ମା କାଳୀଙ୍କର ଆଶୀର୍ବାଦ ସର୍ବଦା ଭାରତ ସହ ଅଛି : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାମକୃଷ୍ଣ ମଠ ର ୧୫ତମ ସଭାପତି ସ୍ବାମୀ ଆତ୍ମସ୍ଥାନନ୍ଦ ଙ୍କର ଶତବାର୍ଷିକୀ ଉତ୍ସବ ରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ମା କାଳୀ ଙ୍କ ଅଶ୍ରିବାଦ ସବୁବେଳେ ଭାରତ ସହ ରହିଛି। ଏହି ଉତ୍ସବ ରେ ମୋଦି ରାମକୃଷ୍ଣ ପରମହଂସ ଙ୍କୁ ମାନେ ପକାଇ କହିଥିଲେ “ରାମ କୃଷ୍ଣ ପରମହଂସ ଜଣେ ସାଧୁ ଥିଲେ, ସେ ନିଜ ଆଖି ସାମ୍ନା ରେ ମା କାଳୀ ଙ୍କୁ ଅନୁଭବ କରିଥିଲେ”। ସେ ଆହୁରି ମଧ୍ୟ ସ୍ବାମୀ ବିବେକାନନ୍ଦ ଙ୍କୁ ମାନେ ପକାଇ କହିଛନ୍ତି ସ୍ବାମୀ ବିବେକାନନ୍ଦ ଙ୍କର ମା କାଳୀ ଙ୍କ ପ୍ରତି ଏପରି ଭକ୍ତିଭାବ ଥିଲା ସେ ମା ଙ୍କର ନିଜ ପିଲା ଭଳି ହୋଇଯାଇଥିଲେ ।ସ୍ବାମୀ ଆତ୍ମସ୍ଥନନ୍ଦ ଙ୍କର ମଧ୍ୟ ଏହି ଅବିସ୍ମରଣୀୟ ବିଶ୍ୱାସ ଥିଲା। ପ୍ରଧାନମନ୍ତ୍ରୀ କେବଳ ପଶ୍ଚିମବଙ୍ଗ ନୁହେଁ ସମଗ୍ର ଭାରତ ପାଇଁ ମା କାଳୀ ଭକ୍ତିର କେନ୍ଦ୍ର ବୋଲି କହିଛନ୍ତି।

ପ୍ରଧାନମନ୍ତ୍ରୀ ଙ୍କର ଏହି ମନ୍ତବ୍ୟ ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୋଇତ୍ରା ଙ୍କ ମା କାଳୀ ଙ୍କ ପ୍ରତି ବିବାଦୀୟ ବୟାନ ଦେବା ପରେ ଆସିଛି। ମହୁଆ ଙ୍କ ମନ୍ତବ୍ୟ କୁ ତାଙ୍କ ଦଳ ବିଜେପି ବିରୋଧ କରୁଥିବା ବେଳେ ଦଳ ରୁ ତାଙ୍କୁ ବହିସ୍କାର କରିବା ପାଇଁ ପୂର୍ବରୁ ନିଜ ଦାବି ରଖି ଆସିଛି।

Related Posts