ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ଇଣ୍ଡିଆ ଗେଟରେ ଥିବା ଅମର ଯବାନ ଜ୍ୟୋତିକୁ ଲିଭାଯିବାକୁ ନେଇ ଦେଶରେ ଚର୍ଚ୍ଚା ଜୋର ଧରିଥିଲା । ଏପରି କଲେ ସହିଦମାନଙ୍କୁ ଦିଆଯାଉଥିବା ସମ୍ମାନରେ ବ୍ୟାଘାତ ସୃଷ୍ଟି କରିବ ବୋଲି ସାରା ଦେଶରେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଥିଲା । ଏହା ମଧ୍ୟରେ କେନ୍ଦ୍ର ସରକାର ଏନେଇ ଏକ ବଡ଼ ବୟାନ ଦେଇଥିବାର ଦେଖିବାକୁ ମିଳିଛି । ତେବେ ଇଣ୍ଡିଆ ଗେଟରେ ଗତ ୫୦ ବର୍ଷ ଧରି ଜଳି ଆସୁଥିବା ଅମର ଯବାନ ଜ୍ୟୋତିକୁ ଲିଭାଯାଉନି ବରଂ ରାଷ୍ଟ୍ରୀୟ ସ୍ମାରକୀ ଶିଖରରେ ମିଶାଯାଉଛି ବୋଲି କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ଦେଶର ରାଜନୀତି ମଧ୍ୟ ବେଶ ଚଳଚଞ୍ଚଳ ହୋଇ ଉଠିଛି । କିଛି ଲୋକ କେନ୍ଦ୍ର ସରକାରଙ୍କ ଏପରି ଆଭିମୁଖ୍ୟକୁ ସ୍ୱାଗତ କରୁଥିବାବେଳେ ଆଉ କିଛି ଲୋକ ଏହାକୁ ବିରୋଧ କରୁଥିବାର ଦେଖିବାକୁ ମିଳିଛି । ବିଶେଷକରି ରାଜନୈତିକ ଦଳମାନେ ଏହାକୁ ବିରୋଧ କରିବାରେ ଲାଗିଛନ୍ତି । କାହିଁକିନା କେନ୍ଦ୍ର ସରକାରଙ୍କ କହିବା ଅନୁଯାୟୀ ଅମର ଯବାନ ଜ୍ୟୋତିକୁ ଲିଭାଯାଉନି ବରଂ ତାର ଶିଖାକୁ ଅନ୍ୟ ଏକ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି । ଏଇଠି ପ୍ରଶ୍ନ ଉଠୁଛି ଯେ ଏପରି କଲେ କଣ ଜ୍ୟୋତି ଲିଭିବନି ? ଦେଶର ସହିଦମାନଙ୍କୁ ସମ୍ମାନ ଜଣାଇବା ପାଇଁ ଏହାକୁ ଆରମ୍ଭ କରାଯାଇଥିଲା ।
ହେଲେ କେନ୍ଦ୍ର ସରକାର ଆଉ ଏକ ସ୍ଥାନକୁ ଏହାର ଜ୍ୟୋତିକୁ କାହିଁକି ସ୍ଥାନାନ୍ତର କରୁଛନ୍ତି ? ଅନ୍ୟପଟେ ଏହାକୁ କେନ୍ଦ୍ର ସରକାର ତୀବ୍ର ସମାଲୋଚନା କରିବା ସହ ଏହା ବିଷୟରେ ଅନେକ ଭୁଲ ତଥ୍ୟ ପ୍ରଚାର କରାଯାଉଛି ବୋଲି କହିଛନ୍ତି । ତେବେ ଅମର ଯବାନ ଜ୍ୟୋତି ଲିଭାଯାଉନି ବରଂ ଏହି ମଶାଲକୁ ରାଷ୍ଟ୍ରୀୟ ଯୁଦ୍ଧ ସ୍ମାରକ ବା ନ୍ୟାଶନାଲ ୱାର ମେମୋରିଆଲର ଶିଖରକୁ ନେଇ ଏହାକୁ ମିଶାଇ ଦିଆଯାଉଛି । ସେପଟେ ଜାତୀୟ ସୁଦ୍ଧ ସ୍ମାରକୀରେ ସବୁ ଭାରତୀୟ ସହିଦଙ୍କ ନାମ ସ୍ଥାନ ପାଇଛି । ଅନ୍ୟପଟେ ୧୯୭୧ ମସିହାରେ ଅମର ଯବାନ ଜ୍ୟୋତି ଜଳା ଯାଇଥିଲା। ଯୁଦ୍ଧରେ ପ୍ରାଣ ହରାଇଥିବା ସୈନିକମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଏହି ଜ୍ୟୋତିକୁ ପ୍ରଜ୍ଜଳିତ କରାଯାଇଥିଲା। କିନ୍ତୁ ସେଠାରେ କୌଣସି ସହିଦ ଯବାନଙ୍କ ନାଁ ଉଲ୍ଲେଖ କରାଯାଇନଥିଲା। ୧୯୭୧ ଯୁଦ୍ଧରେ ସହିଦ ହୋଇଥିବା ଯବନାଙ୍କ ନାଁ ରାଷ୍ଟ୍ରୀୟ ଯୁଦ୍ଧ ସ୍ମାରକରେ ରଖାଯାଇଥିଲା। ଏଥିପାଇଁ ସେଠାରେ ଏହି ଜ୍ୟୋତି ଜଳିବା ହିଁ ଯବାନମାନଙ୍କ ପାଇଁ ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ ବୋଲି ସରକାର ସ୍ପଷ୍ଟ କରିଛନ୍ତି ।
ସେପଟେ ୧୯୭୧ ମସିହାରେ ଭାରତ ଓ ପାକିସ୍ଥାନ ଯୁଦ୍ଧରେ ସହିଦ ହୋଇଥିବା ଭାତୀୟ ସୈନିକଙ୍କ ସ୍ମୃତିରେ ଆରମ୍ଭ କରାଯାଇଥିଲା । ଏହି ଯୁଦ୍ଧରେ ଭାରତର ବିଜୟ ହୋଇଥିଲା ଏବଂ ବାଙ୍ଗଲାଦେଶର ଗଠନ ହୋଇଥିଲା। ତତକାଳୀନ ପ୍ରଧାନମନ୍ତ୍ରୀ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ଜାନୁଆରୀ ୨୬, ୧୯୭୨ରେ ଅମର ଜ୍ୟୋତିର ଉଦ୍ଘାଟନ କରିଥିଲେ। ସେପଟେ ଏନେଇ ଦେଶର ରାଜନୀତି ମଧ୍ୟ ବେଶ ସରଗରମ ହୋଇ ଉଠିଛି । କିଛି ଲୋକ ଦେଶର ବୀର ଯବାନଙ୍କ ବଳିଦାନକୁ ବୁଝି ପାରନ୍ତି ନାହିଁ ବୋଲି କଟାକ୍ଷ କରି ରାହୁଲ ଗାନ୍ଧୀ କହିଥିବାର ଦେଖିବାକୁ ମିଳିଛି । ଏହା ସହ ଇତିହାସକୁ ନଷ୍ଟ କରିବାକୁ ଚେଷ୍ଟା କରାଯାଉଛି, ଯାହା ଅତ୍ୟନ୍ତ ଦୁଃଖଦାୟକ। ଜାତୀୟ ସ୍ମାରକରେ ଏହାକୁ ବିଲୟ କରିବା ଅର୍ଥ ହେଉଛି ଇତିହାସକୁ ପୁଣି ଲେଖିବା ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ ସ୍ପଷ୍ଟ କରିଛନ୍ତି ।





