ସରକାରୀ ପାଣ୍ଠି ଆତ୍ମସାତ ମାମଲା ପ୍ୟାକ୍ସର ସମ୍ପାଦକକୁ ବାନ୍ଧିଲା ଭିଜିଲାନ୍ସ
ବଲାଙ୍ଗିର ଜିଲ୍ଲାର ବେଲପଡ଼ା ବ୍ଲକ୍ ଅନ୍ତର୍ଗତ ଜୁବା ପ୍ରାଥମିକ କୃଷି ସମବାୟ ସମିତି ଲିମିଟେଡ୍ର ପୂର୍ବତନ ସମ୍ପାଦକ ଚିନ୍ତାମଣି ମଲ୍ଲିକଙ୍କୁ ଭିଜିଲାନ୍ସ ଗିରଫ କରିଛି। ସୋସାଇଟିର ୧୪.୨୨ ଲକ୍ଷ ଟଙ୍କାରୁ ଅଧିକ ପାଣ୍ଠି ଆତ୍ମସାତ୍ ଅଭିଯୋଗରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଥିବା ଜଣାପଡ଼ିଛି।
