ଗୋଟିଏ ରାତିରେ ୨ଟି ଘରୁ ବଡ଼ ଧରଣର ଚୋରି କଳାକନା ବୁଲାଇଲେ ଦୁର୍ବୃତ୍ତ, ୭୦ ଲକ୍ଷର ସୁନା ଲୁଟ୍
ଗୋଟିଏ ରାତିରେ ଦୁଇଟି ଘରୁ ବଡ଼ ଧରଣର ଚୋରି ହୋଇଥିବା ଅଭିଯୋଗ ହୋଇଛି। କୋରାପୁଟ ସହରର ମେଘରାଜ ଆପାର୍ଟମେଣ୍ଟରେ ଏଭଳି ଚୋରି ହୋଇଛି। ଘରେ କେହି ନଥିବାର ସୁଯୋଗ ନେଇ ଦୁର୍ବୃତ୍ତମାନେ ଦୁଇଟି ଘରେ ପଶି ଲୁଟପାଟ କରିଛନ୍ତି। ସୂଚନା ଅନୁସାରେ, ଗୋଟିଏ ଘରର ସଦସ୍ୟମାନେ ବିଶାଖାପାଟଣା ଯାଇଥିବାବେଳେ ଘରେ ପଶି ଦୁର୍ବୃତ୍ତମାନେ ଆଲମିରା ଭାଙ୍ଗି ଲୁଟ୍ପାଟ କରିଛନ୍ତି।
