ଧାରା 370 ର ପୁନର୍ବିଚାର କରାଯିବ: କ୍ଲବ ହାଉସ୍ ଚାଟରେ ଦିଗବିଜୟ ସିଂହଙ୍କ ମନ୍ତବ୍ୟ ଉପରେ ବିଜେପିର କଡା ସମାଲୋଚନା

(ସତ୍ୟପାଠ ବ୍ୟୁରୋ)ଭୁବନେଶ୍ୱର: ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ ମାଲଭିୟା କଂଗ୍ରେସ ସାଧାରଣ ସମ୍ପାଦକ ଦିଗବିଜୟ ସିଂହଙ୍କ ଏକ ଅଡିଓ ଜାରି କରିଛନ୍ତି। ଏହି ଅଡିଓଟି କ୍ଲବହାଉସ୍ ଚାଟରୁ ଆସିଛି ବୋଲି ମଧ୍ୟ ଉଲ୍ଲେଖ କରାଯାଇଛି । ଭେଟେରାନ୍ ନେତା ଦିଗବିଜୟ ସିଂହ ଏଥିରେ ଧାରା 370 ବିଷୟରେ କଥାବାର୍ତ୍ତା କରୁଥିବାର କଥା ସାମ୍ନାକୁ ଆସିଛି | ତେବେ ଯଦି କଂଗ୍ରେସ କ୍ଷମତାକୁ ପୁଣିଥରେ ଆସିବ ତାହାଲେ 370 ହଟାଇବାର ନିଷ୍ପତ୍ତିକୁ ପୁନର୍ବିଚାର କରାଯିବ ବୋଲି ଦିଗବିଜୟ କହିଛନ୍ତି । କେବଳ ଏତିକି ନୁହେଁ ବରଂ ଯେତେବେଳେ କେନ୍ଦ୍ରସରକାର କାଶ୍ମୀରରୁ ଧାରା 370 କୁ ହଟାଇଥିଲେ, ସେହି ସମୟରେ ସେଠାରେ ଗଣତନ୍ତ୍ର ନଥିଲା। ସେଠାରେ କୌଣସି ମାନବିକତା ମଧ୍ୟ ନଥିଲା । କାହିଁକି ନା ସମସ୍ତେ ଜେଲରେ ଥିଲେ। ଅପରିପକ୍ଷେ କାଶ୍ମୀର ହେଉଛି ଧର୍ମନିରପେକ୍ଷତାର ଏକ ଜ୍ୱଳନ୍ତ ଉଦାହରଣ । କାରଣ ମୁସଲମାନ-ସଂଖ୍ୟାଗରିଷ୍ଠ କାଶ୍ମୀରର ରାଜ୍ୟ ଜଣେ ହିନ୍ଦୁ ଥିଲେ ଏବଂ ଉଭୟ ଏକାଠି କାମ କରୁଥିଲେ। କାଶ୍ମୀରରେ ମଧ୍ୟ କାଶ୍ମୀର ପଣ୍ଡିତଙ୍କୁ ସରକାରୀ ଚାକିରିରେ ସଂରକ୍ଷଣ ଦିଆଯାଇଥିଲା। ଏହା ସହ ଧାରା 370 ହଟାଇବା ନିଷ୍ପତ୍ତି ଅତ୍ୟନ୍ତ ଦୁଃଖଦାୟକ ଥିଲା । ତେଣୁ ଯଦି କଂଗ୍ରେସ କ୍ଷମତାକୁ ଆସିବା ତାହାଲେ ଏହି ବିଷୟରେ ପୁନର୍ବିଚାର କରିବ ବୋଲି ଭେଟେରାନ୍ ନେତା ଦିଗବିଜୟ ସିଂହ ଏହି ଓଡ଼ିଓ ରେ କହିଛନ୍ତି । ଅନ୍ୟପଟେ ଦିଗବିଜୟଙ୍କ ଓଡ଼ିଓ ସାମ୍ନାକୁ ଆସିବା ପରେ ବିଜେପି ଏହି ମୁଦ୍ଦାକୁ ଖୁବ୍ ଜୋରରେ ଉଠାଇଛି ।

ଏନେଇ ବେଗୁସରାଇର ବିଜେପି ସାଂସଦ ତଥା କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂହ ଟ୍ୱିଟ୍ କରି କଂଗ୍ରେସ ଏବଂ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି। ତେବେ ପାକିସ୍ତାନ ହେଉଛି କଂଗ୍ରେସର ପ୍ରଥମ ପ୍ରେମ। ଦିଗବିଜୟ ସିଂହ ରାହୁଲ ଗାନ୍ଧୀଙ୍କ ବାର୍ତ୍ତା ପାକିସ୍ତାନକୁ ଦେଇଛନ୍ତି। କାଶ୍ମୀରକୁ ଧରିବାରେ କଂଗ୍ରେସ ପାକିସ୍ତାନକୁ ସାହାଯ୍ୟ କରିବ ବୋଲି
କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂହ ଟ୍ୱିଟ୍ କରି କହିଛନ୍ତି । ଏହା ସହ କେନ୍ଦ୍ର ମନ୍ତ୍ରୀ ହାର୍ଦ୍ଦିପ ସିଂହ ପୁରୀ ଟୁଇଟ୍ କରି ଲେଖିଛନ୍ତି କଂଗ୍ରେସ 370 ରେ ରାଜି ହେବା ଉଚିତ୍।

ଏହା ସହ ଯେଉଁ ଦିନ ହିଂସା ସୃଷ୍ଟି କରୁଥିବା ଲୋକମାନେ ନିଜ ପିଲାମାନଙ୍କୁ ବିଦେଶ ପଠାଇ ସାଧାରଣ ଲୋକଙ୍କ ପିଲାମାନଙ୍କୁ ପଥର ଦେଇଥିଲେ, ସେହି ଦିନ ମାନବିକତାର ମୃତ୍ୟୁ ଘଟିଥିଲା। ଯେଉଁ ଦିନ କାଶ୍ମୀର ପଣ୍ଡିତମାନଙ୍କୁ ରାତିସାରା ଉପତ୍ୟକାରୁ ବାହାର କରିଦିଆଯାଇଥିଲା, ସେତେବେଳେ ସେମାନଙ୍କୁ ହତ୍ୟା କରାଯାଉଥିଲା। ଆଜି ମଧ୍ୟ ସେହିପରି ଘଟଣା ଦେଖିବା ପାଇଁ ମିଳୁଛି । ଦିଗବିଜୟ ସିଂହ ଆମ କାଶ୍ମୀରୀ ଭାଇମାନଙ୍କୁ ଉତ୍ତେଜିତ କରିବା ପରିବର୍ତ୍ତେ କାଶ୍ମୀରବାସୀଙ୍କଠାରୁ ଦେଶପ୍ରେମର ଶିକ୍ଷା ଶିଖିବା ଉଚିତ ବୋଲି କେନ୍ଦ୍ର ମନ୍ତ୍ରୀ ହାର୍ଦ୍ଦିକ ସିଂହ ପୁରୀ କହିଛନ୍ତି ।

Related Posts