ସତ୍ୟପାଠ ବ୍ୟୁରୋ: ବିବାହ ବନ୍ଧନରେ ବାନ୍ଧିହେଲେ ଓଲିଉଡ୍ ଅଭିନେତ୍ରୀ ଝିଲିକ୍ ଭଟ୍ଟାଚାର୍ଯ୍ୟ। ପୂର୍ବତନ ମନ୍ତ୍ରୀ ପ୍ରଫୁଲ ଘଡ଼େଇଙ୍କ ପୁଅ ତଥା ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନଙ୍କ ସହ ତାଙ୍କର ବିବାହ ସମ୍ପନ୍ନ ହୋଇଛି। ଗତକାଲି ତାଙ୍କର ନିର୍ବନ୍ଧ ହୋଇଛି ବୋଲି ଜୋର୍ସୋର୍ରେ ଚର୍ଚ୍ଚା ହୋଇଥିଲା। ଏମିତିକି କିଛି ଫଟୋ ଓ ଭିଡିଓ ବି ସୋଶାଲ୍ ମିଡିଆରେ ଭାଇରାଲ୍ ହୋଇଥିଲା।

ତେବେ ଆଜି ସକାଳେ ଝିଲିକ୍ ନିଜ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟ ଜରିଆରେ ତାଙ୍କର ବାହାଘର ହୋଇଯାଇଥିବା ନେଇ ସୂଚନା ଦେଇଛନ୍ତି। ଏଥିରେ ଝିଲିକ୍ ବାହାଘର ସମୟର ଫଟୋ ସେଆର କରି ଲେଖିଛନ୍ତି, ଆମର ବୈବାହିକ ଜୀବନ ପାଇଁ ଆମେ ସମସ୍ତଙ୍କ ପ୍ରାର୍ଥନା ଓ ଆଶୀର୍ବାଦ କାମନା କରୁଛି । ଏହା ସହିତ ସେ ଜୟ ଜଗନ୍ନାଥ ବୋଲି ମଧ୍ୟ ଲେଖିଛନ୍ତି।







