ଯଦି ଆମ୍ବେଦକର ଥାନ୍ତେ ତେବେ ତାଙ୍କୁ ମଧ୍ୟ ପାକିସ୍ତାନ ସମର୍ଥକ କହି ବିଜେପି ଅପମାନିତ କରିଥାନ୍ତା : ମେହବୁବା ମୁଫତି

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଧାରା ୩୭୦ କୁ ନେଇ ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂଙ୍କ ବୟାନକୁ ନେଇ ରାଜନୈତିକ ଉଷ୍ମତା ଦିନକୁ ଦିନ ବୃଦ୍ଧି ପାଉଛି। ଏହା ମଧ୍ୟରେ ପିଡିପି ସଭାପତି ମେହେବୁବା ମୁଫତି ଭାରତୀୟ ଜନତା ପାର୍ଟିକୁ ଏ ପ୍ରସଙ୍ଗରେ କଡା ସମାଲୋଚନା କରିଛନ୍ତି। ମେହେବୁବା କହିଛନ୍ତି ଯଦି ଭାରତୀୟ ସମ୍ବିଧାନର ପ୍ରଣେତା ଡକ୍ଟର ବି ଆର ଆମ୍ବେଦକର ଯଦି ଆଜି ଜିବୀତ ଥାନ୍ତେ ତେବେ ବିଜେପି ତାଙ୍କୁ ମଧ୍ୟ ପାକିସ୍ତାନ ସମର୍ଥକ ବୋଲି କହି ବଦନାମ କରିଥାନ୍ତା। ସେ କହିଛନ୍ତି ଯେ ଧାରା ୩୭୦ ଜମ୍ମୁ ଓ କଶ୍ମୀରକୁ ସ୍ବତନ୍ତ୍ର ରାଜ୍ୟର ମାନ୍ୟତା ପ୍ରଦାନ କରିଥିଲା। ବାଵା ସାହେବ ଆମ୍ବେଦକର ସମ୍ବିଧାନରେ ଜମ୍ମୁ ଓ କଶ୍ମୀରକୁ ଏହି ସ୍ବତନ୍ତ୍ର କ୍ଷମତା ଦେଇଥିଲେ। କିନ୍ତୁ ମୋଦୀ ସରକାର ୨୦୧୯ ମସିହାରେ ଧାରା ୩୭୦ କୁ ହଟାଇ ଅନ୍ୟାୟ କରିଛନ୍ତି। ଗତ କିଛିଦିନ ହେବ ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂ ଙ୍କ ଏକ ଅଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଥିଲା। ଏହି ଅଡିଓ କ୍ଲିପ୍‌ରେ କଂଗ୍ରେସ ନେତା କହିଛନ୍ତି ଯେ, ଧାରା ୩୭୦ ଉଚ୍ଛେଦ କରିବା ଏବଂ ଜାମ୍ମୁ କାଶ୍ମୀରରୁ ରାଜ୍ୟ ମାନ୍ୟତା ହଟାଇବାକୁ ନେଇ ମୁଁ ଅତ୍ୟନ୍ତ ଦୁଃଖିତ । କଂଗ୍ରେସ ଦଳ ନିଶ୍ଚିତ ଭାବରେ ଏହି ପ୍ରସଙ୍ଗରେ ପୁନଃବିଚାର କରିବ। ଏହି ଘଟଣାକୁ ନେଇ ବିଜେପି କଂଗ୍ରେସକୁ ଟାର୍ଗେଟ କରୁଥିବା ବେଳେ ବର୍ତ୍ତମାନ ପିଡିପି ମୁଖ୍ୟ ମେହେବୁବା ଭାରତୀୟ ଜନତା ପାର୍ଟିକୁ ଟାର୍ଗେଟ କରିଛନ୍ତି।

ସେ ଟ୍ୱିଟ କରି କହିଛନ୍ତି , “ଭଗବାନଙ୍କୁ ଧନ୍ୟବାଦ ଅମ୍ବେଦକର ଜୀ ଜୀବିତ ନୁହଁନ୍ତି ନଚେତ୍ ବର୍ତ୍ତମାନ ତାଙ୍କୁ ମଧ୍ୟ ପାକିସ୍ତାନ ସମର୍ଥକ କହି ଅପମାନିତ କରାଯାଇଥାନ୍ତା ” ସୂଚନାଯୋଗ୍ୟ ଦିଗବିଜୟ ସିଂଙ୍କ ମନ୍ତବ୍ୟକୁ ନେଇ କଂଗ୍ରେସ ପାର୍ଟି ସ୍ପଷ୍ଟ କରି ଦେଇଛି ଯେ, CWC ରିଜୋଲ୍ୟୁସନ ହେଉଛି ଧାରା ୩୭୦ ଉପରେ ପାର୍ଟିର ଷ୍ଟାଣ୍ଡ , ସମସ୍ତ ନେତା ଏହାର ପାଳନ କରିବା ଉଚିତ୍।

Related Posts