ଟୁଇଟର ଅଫିସ ଚଢ଼ାଉ ଘଟଣା, ଵିଜେପି ଗଣତନ୍ତ୍ରର ମଜାକ ଉଡାଉଛି ; ସଲମାନ ଖୁର୍ସିଦ

(ସତ୍ଯପାଠ ବ୍ଯୁରୋ) ଭୁବନେଶ୍ୱର : ଟୁଲକିଟ୍ ମାମଲାରେ ଦିଲ୍ଲୀ ପୋଲିସ ଟ୍ୱିଟର ଇଣ୍ଡିଆର ମୁଖ୍ୟ କାର୍ଯ୍ୟାଳୟରେ ନୋଟିସ୍ ମାରିବା ପରେ ଏବେ ରାଜନୀତି ଜୋର ଧରିଛି । ଏହି ଘଟଣାକୁ ନେଇ ଭାରତୀୟ ଜନତା ପାର୍ଟିକୁ କଡା ସମାଲୋଚନା କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ସଲମାନ ଖୁର୍ସିଦ । ସେ କହିଛନ୍ତି ଯେ , ବିଜେପି ଵିଜେପି ଗଣତନ୍ତ୍ରର ମଜାକ ଉଡାଉଛି। ସେ କହିଛନ୍ତି ଯେ ଦିଲ୍ଲୀ ପୋଲିସ ଏମିତି ରାତି ଅଧିଆ ଚଢାଉ କରିବା ପରିବର୍ତ୍ତେ ଟ୍ୱିଟରକୁ ନୋଟିସ୍ ପଠାଇପାରିଥାନ୍ତେ ଵୋଲି କହିଛନ୍ତି। ସଲମାନ ଖୁର୍ସିଦ କହିଛନ୍ତି ଯେ ଏହା ଏକ ନିନ୍ଦନୀୟ ଏବଂ କଷ୍ଟଦାୟକ ଘଟଣା। ସେ କହିଛନ୍ତି ଯେ ତା ମାନେ ନୁହେଁ ଯେ କଂଗ୍ରେସ ପାର୍ଟି ଟ୍ୱିଟର ସହ ସହମତ ଅଟନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, “ଏସବୁ ସମୟ ଯେତେବେଳେ ପୋଲିସର ଅନେକ କିଛି କରିବାକୁ ପଡିବ। ଏହା ବଦଳରେ ସେମାନେ ମତ ବ୍ୟକ୍ତ କରିବା ଲୋକଙ୍କୁ ହଇରାଣ କରୁଛନ୍ତି”। ବର୍ତ୍ତମାନ ପରିସ୍ଥିତିରେ ଯେତେବେଳେ ପୋଲିସକୁ ଅନେକ କାମ କରିବାକୁ ଅଛି । ଏହା ପରିବର୍ତ୍ତେ, ସେମାନେ ଅଭିବ୍ୟକ୍ତିର ସ୍ୱାଧୀନତାକୁ ନେଇ ଲୋକଙ୍କୁ ହଇରାଣ କରୁଛନ୍ତି।” ସେ କେନ୍ଦ୍ରକୁ ଟାର୍ଗେଟ କରି କହିଛନ୍ତି ଯେ, “ଆମେ କେଉଁ ଟୁଲ୍କିଟ୍ ବିଷୟରେ କହୁଛୁ? ଏହା ଏକ ନୂତନ ବିଷୟ ଯାହା ଏବେ ଆରମ୍ଭ ହୋଇଛି। ଆମକୁ କଣ ସରକାରଙ୍କୁ ସମାଲୋଚନା କରିବାର ଅଧିକାର ନାହିଁ କି? ସରକାର ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଛନ୍ତି। ତେଣୁ ବିଫଳତାକୁ ନେଇ ପ୍ରଶ୍ନ କରିବା ତାଙ୍କର ଅଧିକାର ।” ସେ କହିଛନ୍ତି ଯେ ସରକାରଙ୍କ କୋଭିଡ୍ ପରିଚାଳନାର ବିଫଳତାକୁ ନେଇ ପ୍ରଶ୍ନ କରିବାର ଅଧିକାର ଅଛି। ଖୁରସିଦ୍ କହିଛନ୍ତି, “ଆମର ସାହାଯ୍ୟ ମାଗିବାର ଅଧିକାର ଅଛି ଏବଂ ଯଦି ସେହି ସାହାଯ୍ୟ ଆସୁନାହିଁ ତେବେ ଆମର ଅଭିଯୋଗ କରିବାର ଅଧିକାର ଅଛି। ଟୁଲକିଟ୍ ବାହାନା ଦେଇ ସରକାର ଦାୟିତ୍ବ ରୁ ଦୂରେଇ ଯାଇ ପାରିବେ ନାହିଁ।” ସେ ଆହୁରି ମଧ୍ୟ କହିଛନ୍ତି, ” ଆଇନ ଅନୁଯାୟୀ ଯଦି ଦିଲ୍ଲୀ ପୋଲିସ ଭାବୁଛି ଯେ କଂଗ୍ରେସ ଠାରୁ କିଛି ଆବଶ୍ୟକ କରେ, ତେବେ ଆମେ ଏହାର ଉତ୍ତର ଦେବୁ। ଯଦି ଆମେ ଅନୁଭବ କରୁ ଯେ ଏହା ବେଆଇନ ତେବେ ଆମେ କୋର୍ଟକୁ ଯିବୁ।” ସୂଚନା ଯୋଗ୍ୟ ଯେ, ଗତ ସପ୍ତାହରେ କଂଗ୍ରେସର ଏକ ତଥାକଥିତ ଟୁଲକିଟ୍ ସମ୍ପର୍କରେ ବିଜେପି ପ୍ରବକ୍ତା ସମ୍ବିତ ପାତ୍ର ଏକ ଟ୍ୱିଟ୍ କରିଥିଲେ । ତେବେ ଏହି ଟ୍ୱିଟ ମିଥ୍ୟା ତଥା ପ୍ରକୃତ ତଥ୍ୟ ସହ ଛେଡଛାଡ କରାଯାଇଥିବା ଅଭିଯୋଗରେ ଟ୍ୱିଟର ମାନୁପଲେଟେଡ୍ ମିଡିଆ ଟ୍ୟାଗ୍ ଲଗାଇ ଦେଇଥିଲା। ଆଜି କଂଗ୍ରେସ ପକ୍ଷରୁ ଦାବି କରାଯାଇଛି ଯେ ଟୁଲିକଟ୍ ସେୟାର କରି ଥିବା ସମସ୍ତ ବିଜେପି ନେତାଙ୍କ ଟ୍ବିଟ୍ ରେ ମାନୁପଲେଟେଡ୍ ମିଡିଆ ଟ୍ୟାଗ୍ ଲଗାଯାଉ। କଂଗ୍ରେସ ପକ୍ଷରୁ ଏକ ଟୁଲକିଟ୍ ତିଆରି କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାବମୂର୍ତ୍ତିକୁ କ୍ଷୂର୍ଣ୍ଣ କରିବାକୁ ଉଦ୍ୟମ ହୋଇଛି ବୋଲି ଭାଜପା ଅଭିଯୋଗ କରିଥିଲା । କଂଗ୍ରେସ ପକ୍ଷରୁ ଏହାକୁ ଖଣ୍ଡନ କରାଯିବ ସହ କଂଗ୍ରେସ ପାର୍ଟିକୁ ବଦନାମ କରିବା ଉଦ୍ଦେଶ୍ୟରେ ଭାଜପା ଟୁଲକିଟର ସାହାରା ନେଉଥିବା ଦଳ ପକ୍ଷରୁ ଅଭିଯୋଗ କରାଯାଇଥିଲା ।

Related Posts