ବିଜେଡିକୁ ପୁରୀ ବେଳାଭୂମିରେ ଫୋପାଡି ଦେବୁ: ଜୁଏଲ ଓରାମ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଏବେଠାରୁ ରାଜ୍ୟର ୨୦୨୪ ନିର୍ବାଚନର ଉଷ୍ମତା ପରିଲକ୍ଷିତ ହେଲାଣି। ପୁରୀରେ ଆରମ୍ଭ ହୋଇଥିବା ଆଜିଠାରୁ ରାଜ୍ୟ ବିଜେପିର ୩ ଦିନିଆ ପ୍ରାଦେଶିକ ପ୍ରଶିକ୍ଷଣ ଶିବିର ପୁରୀରେ ଆରମ୍ଭ ହୋଇଛି। ଏହି ଶିବିରରେ ବିଜେଡିକୁ ଟାର୍ଗେଟ କରି ବଡ ମନ୍ତବ୍ୟ ଦେଇଛନ୍ତି ସୁନ୍ଦରଗଡ଼ ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ । ବିଜେଡିକୁ ସମୁଦ୍ରରେ ଫୋପାଡି ଦେବାକୁ ଦମ୍ଭ ଦେଖାଇଛି ବିଜେପି । ଜୁଏଲ ଓରାମ କହିଛନ୍ତି ଯେ, ବିଜେଡି ଆମ ସହାୟତାରେ ଦଳ ଗଠନ କରି ସରକାରକୁ ଆସିଲା। ଆମ ସହ ୯ ବର୍ଷ ରହିବା ପରେ ଆମ ସହ ବିଶ୍ୱାସଘାତ କଲା। ଆମେ ମଧ୍ୟ ଆଗରୁ ବିଭିନ୍ନ ପ୍ରସଙ୍ଗରେ ବିଜେଡିର ସହଯୋଗ ଆବଶ୍ୟକ କରୁଥିଲୁ, ହେଲେ ଏବେ ଆମର ଆଉ କାହା ସହାୟତା ଦରକାର ନାହିଁ। ଏଥର ଆମେ ବିଜେଡିକୁ ପୁରୀ ବେଳାଭୂମିରେ ଫୋପାଡ଼ି ଦେବୁ । ଏହାର ଜବାବ ରଖିଛି ବିଜେଡି । ଦଳର ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି, ଜୁଏଲ ଓରାମ ସବୁବେଳେ ଭିତ୍ତିହୀନ କଥା କୁହନ୍ତି ।ଏହାସହ ବିଜେପିକୁ କେହି ତିଆରି କରିନାହାନ୍ତି ବୋଲି କହିଛି ବିଜେଡି ।

ସୂଚନାଯୋଗ୍ୟ ଯେ, ରାଜ୍ୟର ଗତ ପଂଚାୟତ ଓ ପୌର ନିର୍ବାଚନରେ ବିଫଳତା ପରେ ଦଳକୁ ପୁନଃ ସଜାଡି ମିଶନ ୧୨୦ ପ୍ଲସ ଲକ୍ଷ୍ୟ ନେଇ ବିଜେପି ଖସଡ଼ା ପ୍ରସ୍ତୁତ କରୁଛି । ଏହି ପ୍ରଶିକ୍ଷଣ ଶିବିରରେ ଦଳର ସାଂସଦ,ବିଧାୟକ, ଜିଲ୍ଲା ସଭାପତି ପ୍ରମୁଖ ଯୋଗ ଦେଇଛନ୍ତି । ଏହି ପ୍ରଶିକ୍ଷଣ ଶିବିରରେ ବିଜେପି ସଭାପତି ସମୀର ମହାନ୍ତି, ସାଂସଦ ଅପରାଜିତା ଷଡ଼ଙ୍ଗୀ, କେନ୍ଦ୍ରୀୟ ସାଧାରଣ ସମ୍ପାଦିକା ତଥା ପ୍ରଭାରୀ ପୁରେନ୍ଦେଶ୍ୱରି, ସାଂସଦ ସୁରେଶ ପୂଜାରୀ ପ୍ରମୁଖ ଅଂଶଗ୍ରହଣ କରିଛନ୍ତି ।

Related Posts