ମହାପ୍ରଭୁଙ୍କ ସ୍ନାନଯାତ୍ରା, ଗଜାନନ ବେଶରେ ଦର୍ଶନ ଦେବେ ଶ୍ରୀଜିଉ ଚାତକ ଭଳି ଚାହିଁ ରହିଛନ୍ତି ଜଗନ୍ନାଥ ପ୍ରେମୀ
ସୋମବାର ମହାପ୍ରଭୁଙ୍କ ସ୍ନାନଯାତ୍ରା। ସ୍ନାନ ପୂର୍ଣ୍ଣିମାରେ ହାତୀବେଶ ବା ଗଜାନନ ବେଶରେ ଦର୍ଶନ ଦେବେ ଶ୍ରୀଜିଉ । ମହାପ୍ରଭୁଙ୍କୁ ହାତୀବେଶରେ ଦର୍ଶନ ପାଇଁ ଧାଇଁ ଆସିଥାନ୍ତି ଶ୍ରଦ୍ଧାଳୁ। ଏଥିପାଇଁ ସମସ୍ତ ପ୍ରସ୍ତୁତ କରିଥାନ୍ତି ପୁରୀର ରାଘବଦାସ ମଠ ଓ ଗୋପାଳତୀର୍ଥ ମଠ । ବହୁ ପୁରାତନ କାଳରୁ ଚାଲିଆସୁଥିବା ଏହି ପରମ୍ପରାକୁ ମଠ ପକ୍ଷରୁ ବଜାୟ ରହିଛି । ସେଥିପାଇଁ ହାତୀବେଶର ପ୍ରସ୍ତୁତି ଏବେ ଶେଷ ପର୍ଯ୍ୟାୟରେ। ସ୍ନାନମଣ୍ଡପରେ ସୁବାସିତ ଜଳରେ ସ୍ନାନ କରିବା ପରେ ହାତୀବେଶ ବା ଗଜାନନ ବେଶରେ ଦର୍ଶନ ଦେବେ ମହାପ୍ରଭୁ।
