ଗୁଗୁଲ ମ୍ୟାପ୍ରେ ଭୁଲ୍ ତଥ୍ୟ: କୋଟିଆ ଆନ୍ଧ୍ରର ସୀମା ! ସଂଶୋଧନ ପାଇଁ ସରକାରୀ ପ୍ରକ୍ରିୟା ତ୍ୱରାନ୍ୱିତ
କୋରାପୁଟ ଜିଲ୍ଲାର ପଟ୍ଟାଙ୍ଗୀ ବ୍ଲକରେ ଅବସ୍ଥିତ କୋଟିଆ ଗାଁକୁ ନେଇ ବିବାଦ ଥମିବାର ନା ନେଉନାହିଁ। କୋଟିଆକୁ ଆନ୍ଧ୍ର ନିଜର ଜାବି କରି କେତେବେଳେ ଏହା ଉପରେ ଅକ୍ତିଆର କରୁଛି ତ ଆଉ କେତେବେଳେ ଏଠାରେ ସ୍ବାସ୍ଥ୍ୟ ଶିବିର ଆୟୋଜନ କରୁଛି। ଏଠାକାର ନୀରିହ ଆଦିବାସୀ ଲୋକଙ୍କୁ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ଆନ୍ଧ୍ର ଅକ୍ତିଆର କରି ନେଉଛି।
