ଓଡ଼ିଶାର ନାଁ ରଖିଲେ ଅଭିଷେକ ଓ ସଂଜିତା

ୟୁପିଏସି ଦ୍ୱରା ପରିଚାଳିତ ସିଭିଲ୍ ସର୍ଭିସ୍ ପରିକ୍ଷାର ଫଳ ପ୍ରକାଶ ପାଇଛି । ଚଳିତ ବର୍ଷ ୮୨୯ଜଣ ଏଥିରେ କୃତକାର୍ଯ୍ୟ ହୋଇଥିବା ବେଳେ ପ୍ରଦୀପ ସିଂହ ଟପ୍ପର ହୋଇଛନ୍ତି । ସବୁଠାରୁ ଖୁସିର ଖବର ପ୍ରଥମ ୧୦ଜଣଙ୍କ ମଧ୍ୟରେ ଓଡ଼ିଶାର ଅଭିଷେକ ସରାଫ ଅଷ୍ଟମ ସ୍ଥାନରେ ରହିଥିବା ବେଳେ ସଂଜିତା ମହାପାତ୍ର ଦଶମ ସ୍ଥାନ ଅଧିକାର କରିଛନ୍ତି ।

ଚଳିତ ବର୍ଷ ଓଡ଼ିଶାରୁ ସମୁଦାୟ ୨୦ଜଣ ପରିକ୍ଷାର୍ଥୀ ସଫଳ ହୋଇଥିବା ବେଳେ ନବଲ କୁମାର ଦାସ ୧୨୫ ତମ ସ୍ଥାନ ଅଧିକାର କରିଛନ୍ତି । ୧୦ମ ସ୍ଥାନ ଅଧିକାର କରିଥିବା ରାଉଲକେଲାର ସଂଜିତା ମହାପାତ୍ର ନିକଟରେ ଓଡ଼ିଶା ଲୋକ ସେବା ଆୟୋଗ ଦ୍ୱାରା ପରିଚାଳିତ ଓଏଏସ୍ ପରିକ୍ଷାରେ ସମଗ୍ର ରାଜ୍ୟରେ ଦ୍ୱତୀୟ ସ୍ଥାନ ଅଧିକାର କରିଥିଲେ କିନ୍ତୁ ଦୃଢ ଆତ୍ମବିଶ୍ୱାସ ପାଇଁ ସର୍ବ ଭାରତୀୟ ପ୍ରଶାସନିକ ସେବାରେ ସଫଳ ହେବାର ଲକ୍ଷ ରଖି ଓଏଏସ୍ ଚାକିରୀକୁ ପ୍ରତ୍ୟାକ୍ଷାନ କରିଥିଲେ । ଏଠାରେ ସ୍ମରଣ ଯୋଗ୍ୟ ଚଳିତ ବର୍ଷ ସମଗ୍ର ଦେଶରେ ୮୨୯ଜଣ କୃତକାର୍ଯ୍ୟ ପରିକ୍ଷାର୍ଥୀଙ୍କ ମଧ୍ୟରୁ ୩୦୪ ଜଣ ସାଧାରଣ ବର୍ଗ ହୋଇଥିବା ବେଳେ ୭୮ଜଣ ଓଡ଼ବ୍ଲୁଏସ୍‌, ୨୫୧ଜଣ ଓବିସି, ୨୨୯ଜଣ ଅନୁସୂଚିତ ଜାତି ଓ ୬୭ଜଣ ଅନୁସୂଚିତ ଜନଜାତି ବର୍ଗର ଅଛନ୍ତି ।

Related Posts