ଆପ ବିଧାୟକ ଅମାନତୁଲ୍ଲାହ ଖାନଙ୍କୁ ବ୍ୟାଡ କ୍ୟାରେକ୍ଟର ବୋଲି ଘୋଷଣା କଲା ଦିଲ୍ଲୀ ପୁଲିସ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଆପ ବିଧାୟକ ଅମାନତୁଲ୍ଲାହ ଖାନଙ୍କୁ ବଡ଼ ଝଟକା । ବିଧାୟକଙ୍କୁ ବ୍ୟାଡ କ୍ୟାରେକ୍ଟର ବୋଲି ଘୋଷଣା କରିଛି ଦିଲ୍ଲୀ ପୁଲିସ । ୩୦ ମାର୍ଚ୍ଚରେ ଡିସିପି ଅମାନତୁଲ୍ଲାହ ଖାନଙ୍କୁ ବିସି ଘୋଷଣା କରିବା ପ୍ରସ୍ତାବକୁ ଆପ୍ରୁଭ କରି ଦେଇଛନ୍ତି । ବିଧାୟକଙ୍କ ବିରୋଧରେ ୧୮ ଅପରାଧିକ ମାମଲା ରହିଛି । ସେପଟେ ଦିଲ୍ଲୀ ପୁଲିସ ଦାବି କରିଛି ଯେ ଅମାନତୁଲ୍ଲାହ ଖାନ ଜଣେ ହାବିଚୁଆଲ ଅଫେଣ୍ଡର ଅଟନ୍ତି । ତାଙ୍କ ଉପରେ ଜମି ହଡ଼ପ କରିବା ଓ ମାରପିଟ କରିବା ମାମଲା ରହିଛି । ମେ’ ୧୨ ରେ ଦିଲ୍ଲୀର ମଦନପୁର ଖଡରରେ ଏକ ବେଆଇନ କୋଠା ଭାଙ୍ଗିବା ପରେ ଘଟିଥିବା ହିଂସା ଘଟଣାରେ ଅମାନତୁଲ୍ଲା ଖାନଙ୍କୁ ଗିରଫ କରାଯାଇ ତିହାର ଜେଲକୁ ପଠାଯାଇଥିଲା।

ଅନ୍ୟପଟେ ଏସଏଚଓ ଜାମିଆ ନଗର ପକ୍ଷରୁ ୨୮ ମାର୍ଚ୍ଚରେ ଅମାନତୁଲ୍ଲାହ ଖାନଙ୍କୁ ବଣ୍ଡଲ ଏ ର ବିସି ଘୋଷଣା କରିବାକୁ ପ୍ରସ୍ତାବ ଜାରି କରାଯାଇଥିଲା । ଯାହାକୁ ଡିସିପି ୩୦ ମାର୍ଚ୍ଚରେ ସ୍ୱୀକୃତି ଦେଇଥିଲେ । ଅନ୍ୟପକ୍ଷରେ, ଏମସିଡିର ବୁଲଡୋଜର କାର୍ୟ୍ୟକୁ ବିରୋଧ କରୁଥିବାବେଳେ ସରକାରୀ କାର୍ୟ୍ୟରେ ବାଧା ସୃଷ୍ଟି କରିଥିବାରୁ ଅମାନତୁଲ୍ଲା ଖାନଙ୍କୁ ଗୁରୁବାର ଗିରଫ କରାଯାଇଥିଲା। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

Related Posts