ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଗୁଜୁରାଟରେ ଆଉ କିଛି ଦିନ ପରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ବିଭିନ୍ନ ରାଜନୈତିକ ଦଳ ଏଠାରେ ସେମାନଙ୍କ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଆମ ଆଦମୀ ପାର୍ଟି ମଧ୍ୟ ଏଥିରେ ପଛରେ ପଡିନାହିଁ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଦଳର ସଂଯୋଜକ ଅରବିନ୍ଦ କେଜରିୱାଲ ସୁରଟରେ ଆଗାମୀ ନିର୍ବାଚନ ପାଇଁ ଦଳ ତରଫରୁ ଘୋଷଣା କରିଛନ୍ତି ଯେ ସରକାର ଗଠନ ହେବାର ୩ ମାସ ମଧ୍ୟରେ ଏଠାରେ ୩ ଶହ ୟୁନିଟ ଯାଏ ବିଜୁଳି ମାଗଣାରେ ପ୍ରଦାନ କରାଯିବ । ଏହା ଛଡା ରାଜ୍ୟରେ ୨୪ ଘଣ୍ଟା ବିଜୁଳି ଲୋକଙ୍କୁ ମିଳିବ । ସବୁଠାରୁ ବଡ ଘୋଷଣା ହେଉଛି ଡିସେମ୍ବର ୩୧ ଯାଏ ବାକି ଥିବା ସମସ୍ତ ବିଲକୁ ଛାଡ କରାଯିବ ।