୩୧ତମ ଦକ୍ଷିଣ ଆଞ୍ଚଳିକ ପରିଷଦ ବୈଠକ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା
ଚେନ୍ନାଇ, (ସତ୍ୟପାଠବ୍ୟୁରୋ): ତାମିଲନାଡୁର ମହାବଳୀପୁରମଠାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅ…
ଚେନ୍ନାଇ, (ସତ୍ୟପାଠବ୍ୟୁରୋ): ତାମିଲନାଡୁର ମହାବଳୀପୁରମଠାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅ…
‘ବନ୍ଦେ ମାତରମ’କୁ ନେଇ କଂଗ୍ରେସର ସିଡବ୍ଲୁସି ନିଷ୍ପତ୍ତି ପରେ ବଡ଼ ଧରଣର ରାଜନୈତିକ ବିବାଦ ଦେଖାଦେଇଛି। ଏନେଇ କଂଗ୍ରେସକୁ ଟାର୍ଗେଟ କରିଛନ୍ତି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ। କଂଗ୍ରେସ ବିଭାଜନର ତ୍ରୁଟିକୁ ପୁଣି ଥରେ ଦୋହରାଉଛି । ୧୯୩୭ରେ ତୁଷ୍ଟୀକରଣ ପାଇଁ ବନ୍ଦେ ମାତରାମକୁ ନେଇ କଂଗ୍ରେସ ଦେଶ ବିଭାଜନର ମୂଳଦୁଆ ପକାଇଥିଲା। ପୂର୍ବରୁ ହୋଇଥିବା ଭୁଲର ପରିଣାମ ଆମେ ଏବେ ଯାଏ ଭୋଗ କରୁଛି।
କୋଟି କୋଟି ଟଙ୍କା ଖର୍ଚ୍ଚ ପରେ ବି ଜରୁରୀ ସମୟରେ ଆଣ୍ଠଉଛି ୧୦୮ ଆମ୍ବୁଲାନ୍ସ। ବାରମ୍ବାର ଅଧା ରାସ୍ତାରେ ଫସୁଥିବା ଅଭିଯୋଗ ହେଉଛି। ରାଜ୍ୟରେ ରୋଗୀ ପରିବହନ ସେବାର ମେରୁଦଣ୍ଡ ପାଲଟିଥିବା ୧୦୮ ଆମ୍ବୁଲାନ୍ସ ସେବାକୁ ନେଇ ଏବେ ଉଠିଛି ବଡ଼ ପ୍ରଶ୍ନ । ଜରୁରୀ ସମୟରେ ରୋଗୀଙ୍କୁ ହସ୍ପିଟାଲ ପହଞ୍ଚାଇବା ବଦଳରେ କେଉଁଠି ମଝି ରାସ୍ତାରେ ଆମ୍ବୁଲାନ୍ସ ଅଟକି ଯାଉଛି, ତ ଆଉ କେଉଁଠି ଦୁର୍ଘଟଣାଗ୍ରସ୍ତ ହେଉଛି ।
ଓଡ଼ିଶା ହାଇକୋର୍ଟରେ ଅଗ୍ନି ସୁରକ୍ଷା ନେଇ ଚିନ୍ତା ବଢ଼ିଛି। ଓଡ଼ିଶା ହାଇକୋର୍ଟ ପରିସରରେ ଅଗ୍ନିନିରାପତ୍ତା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ପାଇଁ ୧୧ଟି ଅତିରିକ୍ତ ଅଗ୍ନିଶମ ପଦବୀ ସୃଷ୍ଟି କରିବାକୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ଏଥିଲାଗି ବାର୍ଷିକ ପ୍ରାୟ ୫୧ ଲକ୍ଷ ୧୨ ହଜାର ୨୮୦ ଟଙ୍କାର ଆର୍ଥିକ ବୋଝ ପଡ଼ିବ। ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀଙ୍କ ପକ୍ଷରୁ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବଙ୍କୁ ଏନେଇ ପ୍ରସ୍ତାବ ପଠାଯାଇଛି ।
