ବଢ଼ୁଛି ଜନ୍ମଗତ ହୃଦରୋଗ ସରକାର ଯୋଗାଉଛନ୍ତି ମାଗଣା ଚିକିତ୍ସା
ମୟୂରଭଞ୍ଜ ଜିଲ୍ଲାରେ ଶିଶୁ ହୃଦ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସ୍କ୍ରିନିଂ ଯୋଗୁଁ ଚିହ୍ନଟ ହେଉଛି ଅଧିକ ମାମଲା। ଜିଲ୍ଲାର କେବଳ ଗ୍ରାମାଞ୍ଚଳ ନୁହେଁ ସହରାଞ୍ଚଳର ମଧ୍ୟ କୁନି କୁନି ଶିଶୁ ମାନେ ଜନ୍ମଗତ ହୃଦରୋଗରେ ପୀଡ଼ିତ ହେଉଥିବା ଦେଖାଯାଇଛି। ପ୍ରତି ୧୦୦ ଜଣ ନବଜାତକଙ୍କ ମଧ୍ୟରେ ପ୍ରାୟ ଜଣେରୁ ୨ ଜଣ ଶିଶୁଙ୍କଠାରେ ଜନ୍ମଗତ ହୃଦରୋଗ ବା ଅନ୍ୟାନ୍ୟ ଜନ୍ମଗତ ତ୍ରୁଟି ଦେଖାଯାଉଛି।
