ ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ନବଜୋତ୍ ସିଂ ସିଦ୍ଧୁଙ୍କୁ ଦଳର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ପଞ୍ଜାବ କଂଗ୍ରେସର ସଭାପତି ଭାବରେ ନିଯୁକ୍ତ କରିଛନ୍ତି। ସିଦ୍ଧୁଙ୍କୁ ରାଜ୍ୟ କଂଗ୍ରେସର ସଭାପତି କରିବା ସହିତ ୪ ଜଣଙ୍କୁ କାର୍ଯ୍ୟକାରୀ ସଭାପତି ଭାବରେ ନିଯୁକ୍ତ କରିଛନ୍ତି ସୋନିଆ। ଏହି ଚାରିଜଣ ନେତ ହେଲେ ସଙ୍ଗତ ସିଂ ଗିଲାଜିଆନ୍, ସୁଖବିନ୍ଦର ସିଂ ଡାନି, ପବନ ଗୋୟଲ ଏବଂ କୁଲଜିତ ସିଂ ନାଗ୍ରା।

ପଞ୍ଜାବ କଂଗ୍ରେସରେ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଏବଂ ନବଜୋତ ସିଂ ସିଦ୍ଧୁଙ୍କ ମଧ୍ୟରେ କିଛି ଦିନ ହେବ କନ୍ଦଳ ଚାଲିଥିଲା। ବର୍ତ୍ତମାନ ଏହି ବିବାଦର ଅନ୍ତ ଘଟିଛି।  ଏହାପୂର୍ବରୁ ରବିବାର ଦିନ ସିଦ୍ଧୁ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂଙ୍କ ନିର୍ବାଚନମଣ୍ଡଳୀ ପଟିଆଲାରେ ପହଞ୍ଚି ଦଳର ବିଧାୟକଙ୍କୁ ଭେଟି ତାଙ୍କ ସମର୍ଥନ ହାସଲ କରିଥିଲେ।  ସିଦ୍ଧୁ ଶଟ୍ରାନା ବିଧାୟକ ନିର୍ମଳ ସିଂ ଶୁଟ୍ରନାଙ୍କୁ ଭେଟିଥିଲେ ଏବଂ ପରେ ଅନେକ ବିଧାୟକଙ୍କ ସହ ଘାନା ବିଧାୟକ ମଦନ ଲାଲ ଜଲାଲପୁରଙ୍କଘରକୁ ଯାଇଥିଲେ। ଜଲାଲପୁରଙ୍କ ଘରେ କ୍ୟାବିନେଟ ମନ୍ତ୍ରୀ ସୁଖଜିନ୍ଦର ସିଂ ରାନ୍ଧୱା ଉପସ୍ଥିତ ଥିଲେ।

 ପଟିଆଲା ସାଂସଦ ତଥା ଅମରିନ୍ଦରଙ୍କ ପତ୍ନୀ ପ୍ରୀତି କୌରଙ୍କ ନିକଟତମ ବିବେଚନା କରାଯାଉଥିବା କର୍ମୀଙ୍କ ସହ ସିଦ୍ଧୁ ସାକ୍ଷାତ କରିଥିଲେ।  ଜଲାଲପୁର ଗଣମାଧ୍ୟମକୁ କହିଛନ୍ତି ଯେ, “ମୁଁ ରାନ୍ଧୱାଙ୍କଠାରୁ କଲ ପାଇଲି ଯେ ସିଦ୍ଧୁ ମୋତେ ଦେଖା କରିବେ।  ମୁଁ ତାଙ୍କ ପାଇଁ ଚା ପାନୀୟର ଆୟୋଜନ କରିଛି।”

ଶନିବାର ଦିନ ସିଦ୍ଧୁଙ୍କ କ୍ୟାମ୍ପରେ ଅତି କମରେ ୩୦ ଜଣ ବିଧାୟକଙ୍କ ସହ ତାଙ୍କର ଫଟୋ ମଧ୍ୟ ପ୍ରକାଶ ପାଇଥିଲା।  ସିଦ୍ଧୁଙ୍କର ଜଣେ ସହଯୋଗୀ କହିଛନ୍ତି, “ ବର୍ତ୍ତମାନ ସମର୍ଥକଙ୍କ ସଂଖ୍ୟା ବଢିବାରେ ଲାଗିଛି।