ବ୍ୟାରେଜ୍ ଗେଟ୍ ପରିଚାଳନାରେ ସାଙ୍ଘାତିକ ତ୍ରୁଟି ହୋଇଥିବା ଅଭିଯୋଗ ହୋଇଛି। ଯାହା ଆକସ୍ମିକ ବନ୍ୟା ସ୍ଥିତି ସୃଷ୍ଟି କରିଥିବା ମଧ୍ୟ ଅଭିଯୋଗ କରାଯାଇଛି। ବାରମ୍ବାର ବନ୍ୟାକୁ ନେଇ ଏବେ କାଠଗଡ଼ାରେ ବୈତରଣୀ ପାୱାର ପ୍ରୋଜେକ୍ଟସ ପ୍ରାଇଭେଟ୍ ଲିମିଟେଡ୍ । ବନ୍ୟା ସମୟରେ ବେନିୟମ ଭାବେ ବ୍ୟାରେଜ୍ ଗେଟ୍ ଖୋଲିବା ଅଭିଯୋଗରେ କମ୍ପାନୀକୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି ଜଳ ସମ୍ପଦ ବିଭାଗ ।
ବିଶ୍ବ ମଞ୍ଚରେ ସାଣିତ ହେଲା ଭାରତର ସ୍ବର। ଜାତିସଂଘରେ ଭାରତ ଦୃଢ଼ ଦାବି ରଖିଥିବାବେଳେ ସୁରକ୍ଷା ପରିଷଦର ଅଧିକ ସଂସ୍କାର ଜରୁରୀ ବୋଲି ନିଜ ମତ ରଖିଛି। ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି)ରେ ସଂସ୍କାର ପାଇଁ ପୁଣି ସମର୍ଥନ ଦୋହରାଇଛି ଭାରତ। ୟୁଏନଏସସିର କାର୍ଯ୍ୟକାରିତା ଉପରେ ବାର୍ଷିକ ଖୋଲା ବିତର୍କରେ ଭାରତ କହିଛି ଯେ, ସୁରକ୍ଷା ପରିଷଦର ସଂସ୍କାରର ଆବଶ୍ୟକତା ପୂର୍ବ ଅପେକ୍ଷା ସ୍ପଷ୍ଟ ଏବଂ ଅଧିକ ଜରୁରୀ।
ରଖେ ହରି ମାରେ କିଏ। ଦୃଢ଼ ମନୋବଳ ଯୋଗୁଁ ମୃତ୍ୟୁ ବି ଆଜି ହାର ମାନିଛି। ସ୍କୁଲ ଗଲା ବେଳେ ସାଇକେଲରୁ ଗଳି ପଡ଼ିଲା ପଞ୍ଚମ ଛାତ୍ର। ପେଟରେ ପଶିଗଲା ଧାରୁଆ ପଦାର୍ଥ, ବାହାରି ପଡ଼ିଲା ଅନ୍ତବୁଜୁଳା। ଅନ୍ତବୁଜୁଳା ଧରି ଦେଢ଼ କିଲୋମିଟର ଘରକୁ ଦୌଡ଼ିଲା ବାଳକ। ଏଭଳି ଲୋମଟାଙ୍କୁଟା ଘଟଣା ଘଟିଛି ଗଂଜାମ ଜିଲ୍ଲା ଧରାକୋଟ ବ୍ଲକ ସାନ ଆଇଜିପଲି ଗାଁରେ।
ବାଂଲାଦେଶ ରାଜନୀତିରେ ଆଜି ଏକ ବଡ଼ ଦିନ। ଦୀର୍ଘ ୩୫ ବର୍ଷ ପରେ ଦେଶରେ ରାଷ୍ଟ୍ରପତି ପଦ ପାଇଁ ନିର୍ବାଚନୀ ମୁକାବିଲା ଦେଖିବାକୁ ମିଳୁଛି । ରାଷ୍ଟ୍ରପତି ପଦ ପାଇଁ ମିର୍ଜା ଫଖରୁଲ ଇସଲାମ ଆଲମଗୀର ଏବଂ କର୍ଣ୍ଣେଲ ଓଲି ଅହମଦଙ୍କ ମଧ୍ୟରେ ମୁଖ୍ୟ ମୁକାବିଲା ହେଉଛି । ସଂସଦରେ ହେବାକୁ ଥିବା ଏହି ନିର୍ବାଚନରେ ୩୪୯ ଜଣ ସାଂସଦ ମତଦାନ କରିବେ । ଦେଶର ରାଜନୈତିକ ପରିବର୍ତ୍ତନ ପରେ ଏହି ନିର୍ବାଚନକୁ ବେଶ୍ ଗୁରୁତ୍ୱ ଦିଆଯାଉଛି ।
