ଗୁଜରାଟରେ ଆପ୍ ସରକାର ଗଠନ ହେଲେ ସମସ୍ତଙ୍କୁ ମାଗଣାରେ ଅଯୋଧ୍ୟା ବୁଲାଇ ନେବୁ: ଅରବିନ୍ଦ କେଜ୍ରିୱାଲ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଦିଲ୍ଲୀରେ କେଜ୍ରିୱାଲ ସରକାରଙ୍କ ମନ୍ତ୍ରୀ ରାଜେନ୍ଦ୍ର ପାଲ ଗୌତମ ନିଜ ବୟାନକୁୁ ନେଇ ଏବେ ବିବାଦରେ ଫସିଛନ୍ତି। ପ୍ରଭୁ ଶ୍ରୀ ରାମ ଏବଂ କୃଷ୍ଣଙ୍କୁ ଭଗବାନ ନମାନିବା ଏବଂ ପୂଜା ନକରିବା ପାଇଁ ସେ ଶପଥ ନେବା ପରେ ସେ ବିବାଦକୁ ଆସିଛନ୍ତି। ଏହି ଘଟଣାକୁ ନେଇ ଆମ ଆଦମୀ ପାର୍ଟି ସରକାରଙ୍କୁ ମଧ୍ୟ ସମାଲୋଚନାର ଶିକାର ହେବାକୁ ପଡ଼ିଛି। ତେବେ ନିଜ ମନ୍ତ୍ରୀଙ୍କ ଏହି ଭୁଲକୁ ଘୋଡାଇବା ପାଇଁ କେଜ୍ରିୱାଲ ଗୁଜୁରାଟରେ ଏକ ବଡ଼ ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି। ବିରୋଧୀଙ୍କ ସମାଲୋଚନା ମଧ୍ୟରେ କେଜ୍ରିୱାଲ ଗୁଜରାଟବସୀଙ୍କୁ ମାଗଣାରେ ଅଯୋଧ୍ୟା ବୁଲାଇ ନେବେ ବୋଲି କହିଛନ୍ତି।

ଏକ ସଭାରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ପ୍ରତିଶ୍ରୁତି ଦେଇଛନ୍ତି ଯେ, ଯଦି ଗୁଜରାଟରେ ଆପ୍ ସରକାର ଗଠନ ହୁଏ, ତେବେ ସେ ସମସ୍ତଙ୍କୁ ଅଯୋଧ୍ୟା ନେଇ ମାଗଣାରେ ପ୍ରଭୁ ଶ୍ରୀ ରାମଙ୍କ ଦର୍ଶନ କରାଇବେ। ଅଯୋଧ୍ୟାକୁ ଯିବା, ଆସିବା, ସେଠାରେ ରହିବା, ଖାଇବା ପିଇବା ସବୁ ମାଗଣା ହେବ। ଆସନ୍ତା ବର୍ଷ ଅଯୋଧ୍ୟାରେ ଭଗବାନ ଶ୍ରୀ ରାମଙ୍କ ମନ୍ଦିର ନିର୍ମାଣ ଶେଷ ହେବ। ଏହି ମନ୍ଦିର ଦେଖିବାପାଇଁ ସେଠାକୁ ଯିବାକୁ ସମସ୍ତେ ଚାହାଁନ୍ତି। କିନ୍ତୁ ସେଠାକୁ ଯିବା, ସେଠାରୁ ଆସିବା, ସେଠି ରହିବା, ଖାଇବା ଏବଂ ପିଇବା ଅତ୍ୟନ୍ତ ମହଙ୍ଗା। ଯଦି ଆପଣ ପୁରା ପରିବାରକୁ ନିଅନ୍ତି, ତେବେ ଆପଣଙ୍କୁ ବହୁତ ଖର୍ଚ୍ଚ କରିବାକୁ ପଡ଼ିବ ହେଲେ ଆମ ସରକାର ଆସିଲେ ଆମେ ସମସ୍ତଙ୍କୁ ମାଗଣା ଅଯୋଧ୍ୟା ବୁଲାଇ ନେବୁ ବୋଲି ସେ କହିଛନ୍ତି।

ସେ ଆହୁରି କହିଛନ୍ତି ଯେ, ଆମେ ଦିଲ୍ଲୀରେ ଏକ ଯୋଜନା ଆରମ୍ଭ କରିଛୁ। ଏହି ଯୋଜନା ଅଧୀନରେ ଆମେ ରାମଜୀଙ୍କ ଦର୍ଶନ ପାଇଁ ଦିଲ୍ଲୀର ଲୋକଙ୍କୁ ଅଯୋଧ୍ୟାକୁ ମାଗଣାରେ ବୁଲାଇ ନେଇଥାଉ। ଏକ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ପ୍ରତିବର୍ଷ ଦିଲ୍ଲୀରୁ ରାମ ଭକ୍ତ ଅଯୋଧ୍ୟା ଯାଉଛନ୍ତି। ସବୁ ଖର୍ଚ୍ଚ ଆମ ସରକାର ବହନ କରୁଛି। ଏମିତିକି ମୁଁ ସେମାନଙ୍କୁ ଷ୍ଟେସନ ଛାଡ଼ିବାକୁ ଏବଂ ଆଣିବାକୁ ମଧ୍ୟ ଯାଏ। ଲୋକେ ପ୍ରଭୁଙ୍କ ଦର୍ଶନ କରି ଫେରିବା ପରେ ଆମକୁ ବହୁତ ଆଶୀର୍ବାଦ ଦିଅନ୍ତି। ଯଦି ଗୁଜରାଟରେ ଆମର ସରକାର ଗଠନ ହୁଏ, ତେବେ ଆପଣ ସମସ୍ତଙ୍କୁ ମଧ୍ୟ ମାଗଣାରେ ଅଯୋଧ୍ୟା ବୁଲାଇବି ବୋଲି କେଜ୍ରିୱାଲ କହିଛନ୍ତି।

Related Posts