ଅର୍ବାନ ନକ୍ସଲ ମାନେ ଦୀର୍ଘ ବର୍ଷ ଧରି ସର୍ଦ୍ଦାର ସରୋବର ଡ୍ୟାମ ନିର୍ମାଣକୁ ଅଟକାଇ ରଖିଥିଲେ: ପ୍ରଧାନମନ୍ତ୍ରୀ ମୋଦି

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ବାମପନ୍ଥୀ ମାନଙ୍କୁ ଅର୍ବାନ ନକ୍ସଲ କହି ଟାର୍ଗେଟ କରିଛନ୍ତି। ଆଜି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଦୀର୍ଘ ବର୍ଷ ଧରି ଅର୍ବାନ ନକ୍ସଲ ଓ ବିକାଶ ବିରୋଧୀ ତତ୍ୱମାନେ ଗୁଜରାଟର ନର୍ମଦା ନଦୀ ଉପରେ ସର୍ଦ୍ଦାର ସରୋବର ଡ୍ୟାମ ନିର୍ମାଣକୁ ଅଟକାଇ ରଖିଥିଲେ। ନିଜର ରାଜନୈତି ସ୍ୱାର୍ଥ ରଖି ଏମାନେ ପରିପେଶ ପ୍ରଦୂଷଣକୁ ଆଳ କରି ସର୍ଦ୍ଦାର ସରୋବର ଡ୍ୟାମ ନିର୍ମାଣ କାର୍ଯ୍ୟକୁ ପ୍ରତିରୋଧ କରି ଆସୁଥିଲେ। ଗୁଜରାଟର ନର୍ମଦା ଜିଲ୍ଲା ଅନ୍ତର୍ଗତ ଏକତା ନଗରରେ ଅନୁଷ୍ଠିତ ହୋଇଥିବା ପରିବେଶ ମନ୍ତ୍ରୀମାନଙ୍କ ଜାତୀୟ ସମ୍ମିଳନୀକୁ ଭିଡିଓ କନ୍‌ଫେରେନ୍‌ସିଙ୍ଗ୍‌ ଜରିଆରେ ଉଦ୍‌ଘାଟନ କରି ମୋଦି ଏହା କହିଛନ୍ତି। ଏଥିରେ ବିଭିନ୍ନ ରାଜ୍ୟର ପରିବେଶ ମନ୍ତ୍ରୀମାନ ଉପସ୍ଥିତ ଥିଲେ। ଏହି ଅବସରରେ ମୋଦି କହିଥିଲେ ଯେ, ରାଜନୈତିକ ସମର୍ଥନ ଥିବା ଅର୍ବାନ ନକ୍ସଲ୍‌ ଓ ବିକାଶ-ବିରୋଧୀ ତତ୍ୱମାନେ ବହୁ ବର୍ଷ ହେବ ଗୁଜରାଟର ନର୍ମଦା ନଦୀ ଉପରେ ‘ସର୍ଦାର ସରୋବର ଡ୍ୟାମର’ ନିର୍ମାଣ ବିରୋଧରେ ଅଭିଯାନ ଚଳାଇ ଆସୁଥିଲେ। ଏହି ପ୍ରକଳ୍ପ ପରିବେଶକୁ କ୍ଷତି ପହଞ୍ଚାଇବ। ଆଳ କରି ବିରୋଧ କରୁଥିଲେ।

ଏହି ବିଳମ୍ବ ହେତୁ ବିପୁଳ ପରିମାଣର ସରକାରୀ ଅର୍ଥ ନଷ୍ଟ ହୋଇଛି । ବର୍ତ୍ତମାନ ଡ୍ୟାମ ସମ୍ପୂର୍ଣ୍ଣ ହୋଇଯାଇଛି । ସେମାନଙ୍କର ଦାବି କେତେ ସନ୍ଦେହଜନକ ତାହା ଆପଣ ଭଲ ଭାବରେ ବିଚାର କରିପାରିବେ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏବେ ମଧ୍ୟ ଏହି ଅର୍ବାନ ନକ୍ସଲ୍‌ମାନେ ସକ୍ରିୟ ଅଛନ୍ତି। ବ୍ୟବସାୟ ଅଥବା ଜୀବନକୁ ସୁଗମ କରିବା ନିମନ୍ତେ ଉଦ୍ଦିଷ୍ଟ ଯୋଜନା ସବୁ ଯେମିତି ଅକାରଣରେ ଅଟକି ନ ଯାଏ ସେଥିପ୍ରତି ଧ୍ୟାନ ଦେବାକୁ ମୁଁ ଆପଣମାନଙ୍କୁ ଅନୁରୋଧ କରୁଛି ବୋଲି ଏହି ପରିବେଶ ମନ୍ତ୍ରୀଙ୍କ ଜାତୀୟ ସମ୍ମିଳନୀରେ ମୋଦି କହିଥିଲେ।

Related Posts