ଶନିବାର ଦିନ କଂଗ୍ରେସ ହାଇକମାଣ୍ଡ ପଞ୍ଜାବ ପ୍ରଭାରୀ ଭାବରେ ହରିଶ ରାୱତଙ୍କୁ ଦିଲ୍ଲୀରୁ ଅମୃତସର ପଠାଇଥିଲେ। ଦୁଇ ନେତାଙ୍କ କଳିରେ ପଞ୍ଜାବର କଂଗ୍ରେସ ସାଂସଦମାନେ ମଧ୍ୟ ସାମ୍ନାକୁ ଆସିଥିଲେ।

ରବିବାର ଦଳର ବରିଷ୍ଠ ନେତା ପ୍ରତାପ ସିଂ ବାଜୱାଙ୍କ ବାସଭବନରେ ଦଳୀୟ ସାଂସଦଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଶନିବାର ସନ୍ଧ୍ୟାରେ କ୍ୟାପଟେନ ବାଜୱାଙ୍କୁ ଭେଟିଥିବାରୁ ଏହି ବୈଠକ ଗୁରୁତ୍ୱପୂର୍ଣ୍ଣ ଥିଲା। ବାଜୱା କ୍ୟାପଟେନଙ୍କ ପ୍ରତିଦ୍ୱନ୍ଦ୍ୱୀ ଭାବରେ ବିବେଚନା କରାଯାଏ। କିନ୍ତୁ ସିଦ୍ଧୁଙ୍କ ବଢ଼ୁଥିବା ସ୍ଥିତିକୁ ରୋକିବା ପାଇଁ ସେ କ୍ୟାପଟେନଙ୍କ ସହ ଥିଲେ।

ଦଳର ସାଂସଦଙ୍କ ବୈଠକ ପରେ ପ୍ରତାପ ସିଂ ବାଜୱା କହିଛନ୍ତି ଯେ ଆମେ ଚାଷୀଙ୍କ ସମସ୍ୟା ଉପରେ ଆଲୋଚନା କରିଛୁ। ସିଦ୍ଧୁଙ୍କ ସମ୍ପର୍କରେ ଦଳର ନେତୃତ୍ୱ ନେଇଥିବା ନିଷ୍ପତ୍ତିକୁ ଆମେ ଗ୍ରହଣ କରିବୁ।

 ଯେତେବେଳେ ସିଦ୍ଧୁଙ୍କୁ ପଞ୍ଜାବ କଂଗ୍ରେସ ମୁଖ୍ୟ ଭାବେ ନିଯୁକ୍ତି ଦିଆଯିବ ବୋଲି ପ୍ରାରମ୍ଭିକ ସୂଚନା ଆସିଲା, ଅମରିନ୍ଦରଙ୍କ ନିକଟତମ ସୂତ୍ରରୁ ସୂଚନା ମିଳିଥିଲା ଯେ ସେ ଅସନ୍ତୁଷ୍ଟ ଅଛନ୍ତି ଏବଂ ସିଦ୍ଧୁ ପିସିସି ମୁଖ୍ୟ ହେଲେ ସେ ବିଧାନସଭା ନିର୍ବାଚନରେ ଲଢିବେ ନାହିଁ ବୋଲି ହାଇକମାଣ୍ଡଙ୍କୁ ଜଣାଇଥିଲେ। ପରେ ଉଭୟ ହରିଶ ରାୱତ ଏବଂ ସିଏମ୍ ଏହି ଖବରକୁ ଅସ୍ୱୀକାର କରିଥିଲେ। 

