ଜୟପୁର : ଭାରତ ଗସ୍ତରେ ଅଛନ୍ତି ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହାସିନା । ୪ ଦିନିଆ ଭାରତ ଗସ୍ତରେ ଆସିଥିବା ବେଳେ ଏହି ସମୟରେ ସେ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରି ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଂଗରେ ଆଲୋଚନା କରିଛନ୍ତି ।
ତେବେ ଇତି ମଧ୍ୟରେ ହାସିନା ଗୁରୁବାର ରାଜସ୍ଥାନର ରାଜଧାନୀ ଜୟପୁରରେ ପହଞ୍ଚିଛନ୍ତି । ଏକ ବିଶେଷ ବିମାନ ଯୋଗେ ସେ ଜୟପୁର ପହଞ୍ଚିଛନ୍ତି । ଜୟପୁର ବିମାନ ବନ୍ଦରରେ ରାଜସ୍ଥାନୀ ଅନ୍ଦାଜରେ ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରାଯାଇଛି । ଏଠାକାର ଲୋକ ନୃତ୍ୟ ଓ ସଙ୍ଗିତ ସହ ହାସିନାଙ୍କୁ ସ୍ୱାଗତ କରାଯାଇଛି । ଏହି ସମୟରେ ପ୍ରଧାନମନ୍ତ୍ରୀ ହାସିନା ବି ରାଜସ୍ଥାନି ଅନ୍ଦାଜରେ ବିମାନ ବନ୍ଦରରେ ନାଚି ପକାଇଥିଲେ । ଯାହାର ଭିଡଓ ଏବେ ଭାଇରାଲ ହୋଇଛି ।
ଏହାପରେ କଳାକାରଙ୍କ ସହ ଫଟୋ ବି ଉଠାଇଥିଲେ ବାଂଲାଦେଶ ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀଙ୍କ ସହ ତାଙ୍କ ପ୍ରତିନିଧୀ ମଣ୍ଡଳ ବି ଉପସ୍ଥିତ ଥିଲେ।
