ଭୁବନେଶ୍ୱର ରେଲୱେ ଷ୍ଟେସନରୁ ଜବତ ହେଲା ବିପୁଳ ପରିମାଣର ସୁନା । ପ୍ରାୟ ୩୨ କିଲୋରୁ ଅଧିକ ସୁନା ଜବତ ହୋଇଛି । ସୁନା ଅଳଙ୍କାର ଗୁଡିକ ମୁମ୍ବାଇରୁ ଟ୍ରେନ ଯୋଗେ ଭୁବନେଶ୍ୱର ଆସୁଥିବା ସମୟରେ ଜିଆରପି ହାତରେ ଧରାପଡିଥିଲା ।
ଏହି ଘଟଣାରେ ପୋଲିସ ୪ ଜଣ ଅଭିଯୁକ୍ତଙ୍କୁ ଅଟକ ରଖାଯାଇଛି । କୋଣାର୍କ ଏକ୍ସପ୍ରେସରେ ୪ ଜଣ ଅଭିଯୁକ୍ତ ଆସି ଭୁବନେଶ୍ୱର ରେଳୱେ ଷ୍ଟେସନର ଓହ୍ଲାଇଥିଲେ । ୪ଟି ବ୍ୟାଗରେ ସୁନା ଭର୍ତ୍ତି କରି ଷ୍ଟେସ ବାହାରକୁ ଆସୁଥବା ବେଳେ ଜିଆରପି ହାତରେ ଧରାପଡିଥିଲେ ।
ତେବେ ପ୍ରତି ବ୍ୟାଗରେ ୮କେଜି ସୁନା ପ୍ୟାକ କରାଯାଇଥିଲା । ସେପଟେ ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରାଯାଉଛି । ଏହି ଘଟଣାରେ ଆଉ କିଏ ସାମିଲ ଅଛି, କୋଉଠୁ ସେମାନେ ଏତେ ପରିମାଣର ସୁନା ଆଣିଲେ ତାହା ତଦନ୍ତ ପରେ ହିଁ ଜଣାପଡ଼ିବ ।