୨୦୧୭ ରେ ବିବାଦ ଆରମ୍ଭ :-

 ୨୦୧୭  ରେ ଅମରିନ୍ଦର ଏବଂ ସିଦ୍ଧୁଙ୍କ ମଧ୍ୟରେ ମତଭେଦ ଦେଖାଦେଇଥିଲା। ଏହି ଯୋଡିଙ୍କ ମଧ୍ୟରେ ତିକ୍ତତା ବଢିବା ସହିତ ଜୁନ୍ ୨୦୧୯ ରେ ସିଦ୍ଧୁଙ୍କ ଠାରୁ ତାଙ୍କ ପୋର୍ଟଫୋଲିଓ ଛଡ଼ାଇ ନେଇଥିଲା , ଏହା ପରେ ଏକ କଥିତ ଦୁର୍ନୀତି ମାମଲାକୁ ନେଇ ଖୋଲାଖୋଲି ଭାବେ ସାଥୀ ମନ୍ତ୍ରୀଙ୍କୁ ଟାର୍ଗେଟ କରିଥିଲେ।

 କିଛି ସମୟ ନୀରବ ରହିବା ପରେ ଚଳିତ ବର୍ଷ ଏପ୍ରିଲ ୧୩ ରେ କ୍ୟାପଟେନଙ୍କୁ ପୁଣି ଟାର୍ଗେଟ କରି ଥିଲେ ସିଦ୍ଧୁ। ସେ କହିଥିଲେ ଯେ ଅକାଳୀ ସରକାର ହମୟରେ ୨୦୧୫ ରେ ଗୁରୁ ଗ୍ରନ୍ଥ ସାହିବଙ୍କ ଅପମାନକୁ ନେଇ ସରକାର ବାଦଲଙ୍କ ଉପରେ ନରମ ମନୋଭାବ ଦେଖାଉଥିବା କହିଥିଲେ। ତେବେ ଆଗାମୀ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ତାଙ୍କର ଏହି ଟାର୍ଗେଟକୁ ନେଇ ରାଜନୀତି ଜୋର ଧରିଥିଲା।

 ସିଦ୍ଧୁ ଶୁକ୍ରବାର ଦିନ ନୂଆଦିଲ୍ଲୀରେ ଥିବା ତାଙ୍କ ବାସଭବନରେ ଏଆଇସିସି ମୁଖ୍ୟ ସୋନିଆ ଗାନ୍ଧୀଙ୍କୁ ଭେଟିଥିଲେ।  ଏହି ବୈଠକରେ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ଏବଂ ହରିଶ ରାୱତ ମଧ୍ୟ ଉପସ୍ଥିତ ଥିଲେ।

 ବୈଠକରୁ ବାହାରିବା ପରେ ସିଦ୍ଧୁ ଗଣମାଧ୍ୟମ ସହ କଥାବାର୍ତ୍ତା କରିନଥିବା ବେଳେ ରାୱତ କହିଥିଲେ ଯେ ଏଆଇସିସି ମୁଖ୍ୟ ଏପର୍ଯ୍ୟନ୍ତ ଏ ବାବଦରେ ଚୂଡ଼ାନ୍ତ ନିଷ୍ପତ୍ତି ନେଇ ନାହାଁନ୍ତି।  ରାୱତ କହିଛନ୍ତି ଯେ ମୁଁ ପଞ୍ଜାବ ଉପରେ ମୋର ରିପୋର୍ଟ କଂଗ୍ରେସ ମୁଖିଆଙ୍କ ନିକଟରେ ଦାଖଲ କରିବାକୁ ଆସିଥିଲି ଏବଂ ନିଷ୍ପତ୍ତି ନିଆଯିବା ମାତ୍ରେ ମୁଁ ଆସି ଆପଣଙ୍କ ସହ ସେୟାର କରିବି। ଏହା ପରେ ସୂତ୍ରରୁ ଖବର ଆସିଲା ଯେ ସୋନିଆ ଗାନ୍ଧୀ ସିଦ୍ଧୁଙ୍କୁ ପରବର୍ତ୍ତୀ ପିପିସିସି ମୁଖ୍ୟ କରିବା ନେଇ ଆଶ୍ବସନା ଦେଇଥିଲେ। ଏବଂ ଶନିବାର ଦିନ ଏ ନେଇ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି। 

Related Posts