ମା’-ଝିଅଙ୍କୁ ତଣ୍ଟିକାଟି ହତ୍ୟା
ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆରେ ଡବଲ ମର୍ଡର ହୋଇଛି । ମା’ ଓ ୮ ବର୍ଷର ଝିଅଙ୍କୁ ବେକ କାଟି ହତ୍ୟା କରାଯାଇଛି। ମହୁଲଡିହା ଥାନା ଅନ୍ତର୍ଗତ ତରାମରା ଗ୍ରାମପଞ୍ଚାୟତ ଡକେଇପାଳ ଗ୍ରାମର ମୁକ୍ତାଝରୀ ସାହିରେ ଏହି ଘଟଣା ଘଟିଛି। ମୃତକମାନେ ହେଲେ ମା’ ସୀତାମଣି ଟୁଡୁ ଓ ଝିଅ ଜବାମଣି ଟୁଡୁ । ସୂଚନା ଅନୁଯାୟୀ ମୁକ୍ତାଝରୀ ସାହିର ଚୈତ୍ୟନ ଟୁଡୁ ଶନିବାର କୋଦାଳକୁ ଧାର କରିବା ପାଇଁ ନିକଟସ୍ଥ କମାର ଶାଳକୁ ଯାଇଥିଲେ ।