ମାହାଙ୍ଗା ବ୍ଲକରେ ଉନ୍ନୟନ କାର୍ଯ୍ୟକୁ ନେଇ ବିବାଦ ଦେଖାଯାଇଛି। ଏନେଇ ବଡ଼ ଅଭିଯୋଗ ଆସିଛି। ଯୋଗ୍ୟ ଭିତ୍ତିଭୂମି ଥିବା ସତ୍ତ୍ୱେ ୩୭ଟି ପ୍ରକଳ୍ପକୁ କାଗଜପତ୍ରରେ ଅଯୋଗ୍ୟ ଦର୍ଶାଇ ଉନ୍ନୟନ କାମ ରୋକିବାକୁ ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ମାହାଙ୍ଗା ବ୍ଲକର ୭ ଜଣ ଯନ୍ତ୍ରୀଙ୍କୁ କଟକ ଜିଲ୍ଲାପାଳ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି।
ଦୀର୍ଘ ୪ ଦିନ ପରେ ସ୍କୁଲରେ ଫସିଥିବା ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରାଯାଇଛି। କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ କୁଳସାହି ସ୍କୁଲରେ ଫସିଥିଲେ ୨୪୮ ଜଣ ଛାତ୍ରଛାତ୍ରୀ। ଓଡ୍ରାଫ୍ଟ ଟିମ, ଅଗ୍ନିଶମ ବାହିନୀ ଓ ପୋଲିସ ସହାୟତାରେ ଜିଲ୍ଲା ପ୍ରଶାସନ ସେମାନଙ୍କୁ ସ୍ଥାନାନ୍ତର କରିଛି। ଦୀର୍ଘ ୩ ଘଣ୍ଟାର ପରିଶ୍ରମ ପରେ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରାଯାଇଛି ।
ଜଣେ ଶିକ୍ଷୟିତ୍ରୀଙ୍କୁ ଦୀର୍ଘଦିନ ଧରି ଏକତରଫା ପ୍ରେମ କରୁଥିବା ଜଣେ ଶିକ୍ଷକ ଉନ୍ମତ୍ତ କାଣ୍ଡ ଭିଆଇଛନ୍ତି। ଶିକ୍ଷୟତ୍ରୀ ଓ ତାଙ୍କ ପରିବାର ଲୋକଙ୍କ ଉପରେ ଭୁଜାଲିରେ ଆକ୍ରମଣ କରିଥିବା ଜଣାପଡ଼ିଛି। ଏହି ଛାତିଥରା ଘଟଣା ବାଲେଶ୍ୱର ଔପଦାରେ ଘଟିଛି। ଜଣେ ଶିକ୍ଷୟିତ୍ରୀଙ୍କୁ ଦୀର୍ଘଦିନ ଧରି ଏକତରଫା ପ୍ରେମ କରୁଥିବା ଜଣେ ଶିକ୍ଷକ ଶେଷରେ ତାଙ୍କ ପରିବାର ଉପରେ ଭୁଜାଲିରେ ଆକ୍ରମଣ କରିଛି।
ପ୍ରେମିକ ଘରୁ ଝୁଲନ୍ତା ଅବସ୍ଥାରେ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ପ୍ରେମିକ ଘରେ ପ୍ରେମିକାର ମୃତ୍ୟୁ ହୋଇଥିବାବେଳେ ପ୍ରେମ ବ୍ୟାପାରକୁ ନେଇ ହତ୍ୟାକାଣ୍ଡ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଗଡ଼ପୋଷ ଅଞ୍ଚଳରେ ଘଟିଛି ଏହି ଘଟଣା। ପରିବାର ଲୋକଙ୍କ ଅଭିଯୋଗ ପରେ ପୋଲିସ ଏକ ମାମଲା ରୁଜୁ କରି ଜଣେ ଯୁବକଙ୍କୁ ଗିରଫ କରିଛି।
