ଅଶ୍ୱିନୀ କୁମାରଙ୍କ ଇସ୍ତଫା ପରେ କଂଗ୍ରେସ ନେତୃତ୍ୱ ଉପରେ ବର୍ଷିଲେ ଜି-୨୩ ନେତା

ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ଆଉ ମାତ୍ର କିଛି ଦିନ ପରେ ପଞ୍ଜାବରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ସେପଟେ ନିର୍ବାଚନର କିଛି ଦିନ ପୂର୍ବରୁ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ଆଇନ ମନ୍ତ୍ରୀ ଅଶ୍ୱିନୀ କୁମାର ଦଳରୁ ଇସ୍ତଫା ଦେଇଥିଲେ । ବାସ ଏହା ପରେ କଂଗ୍ରେସରେ ହଇଚଇ ସୃଷ୍ଟି ହୋଇଯାଇଛି । ତାଙ୍କ ଇସ୍ତଫା ପରେ କଂଗ୍ରେସର ନେତୃତ୍ୱ ଉପରେ ପ୍ରଶ୍ନ ଉଠିଛି । ସେପଟେ ଦୀର୍ଘ ଦୀର୍ଘ ୪୬ ବର୍ଷ ଦଳରେ ରହିବା ପରେ ଅଶ୍ୱିନୀ କୁମାରଙ୍କ ଇସ୍ତଫାକୁ ନେଇ କଂଗ୍ରେସ ନେତୃତ୍ୱ ଉପରେ ବର୍ଷିଲେ ଜି-୨୩ ନେତା । ଆନନ୍ଦ ଶର୍ମା, ଗୁଲାମ ନବୀ ଆଜାଦ ଓ ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପିନ୍ଦର ସିଂହ ହୁଡ୍ଡାଙ୍କ ସମେତ ବହୁ ବରିଷ୍ଠ ନେତା ଅଶ୍ୱିନୀ କୁମାର କଂଗ୍ରେସର ହାତ ଛାଡ଼ିବା ପରେ ଦୁଃଖ ପ୍ରକାଶ କରିଛନ୍ତି

ଅନ୍ୟପଟେ ଗୁଲାମ ନବୀ ଆଜାଦ କହିଛନ୍ତି ଯେ , ଗୋଟିଏ ପରେ ଗୋଟିଏ ନେତା ଦଳ ଛାଡ଼ୁଛନ୍ତି । ଏବଂ ଏହା ଚିନ୍ତାର ବିଷୟ ପାଲଟିଛି । ରାଜ୍ୟ ସଭାରେ କଂଗ୍ରେସର ଡେପୁଟି ନେତା ଆନନ୍ଦ ଶର୍ମା, ଲୋକସଭା ଏମପି ମନୀଷ ତିୱାରୀ କହିଛନ୍ତି ଏହି ସମୟରେ ଦଳକୁ ଅନୁଧ୍ୟାନ ଆବଶ୍ୟକ ରହିଛି । କେବଳ ସେତିକି ନୁହେଁ ଯଦି ଦଳରେ ଏଭଳି ସ୍ଥିତି ଲାଗି ରୁହେ ତାହାଲେ ବିଧାନସଭା ନିର୍ବାଚନରେ ଦଳ ଏକ ବଡ଼ କ୍ଷତି ସହିବ ବୋଲି ଜି-୨୩ର ନେତାମାନେ କହିଛନ୍ତି ।

Related Posts