ସୁରକ୍ଷାକର୍ମୀଙ୍କ ଉପରକୁ ଅତଙ୍କି ଆକ୍ରମଣ, ଜଣେ ପୋଲିସକର୍ମୀ ସହିଦ, ୪ ଜଣ ଆହତ

ଜାମ୍ମୁ କାଶ୍ମୀରର ବାନ୍ଦୀପୋରାରେ ସୁରକ୍ଷାକର୍ମୀଙ୍କ ଉପରେ ହୋଇଛି ଆତଙ୍କବାଦୀ ଆକ୍ରମଣ । ଆତଂକବାଦୀ ମାନେ ପୂର୍ବ ପ୍ରସ୍ତୁତି ଅନୁଯାୟୀ ସୁରକ୍ଷାକର୍ମୀଙ୍କ ଏକ ଟିମ୍‌ ଉପରେ ଗ୍ରେନେଡ୍‌ ମାଡ କରିଥଲେ । ଆକ୍ରମଣରେ ଜଣେ ପୋଲିସକର୍ମୀ ସହିଦ ହୋଇଥିବା ବେଳେ ୪ ଜଣ ଆହତ ହୋଇଛନ୍ତି । ଗୁରୁତାର ଆହତଙ୍କୁ ତୁରନ୍ତ ସେନା ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ମିଳିଥିବା ସୂଚନା ଅନୁସାରେ, ଶୁକ୍ରବାର ବାନ୍ଦୀପୋରା ଜାମ୍ମୁ କାଶ୍ମୀର ପୋଲିସ ପାଟ୍ରୋଲିଂ କରୁଥିବା ବେଳେ ଅଚାନକ ଆକ୍ରମଣ କରିଥିଲେ ପୂର୍ବରୁ ଲୁଚି ରହିଥିବା ଆତଙ୍କବାଦୀ । ପୋଲିସର ଏକ ଟିମ୍‌ ଏବଂ ସିଆର୍‌ପିଏଫ୍‌ ଉପର ଆକ୍ରମଣ ହୋଇଛି । ଫଳରେ ଜଣେ ଯବାନ ସହିଦ ହୋଇଛନ୍ତି ଏବଂ ୪ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି । ସହିଦ ଯବାନ ଜୁବୈଦ ଅହମ୍ମଦ ବୋଲି ଜଣାପଡିଛି । ଭାରତୀୟ ସେନା ପକ୍ଷରୁ ବର୍ତ୍ତମାନ ସେଠାରେ ସର୍ଚ୍ଚ ଅପରେସନ ଜୋରଦାର କରାଯାଇଛି । କିଛି ଆତଙ୍କବାଦୀ ସେଠାରେ ଲୁଚି ରହିଥିବା ସନ୍ଦେହ କରାଯାଉଛି । ଆକ୍ରମଣ ପଛରେ ସ୍ଥାନୀୟ କିଛି ଆତଙ୍କବାଦୀଙ୍କ ହାତ ଥିବା ସନ୍ଦେହ କରାଯାଉଛି ।

Related Posts