ରଣକ୍ଷେତ୍ର ପାଲଟିଲା ଭୁବନେଶ୍ୱରର ମାଷ୍ଟରକ୍ୟାଣ୍ଟିନ । ମୁହାଁମୁହିଁ ହେଲେ ପୁଲିସ ଓ ଅନଲାଇନ୍ ଗାଡ଼ିଚାଳକ । ରାସ୍ତା ଉପରେ ଗାଡ଼ି ରଖି ରାସ୍ତାରୋକ କରିବା ସହ ପୁଲିସ ସହ ଧସ୍ତାଧସ୍ତି ହୋଇଥିଲା। ସ୍ଥିତି ଉଗ୍ର ହେବାରୁ ପୁଲିସ ପକ୍ଷରୁ ଲାଠିଚାର୍ଜ କରାଯାଇଛି । ମାଷ୍ଟରକ୍ୟାଣ୍ଟିନରେ ଆନ୍ଦୋଳନକାରୀ ଡ୍ରାଇଭରମାନେ ପୁଲିସ ଉପରକୁ ଟେକାପଥର ମାଡ଼ କରିଥିବା ଅଭିଯୋଗ ହୋଇଛି ।
ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଦୀର୍ଘ ୧୫ ବର୍ଷ ଜେଲରେ ବିଚାରାଧୀନ କଏଦୀ ଭାବେ ରହିବା ପରେ ଶେଷରେ …
ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚରେ ନିର୍ମାଣ ହୋଇଥିଲା ରାସ୍ତା, ହେଲେ ଦୁଇ ବର୍ଷ ବି ଗଲାଣି। ଗୋଟିଏ ବର୍ଷାରେ ରାସ୍ତା ଅବସ୍ଥା ବେହାଲ ହୋଇଥିବାବେଳେ ପୁରା ଧୋଇଯାଇଥିବା ଦେଖିବାକୁ ମିଳିଛି। ରାସ୍ତା ସାରା ଖାଲ ଖମାରେ ଭର୍ତ୍ତି। ଏହି ରାସ୍ତାରେ ଯିବା ଆସିବା ଅସମ୍ଭବ ହୋଇପଡ଼ିଛି। ଦିନ କେଇଟାରେ ୫୬ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାରେ ନିର୍ମିତ ରାସ୍ତାର ଏଭଳି ଦୁରବସ୍ଥାକୁ ନେଇ ତାତିଛନ୍ତି ଗ୍ରାମବାସୀ।
ଯେଉଁଠାରେ ପାଠ ପଢ଼ିବା ପାଇଁ କୋଠା ଘର ଖଣ୍ଡିଏ ନାହିଁ, ସେଠାରେ ପିଲାଙ୍କୁ ମାଗଣା ବହି, ୟୁନିଫର୍ମ ଓ ମଧ୍ୟାହ୍ନ ଭୋଜନ କେଉଁ ଉଦ୍ଦେଶ୍ୟରେ ବଣ୍ଟନ କରାଯାଉଛି। ମୂଳ ଉଦ୍ଦେଶ୍ୟ ଧୀରେ ଧୀରେ ବାଟବଣା ହେବାରେ ଲାଗିଛି। ଆଉ ମଉଳିବାରେ ଲାଗିଛି ଶିକ୍ଷାର ବିକାଶ ନେଇ ଥିବା ଆଶା। ଭିତ୍ତି ଭୂମି ହିଁ ପିଲାଙ୍କ ପାଠ ପଢ଼ା ପାଇଁ ପ୍ରଥମ ଓ ଗୁରୁତ୍ବପୂର୍ଣ୍ଣ ଆବଶ୍ୟକତା।
ବଲାଙ୍ଗୀର ଜିଲ୍ଲା ମୁରିବାହାଲ ରେଞ୍ଜ ଅଞ୍ଚଳରେ ପୁଣି ହାତୀ ଆତଙ୍କ। କିଛି ଦିନର ବ୍ୟବଧାନ ପରେ ପୁଣି ଗାଁ ମୁହାଁ ହୋଇଛି ହାତୀପଲ। ମୁରିବାହାଲ ରେଞ୍ଜ ଅନ୍ତର୍ଗତ କୁମ୍ଭାରୀ ଗାଁର ମାଝୀପଡ଼ାରେ ପଶିଛନ୍ତି ୧୬ ଟିକିଆ ହାତୀପଲ। ହାତୀପଲ ଗାଁ ଭିତରେ ପଶି ଘରଦ୍ୱାର ଭାଙ୍ଗିବା ସହ ଧାନ ଓ ପଳା ନଷ୍ଟ କରିଥିବା ଅଭିଯୋଗ ହୋଇଛି।
ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ବହୁଚର୍ଚ୍ଚିତ ଗ୍ରାହାମ୍ ଷ୍ଟେନ୍ସ ଓ ତାଙ୍କ ଦୁଇ ନାବାଳକ ପୁଅଙ୍କ ହ…