ଝାରସୁଗୁଡ଼ା : ଝାରସୁଗୁଡା ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ମହାସିଂ ଛକ ନିକଟରେ ଘଟିଛି ଏକ ଅଭାବନୀୟ ଘଟଣା । ରାସ୍ତାରେ ଛିଡ଼ା ହୋଇଥିଲା ଟ୍ରକ । ହଠାତ୍ ହୁ ହୁ ହୋଇ ଜଳିଗଲା ଟ୍ରକ l
ଖବର ଅନୁଯାୟୀ, ମହାସିଂ ଛକ ନିକଟରେ ଥିବା ଢାବା ସମ୍ମୁଖରେ ଏକ ଟ୍ରକ ଛିଡ଼ା ହୋଇଥିଲା । ହଠାତ୍ ଟ୍ରକରେ ନିଆଁ ଲାଗିଯାଇଥିଲା । ଡ୍ରାଇଭର ଟ୍ରକଟିକୁ ପାର୍କିଂରେ ରଖି ଖାଇବାକୁ ଯାଇଥିବା ବେଳେ ଏହି ଅଘଟଣ ଘଟିଛି । ସର୍ଟ ସର୍କିଟ୍ ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ସ୍ଥାନୀୟ ଲୋକେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି ।





