ଅସଲି ନାଁ ରେ ମିଳୁଛି ନକଲି ଔଷଧ; ଭୁବନେଶ୍ୱରର ବିଭନ୍ନ ମେଡିସିନ୍ ଦୋକାନରେ ଚଢାଉ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଅସଲି ନାଁ ରେ ମିଳୁଛି ନକଲି ଔଷଧ। ଭୁବନେଶ୍ୱରର ବିଭନ୍ନ ମେଡିସିନ୍ ଦୋକାନରେ ଚଢାଉ ଆରମ୍ଭ ହୋଇଛି । ଡ୍ରଗ୍ସ ଇନସପେକ୍ଟର ମାନଙ୍କ ଦ୍ୱାରା ଏହି ଚଢାଉ ଜାରି ରହିଛି । ପୂର୍ବରୁ କଟକର ବିଭିନ୍ନ ମେଡିସିନ୍ ଷ୍ଟୋର ଗୁଡିକରେ ଚଢାଉ କରାଯାଇଥିଲା । ଏବେ ରାଜଧାନୀର ବିଭିନ୍ନ ଷ୍ଟୋର ଗୁଡିକରେ ଚଢାଉ ଚାଲିଛି । ପାଟଣା, ବେଙ୍ଗାଲୁରୁ ଆଦି ସ୍ଥାନରୁ ଏକ ନିର୍ଦ୍ଦିଷ୍ଟ କମ୍ପାନି ଦୀର୍ଘ ଦୁଇ ମାସ ହେଲା କଟକ ଓ ଭୁବନେଶ୍ବରର କିଛି ଔଷଧ ଏଜେନ୍ସିକୁ ଉଚ୍ଚ ରକ୍ତଚାପର ଔଷଧ ପଠାଇଥିଲା । ଏହି ଔଷଧ ଖାଇବା ପରେ ମଧ୍ୟ ରୋଗ ଉପଶମ ହେଉନଥିବା ଅଭିଯୋଗ ହୋଇଥିଲା । କିନ୍ତୁ, ବଜାରରୁ ଯେଉଁ ଔଷଧ କିଣାଯାଇଥିଲା ତାହା ଏକ ଦାମୀ ବ୍ରାଣ୍ଡ୍‌ର ଔଷଧ। ଫଳରେ, ଏହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଥିଲା । ଏକ ଦାମୀ ବ୍ରାଣ୍ଡ୍‌ର ଖୋଳକୁ ବ୍ୟବହାର କରାଯାଇ ସେଥିରେ ଭେଜାଲ କମ୍ପାନିର ଔଷଧ ବଜାରକୁ ଛଡ଼ାଯାଉଥିବା ଅଭିଯୋଗ ହୋଇଥିଲା ।

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିଲା ଯେ ଟେଲ୍‌ମା-୪୦, ଟେଲ୍‌ମା ଏଏଚ୍‌, ଟେଲ୍‌ମା ଏଏମ୍‌ କମ୍ପାନିର ଔଷଧ ସବୁର ନକଲ କରାଯାଇ ଏକ ଦାମୀ ବ୍ରାଣ୍ଡ କମ୍ପାନିର ଖୋଳରେ ପ୍ୟାକିଂ କରି ଏହାକୁ ବଜାରକୁ ଛଡ଼ାଯାଇଛି । ଏହାପରେ ଭୁବନେଶ୍ବରରେ ପ୍ରଥମେ ଚଢ଼ଉ କରାଯାଇଥିବାବେଳେ ଏହାର ଚେର କଟକକୁ ଲମ୍ବିଥିବା ଜଣାପଡ଼ିଥିଲା । ଏହି ଚଢଉ ପରେ ନକଲି ଔଷଧ ବିକ୍ରି ସଂପର୍କିତ ତଥ୍ୟ ସାମ୍‌ନାକୁ ଆସିବାରେ ଲାଗିଛି ।

Related Posts