ରାଜ୍ୟପାଳ ଜଗଦୀପ ଧନକଡ଼ଙ୍କ ଉପରେ ଟିଏମ୍‌ସି ସାସଂଦଙ୍କ ବିବାଦୀୟ ବୟାନ – ” କଳା କୁକୁର ଭୋକେ “

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ପଶ୍ଚିମବଙ୍ଗ ସରକାର ଏବଂ ରାଜ୍ୟପାଳଙ୍କ ମଧ୍ୟରେ ଦେଖାଦେଇଥିବା ରାଜନୈତିକ ଏବେ ମର୍ଯ୍ୟାଦା ଲଂଘିଛି। ରାଜ୍ୟପାଳ ଜଗଦୀପ ଧନକଡ଼ଙ୍କୁ ନେଇ ଟିଏମସି ସାସଂଦ ମଦନ ମିତ୍ର ଏକ ବିବାଦୀୟ ବୟାନ ଦେଇଛନ୍ତି। ସେ ରାଜ୍ୟପାଳଙ୍କୁ କୁକୁର ସହିତ ତୁଳନା କରିଛନ୍ତି । ଟିଏମସି ସାସଂଦ କହିଛନ୍ତି, “ ସେ (ରାଜ୍ୟପାଳ) ଯୁଆଡ଼େ ବି ଯାଉଛନ୍ତି, ଲୋକେ ତାଙ୍କୁ କଳା ପତାକା ଦେଖାଉଛନ୍ତି ବୋଲି ମୁଁ ଶୁଣିବାକୁ ପାଉଛି। ଆମେ ଛୋଟ ଥିଲା ବେଳେ ଲୋକେ କୁହନ୍ତି କଳା କୁକୁର ଭୋକେ, ତେବେ ମୁଁ ଜାଣିପାରୁନି ଯେ ଜନତା ତାଙ୍କୁ କଣ ବୋଲି ମନେକରୁଛନ୍ତି। ସେ ଯେଉଁଠାରେ ବି ଦଉଡ଼ନ୍ତି ଯଦି ତାହା ଫିଲ୍ମର ସିନ୍ ଭଳି ଦେଖାଯାଏ ତେବେ ତାହା କଳା କୁକୁର ପରି ଦର୍ଶାଯିବ। ମୁଁ ଜନ ସାଧାରଣଙ୍କୁ ଅନୁରୋଧ କରିବି ଯେ ତାଙ୍କୁ କଳା ପତାକା ଦେଖାଇବା ପରିବର୍ତ୍ତେ ଗୋଲ୍‌ଡେନ୍‌ ଓ ଲାଲ୍‌ କିମ୍ବା ଅନ୍ୟ କୌଣସି ରଙ୍ଗର ପତାକା ଦେଖାନ୍ତୁ। ଲୋକମାନେ ତାଙ୍କୁ ସବୁବେଳେ କୁକୁର ପରି କଳା ପତାକା ଦେଖାନ୍ତି କାହିଁକି ? କାରଣ ସବୁବେଳେ ଆମ ମନକୁ ଆସେ ଯେ କଳା କୁକୁର ମାନେ ଭୋକିଥାନ୍ତି । ” ସୂଚନାଯୋଗ୍ୟ ଯେ ବର୍ତ୍ତମାନ ରାଜ୍ୟପାଳ ଜଗଦୀପ ଧନଖଡ ସାତ ଦିନିଆ ନର୍ଥ ବଙ୍ଗାଳ ଗସ୍ତରେ ଅଛନ୍ତି। ନିର୍ବାଚନ ପରବର୍ତ୍ତୀ ହିଂସାର ଶିକାର ହୋଇଥିବା ଲୋକଙ୍କୁ ସେ ଭେଟୁଛନ୍ତି। ଏପଟେ ରାଜ୍ୟପାଳଙ୍କ ଏହି ଗସ୍ତକୁ ଟିଏମସି ନେତା ମାନେ ବିରୋଧ କରୁଛନ୍ତି । କେବଳ ଏତିକି ନୁହେଁ ରାଜ୍ୟପାଳଙ୍କୁ ବିଜେପିର ଏଜେଣ୍ଟ ବୋଲି ମଧ୍ୟ କହୁଛନ୍ତି।

Related Posts