ଗୁଇନ୍ଦା ଓ ଅବକାରୀ ବିଭାଗର ମିଳିତ ଚଢାଉ; ଢେଙ୍କାନାଳରୁ ୪ଲକ୍ଷ୍ୟ ଟଙ୍କା ମୂଲ୍ୟର ବ୍ରାଉନସୁଗାରର ଜବତ, ଜଣେ ଗିରଫ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଢେଙ୍କାନାଳ ସହର ରାଧାକୃଷ୍ଣ ବଜାର ଅଞ୍ଚଳରୁ ଗୁରୁବାର ସମ୍ବଲପୁର ଅବକାରୀ ଗୁଇନ୍ଦା ବିଭାଗ, ଢେଙ୍କାନାଳ ଅବକାରୀ ବିଭାଗ ସହାୟତାରେ ଚଢ଼ାଉ କରାଯାଇ ୪୦ ଗ୍ରାମ୍‌ ବ୍ରାଉନସୁଗାର ଜବତ କରାଯାଇଛି। ଘଟଣାରେ ସଂପୃକ୍ତ ଉକ୍ତ ଅଞ୍ଚଳର ରାହୁଲ ସାହୁ ନାମକ ଯୁବକ ଗିରଫ ହୋଇଛନ୍ତି।କୌଣସି ସୂତ୍ରରୁ ଖବର ପାଇ ରାଜ୍ୟ ଅବକାରୀ କମିଶନର ଆଶିଷ ସିଂଙ୍କ ନିର୍ଦ୍ଦେଶରେ ସମ୍ବଲପୁର ଅବକାରୀ ଗୁଇନ୍ଦା ବିଭାଗ ଅଧିକାରୀ ସାଧା ପୋଷାକରେ ଆସି ରାହୁଲଙ୍କଠାରୁ ବ୍ରାଉନସୁଗାର ଜବତ କରିଥିଲେ।ଜବତ ବ୍ରାଉନସୁଗାରର ମୂଲ୍ୟ ୪ ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ସୂତ୍ରରୁ ପ୍ରକାଶ।

Related Posts