ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଶିବସେନାର ବିଦ୍ରୋହୀ ବିଧାୟକ ରହୁଥିବା ହୋଟେଲରୁ ୨ ଗିରଫ । ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ମହିଳା ଓ ଜଣେ ପୁରୁଷ ଅଛନ୍ତି। ଉଭୟ ଅଭିତଯୁକ୍ତ ଭୁଲ ପରିଚୟ ଦେଇ ରହୁଥିବାରୁ ପୁଲିସ ତାଙ୍କୁ ଗିରଫ କରିଛି। ମହାରାଷ୍ଟ୍ରର ଶିବସେନାର ବିଦ୍ରୋହୀ ବିଧାୟକମାନେ ଗୋଆର ଡୋଣା ପାୱଲା ହୋଟେଲରେ ରହୁଥିଲେ। ତେବେ ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ମହିଳା ଜଣକ ଏକ ରାଜନୈତିକ ଦଳର ହୋଇଥିବା ଜଣାପଡ଼ିଛି। ଉଭୟେ ଭୁଲ ପରିଚୟ ଓ ବେଶ ବଦଳାଇ ରହୁଥିବାରୁ ଗିରଫ କରାଯାଇଥିବା ପୁଲିସ କହିଛି। ଶିବସେନାର ବିଦ୍ରୋହୀ ନେତା ଏକନାଥ ସିନ୍ଦେଙ୍କର ପ୍ରାୟ ୫୦ ଜଣ ସମଥର୍କ ବିଧାୟକ ଗତ ଜୁନ୍ ୨୯ତାରିଖରେ ଉକ୍ତ ହୋଟେଲରେ ଥିଲେ। ସେମାନେ ଉକ୍ତ ହୋଟେଲରେ ପ୍ରାୟ ସପ୍ତାହେ ଧରି ରହିଥିଲେ। ଏଥିପାଇଁ ପୁଲିସ ପକ୍ଷରୁ କଡ଼ା ସୁଚକ୍ଷାବ୍ୟବସ୍ଥା କରାଯାଇଥିଲା। ଏପରିକି ଗଣମାଧ୍ୟମ ବ୍ୟକ୍ତି ବିଶେଷଙ୍କୁ ମଧ୍ୟ ଅନୁମତି ନଥିଲା।
ତେବେ ଶନିବାର ସନ୍ଧ୍ୟାରେ ବିଦ୍ରୋହୀ ବିଧାୟକମାନେ ମୁମ୍ବାଇ ଫେରିଆସିଥିବା ଜଣାପଡ଼ିଛି। ସେହିଦିନ ଏକନାଥ ସିନ୍ଦେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ତେବେ ବିଦ୍ରୋହ ସମୟରେ କେତେକ ବିଧାୟକଙ୍କୁ କେନ୍ଦ୍ରସରକାର ପକ୍ଷରୁ Y + ସୁରକ୍ଷା ଯୋଗାଇ ଦିଆଯାଇଥିଲା। CRPF କୁ ବିଧାୟକମାନଙ୍କ ସୁରକ୍ଷା ଦାୟିତ୍ୱ ଦିଆଯାଇଥିଲା। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଚର୍ଚ୍ଚା ଜୋର୍ ଧରିଛି ।
