ସଙ୍କୀର୍ତ୍ତନ କରି ଭୋଟ ମାଗିଲେ ସରପଞ୍ଚ ପ୍ରାର୍ଥୀ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାଜ୍ୟରେ ପାଖେଇ ଆସୁଛି ପଞ୍ଚାୟତ ନିର୍ବାଚନ । ଏନେଇ ସମସ୍ତ ରାଜନୈତିକ ଦଳମାନେ ମଧ୍ୟ ଚଳଚଞ୍ଚଳ ହୋଇ ଉଠିଛନ୍ତି । ସେପଟେ ପ୍ରାର୍ଥୀମାନେ ଜୋରଦାର ପ୍ରଚାର କରିବାରେ ଲାଗିଛନ୍ତି । ଏହା ମଧ୍ୟରେ ପୁରୀ ଜିଲ୍ଲା ଗୋପ ବ୍ଲକ ଇସାଣପୁର ପଞ୍ଚାୟତରେ ଏଭଳି ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି । ଆଧ୍ୟାତ୍ମିକ ପରିବେଶରେ ଭଜନ ସଙ୍କୀର୍ତ୍ତନ କରି ଦୁଇ ମହିଳା ପ୍ରାର୍ଥୀନୀ ପଞ୍ଚାୟତ ପରିକ୍ରମା କରି ଭୋଟରଙ୍କ ନିକଟତର ହେଉଛନ୍ତି ।

ସରପଞ୍ଚ ପ୍ରାର୍ଥୀ ଭାବେ ବିନୋଦିନୀ ପାଳ ଓ ସମିତି ସଭ୍ୟ ପ୍ରାର୍ଥୀ ଭାବେ ସୁଭାସିନୀ ପାତ୍ର ନିର୍ବାଚନ ଲଢୁଛନ୍ତି । ଭୋଟରଙ୍କୁ ନିଜ ସପକ୍ଷରେ ଭୋଟ ଦେବାକୁ ଭଜନ ସଙ୍କୀର୍ତ୍ତନକୁ ମାଧ୍ୟମ କରି ଲୋଙ୍କ ନିକଟତର ହେଉଛନ୍ତି । ସବୁଠାରୁ ବଡ଼ କଥା ହେଉଛି ଗ୍ରାମବାସୀ ମାନେ ଏଭଳି ପ୍ରଚାରକୁ ସ୍ୱାଗତ କରୁଛନ୍ତି । ଭ୍ରଷ୍ଟାଚାର ଓ ଦୁର୍ନୀତି ବିରୁଦ୍ଧରେ ଲଢେଇ ପାଇଁ ପଞ୍ଚାୟତବାସୀ ଏକାଠି ହୋଇଥିବ ବେଳେ ଏହି ଦୁଇ ମହିଳା ପ୍ରାର୍ଥୀଙ୍କ ବିରୁଦ୍ଧରେ ଦସ୍ୱବ ଜଣ ପୁରୁଷ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି ।

Related Posts